-
1.ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ ଲାଗି ଆମେରିକା ପ୍ରସ୍ତାବ ଉପରେ ଇରାନ ଦେଇଥିବା ଜବାବକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଦୌ ଗ୍ରହଣୀୟ ନୁହେଁ କହି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
-
2.ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟରେ ଅନଲାଇନ କ୍ଲାସ ଏବଂ ୱାର୍କ ଫ୍ରମ ହୋମ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି।
-
3.ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି।
-
4.ବଙ୍ଗଳା ସରକାରଙ୍କ “ଅନ୍ନପୂର୍ଣ୍ଣା ଭଣ୍ଡାର” ଯୋଜନା ଅଧୀନରେ, ଜୁନ ୧ ତାରିଖରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩,୦୦୦ ଟଙ୍କା ଆର୍ଥିକ ସହାୟତା ଜମା ହେବା ଆରମ୍ଭ ହେବ।
-
5.ପେଣ୍ଟାଗନ୍ ୟୁଏଫ୍ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି।
-
6.ବିଶ୍ୱବ୍ୟାପୀ ଟେକ୍ନୋଲୋଜି କ୍ଷେତ୍ରରେ ଏଆଇ ଦ୍ୱାରା ପରିଚାଳିତ ଚାକିରି ହରାଇବାର ଏକ ଲହରୀ ଆରମ୍ଭ ହୋଇସାରିଛି। ଫେସ ବୁକ ର ମୂଳ କମ୍ପାନୀ Meta, ମେ ୨୦ରେ ୮,୦୦୦କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।
-
7.୨୦୨୫-୨୬ ଆର୍ଥିକବର୍ଷରେ ଭାରତ ରେକର୍ଡ ୭୧.୯୮ ବିଲିଅନ ଡଲାର ମୂଲ୍ୟର ସୁନା ଆମଦାନି କରିଛି। ୨୦୨୪-୨୫ରେ ହୋଇଥିବା ୫୮ ବିଲିଅନ ଡଲାରର ଆମଦାନି ତୁଳନାରେ ଏହା ପ୍ରାୟ ୨୪ ପ୍ରତିଶତ ଅଧିକ। କିନ୍ତୁ ପରିମାଣ ଦୃଷ୍ଟିରୁ ଗତ ଆର୍ଥିକବର୍ଷରେ ଦେଶର ସୁନା ଆମଦାନି ୪.୭୬ ପ୍ରତିଶତ ହ୍ରାସ ପାଇଛି।
-
8.ଫିଲିପାଇନ୍ସ ଉପରାଷ୍ଟ୍ରପତି ସାରା ଡୁଟେର୍ଟେଙ୍କୁ ବହିଷ୍କାର ପାଇଁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଦେଶର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ସୋମବାର ସଂଖ୍ୟାଧିକ ଭୋଟରେ ଗୃହୀତ ହୋଇଛି।
-
9.ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି ।
-
10.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁଜରାଟରୁ ୪୩,୩୩୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ନେଇ ଫେରିବାର କିଛି ଦିନ ଭିତରେ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉଦ୍ୟମ ଆରମ୍ଭ ହୋଇଛି।
-
11.ସମୁଦ୍ରରେ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ସ୍ପାନିସ ପୋଲିସ ମୋଟ ୪୧ ଟନ କୋକେନ ଜବତ କରିଛି।
-
12.ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା କହିଛନ୍ତି।
-
13.ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ।
-
14.ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଯାଇଛି।
-
15.ଇରାନର ରାଜଧାନୀ ତେହେରାନରେ ମଙ୍ଗଳବାର ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ଥିଲା। ଭୂମିକମ୍ପ ପ୍ରାୟ ୧୦ କିଲୋମିଟର ଗଭୀରତାରେ ହୋଇଥିଲା
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
