-
1.ସରକାର ତୁରନ୍ତ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।
-
2.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ବାରା ପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳପ୍ରକାଶ ପାଇଛି। ୨୦୨୫ରେ ଦେଶରେ ପାସ୍ହାର ୮୮.୩୯% ରହିଥିବା ବେଳେ ଏଥରକ ୮୫.୨୦% ହୋଇଛି, ଯାହାକି ୩.୧୯% କମ୍ ।
-
3.ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯଦି ଏହି ଉତ୍ତେଜନା ଦୀର୍ଘ ସମୟ ପାଇଁ ଜାରି ରହେ, ତେବେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇପାରେ।
-
4.ଦେଶର ଅଗ୍ରଣୀ ଏଲ୍ପିଜି କମ୍ପାନି ଗୋଗ୍ୟାସ୍ର ସାରା ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ୬୮ଟି ବଟଲିଂ କାରଖାନା ରହିଛି। କମ୍ପାନି ଦେଶର ବିଭିନ୍ନ ଜିଲ୍ଲା ଓ ସହରରେ ଏହାର ଡିଲର୍ସିପ୍ର ସମ୍ପ୍ରସାରଣ କରୁଛି।
-
5.ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଟଙ୍କା ୫ ପ୍ରତିଶତ ଦୁର୍ବଳ ହୋଇସାରିଲାଣି। ଟଙ୍କା ଦୁର୍ବଳ ହେବା ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଦେଶ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।
-
6.ଅମୂଲ କ୍ଷୀର ଦରରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ମେ ୧୪ରୁ ଏହି ଦରବୃଦ୍ଧି ସାରା ଦେଶରେ ଲାଗୁ ହେବ ବୋଲି ଗୁଜରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ପକ୍ଷରୁ କୁହାଯାଇଛି।
-
7.ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ଏୟାରଲାଇନ୍ ଏୟାର ଇଣ୍ଡିଆ ପକ୍ଷରୁ ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ ୩୦ଟି ରୁଟ୍ରେ ୧୨୦ଟି ବିମାନର ଉଡ଼ାଣ ବନ୍ଦ କରାଯାଇଛି।
-
8.ପ୍ଲାଟିନମ୍ ଶୁଳ୍କ ବୃଦ୍ଧି ଯୋଗୁଁ ଛୋଟ ପେଟ୍ରୋଲ୍ କାର୍ ଦାମ୍ ୮୦୦୦ ଟଙ୍କା ପର୍ଯ୍ୟନ୍ତ, ମଧ୍ୟମ ଆକାରର ଡିଜେଲ୍ ଏସ୍ୟୁଭିଗୁଡ଼ିକର ମୂଲ୍ୟ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଓ ଶକ୍ତିଶାଳୀ ହାଇବ୍ରିଡ୍ ମଡେଲଗୁଡ଼ିକର ମୂଲ୍ୟ ୧୮ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ।
-
9.୨୦୨୬-୨୭ ମାର୍କେଟିଂ ଋତୁ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରାଯାଇଛି। ଧାନ (ସାଧାରଣ ମାନ)ର ଏମ୍ଏସ୍ପି ୭୨ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ୍ ପ୍ରତି ୨୪୪୧ ଟଙ୍କା ହୋଇଛି।
-
10.ଉତ୍ତର ପ୍ରଦେଶର ପାଗର ହଠାତ୍ ପରିବର୍ତ୍ତନ ଅନେକ ଜିଲ୍ଲାରେ ପାଗର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ଅନେକ ଜିଲ୍ଲାରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି।
-
11.ଆସାମ ପୁଲିସର କ୍ରାଇମବ୍ରାଞ୍ଚ ବୁଧବାର କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା। ଖେଡ଼ା କହିଛନ୍ତି ଯେ ତାଙ୍କୁ ଗୁରୁବାର ସକାଳେ ପୁଣି ଥରେ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ କୁହାଯାଇଛି।
-
12.ଭୁବନେଶ୍ବର ହଷ୍ଟେଲ୍ ରୁମ୍ରେ ଭୋଜି ଆଳରେ ପ୍ରେମିକାକୁ ଡାକିଥିଲା। ରୁମ୍ରେ ଆଉ ତିନି ସାଙ୍ଗଙ୍କ ସହ ମଦ ଆସର ଜମାଇ ନିଶା ଚଢ଼ିବା ପରେ ଯୁବତୀଙ୍କୁ ମଦ ପିଆଇଲେ। ନିଶାରେ ଚୁର୍ ୪ ସାଙ୍ଗ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ।
-
13.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦିନିଆ ସରକାରୀ ଗସ୍ତରେ ଚାଇନାରେ ପହଞ୍ଚିଥିବା ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ବିମାନବନ୍ଦରକୁ ଯାଇ ନ ଥିବା ଦେଖିବାକୁ ମିଳିଛି।
-
14.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନିଟ୍ ୟୁଜି-୨୦୨୬ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଘଟଣାରେ ୫ ଗିରଫ କରିଛି।
-
15.ତିନୋଟି ବଡ଼ ସ୍କାମ୍ର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ - ଶିକ୍ଷକ ନିଯୁକ୍ତି ଦୁର୍ନୀତି, ପୌର ଦୁର୍ନୀତି ଏବଂ ସମବାୟ ଦୁର୍ନୀତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
