• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସାକ୍ଷରତା ହାରରେ ଓଡ଼ିଶା ପଛ‌ରେ ପଡ଼ିଛି। ଗୋଆ,ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ହିମାଞ୍ଚଳ ପ୍ରଦେଶ, ଲାଦାଖ, ତ୍ରିପୁରା, ମିଜୋରାମ, ଚଣ୍ଡିଗଡ଼ ପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ଶତ ପ୍ରତିଶତ ହୋଇଛି। ଓଡ଼ିଶା ତଳଆଡ଼ୁ ନବମ ସ୍ଥାନରେ ରହିଛି।

  2. 2. ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ପ୍ରକାଶ ପାଇଛି। ଓଡ଼ିଶା ୨୮ ନମ୍ବର ସ୍ଥାନରେ ରହିଛି (ତାଲିକାର ଶେଷ ଆଡୁ ୯ମ)। 

  3. 3.ସରକାର ରାଜ୍ୟର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ ୧୦୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ଓଡ଼ିଶାକୁ ଭାରତର ସାଂସ୍କୃତିକ ରାଜଧାନୀ ଭାବେ ପ୍ରତିଷ୍ଠା କରିବ। 

  4. 4.କର୍ମଚାରୀଙ୍କୁ ଅର୍ଥ ପ୍ରଦାନ ସଂପର୍କିତ ପୂର୍ବ ନିର୍ଦ୍ଦେଶ ପାଳନ ନ ହେବା ପର୍ଯ୍ୟନ୍ତ ଅଦାଲତ ଅବମାନନା ମାମଲାର ପ୍ରତିପକ୍ଷ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବ ସେମାନଙ୍କ ଦରମା ଉଠାଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। 

  5. 5.ମହାପ୍ରଭୁଙ୍କ ବଡ଼ଦେଉଳରେ ପୂର୍ବରୁ ୫୦-୬୦ଟି ବାନା ଦୈନିକ ଲାଗୁଥିଲା। ଏବେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଦୈନିକ ପ୍ରାୟ ଦେଢ଼ରୁ ୨ ହଜାର ବାନା ବନ୍ଧାଯାଉଛି। 

  6. 6.ପ୍ରମୁଖ ଡିଜିଟାଲ୍‌ ଆକାଉଣ୍ଟିଂ ପ୍ଲାଟଫର୍ମ ଯଥା ସମନ୍ବିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇଏଫ୍‌ଏମ୍‌ଏସ୍‌), ୱାର୍କସ୍‌ ଆଣ୍ଡ୍‌ ଆକାଉଣ୍ଟ୍‌ସ ମ୍ୟାନେଜମେଣ୍ଟ୍‌ ଇନ୍‌ଫର୍ମେସନ୍‌ ସିଷ୍ଟମ୍‌ (ୱାମିସ୍‌) ଓ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ‘ଇଏଚ୍‌ଆର୍‌ଏମ୍‌ଏସ୍‌’ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଉଲ୍ଲେଖନୀ ପ୍ରଗତି ହାସଲ କରିଛି ।

  7. 7.ନିକଟରେ ଶେଷ ହୋଇଥିବା ବେଙ୍ଗଲ ନିର୍ବାଚନର ରେଜଲ୍ଟ ଉପରେ ଏସ୍‌ଆଇଆରର ସାଂଘାତିକ ପ୍ରଭାବ ପଡ଼ିଥିବା ସୁପ୍ରିମକୋର୍ଟଙ୍କୁ ମମତା ବାନାର୍ଜୀଙ୍କ ଟିଏମସି ଜଣାଇଛି । ଭାରତୀୟ ନିର୍ବାଚନ କରିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏସ୍‌ଆଇଆରରେ ବେଙ୍ଗଲ ଭୋଟର ତାଲିକାରୁ ୯୦.୮ ଲକ୍ଷ ନାଁ କଟି ଯାଇଛି।

  8. 8.ପୌରପାଳିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଏବଂ ଟିଏମସି ନେତା ସୁଜିତ ବୋଷଙ୍କୁ ସୋମବାର କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଗିରଫ କରିଛି।

  9. 9.ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ। ଏନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି ।ନୂଆ ଆକ୍ଟ ଅନୁଯାୟୀ, ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ ହେବ ଭିବି-ଜିରାମ-ଜି।

  10. 10.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଭାବେ ଶୁଭେନ୍ଦୁ ଅଧିକାରୀ ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ୪୫ ଦିନରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ (ବିଏସଏଫ) ଅଧୀନରେ ରହିବ ବୋଲି ସେ କହିଛନ୍ତି।  

  11. 11.ଫିଲିପାଇନ୍ସ ଉପରାଷ୍ଟ୍ରପତି ସାରା ଡୁଟେର୍ଟେଙ୍କୁ ବହିଷ୍କାର ପାଇଁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଦେଶର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ସୋମବାର ସଂଖ୍ୟାଧିକ ଭୋଟରେ ଗୃହୀତ ହୋଇଛି।

  12. 12.ବଙ୍ଗଳା ସରକାରଙ୍କ “ଅନ୍ନପୂର୍ଣ୍ଣା ଭଣ୍ଡାର” ଯୋଜନା ଅଧୀନରେ, ଜୁନ ୧ ତାରିଖରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩,୦୦୦ ଟଙ୍କା ଆର୍ଥିକ ସହାୟତା ଜମା ହେବା ଆରମ୍ଭ ହେବ।

  13. 13.ଉତ୍ତରପ୍ରଦେଶର ଡିଡିୟୁ-ତାଡିଘାଟ ପାସେଞ୍ଜର ଟ୍ରେନ, କୋଲକାତା-ଜମ୍ମୁ ତାୱି ଏକ୍ସପ୍ରେସ ଏବଂ ଏକ ଘରୋଇ ହସ୍ପିଟାଲରେ ୨୪ ଘଣ୍ଟା ମଧ୍ୟରେ ତିନି ଜଣଙ୍କୁ ହତ୍ୟା କରିଥିବା ସିରିଆଲ୍ କିଲର୍ ଗୁରୁପ୍ରୀତ ସିଂହ ସୋମବାର ରାତିରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି।

  14. 14.ପଶ୍ଚିମବଙ୍ଗ ସରକାର ଅଭିଷେକ ବାନାର୍ଜୀଙ୍କ 'ଜେଡ୍ ପ୍ଲସ୍' ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

  15. 15.ପଞ୍ଜାବର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍ ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଛି। ଉଭୟ ଦଳ ଏହି ମ୍ୟାଚ୍ ଜରିଆରେ ବିଜୟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିଲେ କିନ୍ତୁ ବାଜିମାରିନେଇଛି ଦିଲ୍ଲୀ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.