-
1.ରାଜ୍ୟରେ ଅନେକ ପେଟ୍ରୋଲ ପମ୍ପରେ ତେଲ ନ ଥିବାରୁ ବାଡ଼ ପଡ଼ିଛି କିମ୍ବା ଦଉଡ଼ି ବନ୍ଧା ହୋଇଛି। ଯେଉଁ କିଛି ଟାଙ୍କିରେ ତେଲ ମିଳୁଛି ସେଠାରେ ଗ୍ରାହକମାନଙ୍କର ଅସମ୍ଭାଳ ଭିଡ଼ ହୋଇଛି। ଧାଡ଼ିରେ ଘଣ୍ଟା ଘଣ୍ଟା ଠିଆ ହୋଇ ତେଲ ପକାଇଛନ୍ତି।
-
2.୩୨ଟି ରଥ ଚକ ନିର୍ମାଣ କାର୍ଯ୍ୟ ସରିଥିଲା। ଶୀତଳଷଷ୍ଠୀ ପୂର୍ବରୁ ସମସ୍ତ ରଥ ଚକ କାମ ସରିବା ନେଇ ଲକ୍ଷ୍ୟଧାର୍ଯ୍ୟ ଥିବାରୁ ଏନେଇ କାମ ଆଗେଇ ଚାଲିଛି।
-
3.ଦେଶରେ ଅଙ୍ଗନବାଡି ସେବାର କାର୍ଯ୍ୟାନ୍ୱୟନ ଏବଂ ତଦାରଖ ଏବଂ ତଥ୍ୟ ସଂଗ୍ରହ କରିବା ପାଇଁ ପୋଷଣ ଟ୍ରାକର ୨.୦ ନାମକ ଆଇସିଟି ସକ୍ଷମ ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି। ଶିଶୁ ଓ ମାତୃ ମୃତ୍ୟୁହାରକୁ ରୋକିବା, ରୋଗ, କୁପୋଷଣ ଏବଂ ଅଧାରୁ ସ୍କୁଲ ଛାଡ଼ୁଥିବା ଘଟଣା ହ୍ରାସ କରିବା।
-
4.ଦିଲ୍ଲୀର ସମସ୍ତ ସରକାରୀ କର୍ମଚାରୀ ପ୍ରତି ସପ୍ତାହରେ ୨ ଦିନ ଘରୁ କାମ (ୱାର୍କ ଫ୍ରମ୍ ହୋମ୍) କରିବେ। ତୈଳ ବ୍ୟବହାର କମାଇବା ପାଇଁ ୫୦ ପ୍ରତିଶତ ସରକାରୀ ବୈଠକ ଅନଲାଇନ୍ ଦ୍ବାରା ହେବ।
-
5.ତ୍ତରପ୍ରଦେଶରେ ଗତ ୩୬ ଘଣ୍ଟା ମଧ୍ୟରେ ଘନଘନ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ଓ ଝଡ଼ତୋଫାନରେ ୧୯ ଜିଲ୍ଲାରେ ବହୁ ଗଛ, ବିଦ୍ୟୁତ୍ଖୁଣ୍ଟ ଉପୁଡ଼ି ପଡ଼ିଥିବାବେଳେ ଅନେକ ଘର ଧରାଶାୟୀ ହୋଇଛି। ଏଥିରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି।
-
6.ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବାଏୟାର ଇଣ୍ଡିଆ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୨୬,୮୦୦ କୋଟି ଟଙ୍କା (୨୮୦ କୋଟି ଡଲାର)ର କ୍ଷତି ସହିଛି।
-
7.ଆମେରିକାର ପ୍ରଯୁକ୍ତି କମ୍ପାନୀ ସିସକୋଏହାର ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ନେଇଛି। ମେଟା, ଆମାଜନ ଓ ଓରାକଲ୍ ପରେ ଏହା ହେଉଛି ଅନ୍ୟତମ ପ୍ରମୁଖ ପ୍ରଯୁକ୍ତି କମ୍ପାନି ଯାହା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପ୍ରଭାବରେ କର୍ମଚାରୀ ସଂଖ୍ୟା କମ୍ କରିବାକୁ ବାଧ୍ୟ ହୋଇଛି।
-
8.ଇନ୍ଧନ ଓ ତେଲ ଦର ବଢ଼ିବା ପରେ ଏପ୍ରିଲ ମାସର ପାଇକାରୀ ମୁଦ୍ରାସ୍ଫୀତି ହାର ୮.୩ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ୨୪ ମାସ ମଧ୍ୟରେ ସର୍ବାଧିକ। ଗତ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୩.୮୬ ପ୍ରତିଶତ ଥିଲା। ପୂର୍ବରୁ ପାଇକାରୀ ବଜାରରେ ଦରଦାମ୍ର ଏଭଳି ଚାପ ଦେଖିବାକୁ ମିଳିନଥିଲା।
-
9.ସରକାର ଏବେ କୋଇଲାରୁ ଗ୍ୟାସ୍ ଉତ୍ପାଦନ କରିବା ପ୍ରକଳ୍ପକୁ ସରକାର ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆଗାମୀ ୪-୫ ବର୍ଷ ମଧ୍ୟରେ କୋଇଲାକୁ ଗ୍ୟାସ୍ରେ ପରିଣତ କରି ଗ୍ୟାସ୍ ଆମଦାନି ହ୍ରାସ କରିବା। ଭାରତରେ ବର୍ତ୍ତମାନ ୪୦୦ ବିଲିୟନ ଟନ୍ରୁ ଅଧିକ କୋଇଲା ଗଚ୍ଛିତ ଅଛି।
-
10.ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ସରଳୀକରଣ ପାଇଁ ଭାରତୀୟ ଷ୍ଟାମ୍ପ ଅଧିନିୟମରେ ସଂଶୋଧନ ଅଧ୍ୟାଦେଶ ଜାରି। ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ପଞ୍ଜିକରଣ ପାଇଁ ଆପାର୍ଟମେଣ୍ଟ ମାଲିକ ସଂଘକୁ ଦଲିଲ ପଞ୍ଜିକରଣ ଲାଗି ଷ୍ଟାମ୍ପ ଦେୟ ମାତ୍ର ୫୦ ହଜାର ଟଙ୍କା ଦେବାକୁ ପଡ଼ିବ।
-
11.ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଇନଜୀବୀ ଅବତାରରେ କୋଲକାତା ହାଇକୋର୍ଟରେ ପହଞ୍ଚିଲେ ମମତା ବାନାର୍ଜୀ। ବେଙ୍ଗଲ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ଦେଖାଯାଇଥିବା ହିଂସାକାଣ୍ଡ ଘଟଣାରେ ମମତା ଟିଏମସି ପକ୍ଷରୁ ନିଜେ ହିଁ ମାମଲା ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
-
12.ଜେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ ରାଜ୍ୟ ପ୍ରସିଧ୍ୟ ଭୀମକୁଣ୍ଡ ଜଳ ପ୍ରପାତରେ ଖସିବା ପରେ କେହି କ୍ବିଚିତ୍ ରକ୍ଷା ପାଇଥାନ୍ତି, କିନ୍ତୁ ପ୍ରପାତରେ ଖସି ପଥରଖୋଲରେ ୨ଘଣ୍ଟା ଲଟକି ରହିବା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି ସାବିତ୍ରୀ ମହାନ୍ତ (୫୭)।
-
13.ଇଭି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ। ବିହାର ସରକାର ବୈଦ୍ୟୁତିକ ଯାନବାହନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଇଭି ନୀତି ୨୦୨୬ କୁ ଅନୁମୋଦନ କରିଛନ୍ତି।ନୂତନ ନୀତି ଅନୁଯାୟୀ, ମହିଳାମାନେ ଏକ ଇଲେକ୍ଟ୍ରିକ୍ କାର କିଣିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ସବସିଡି ପାଇବେ। ଏକ ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପାଇଁ ସେମାନଙ୍କୁ ୧୨,୦୦୦ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମଧ୍ୟ ମିଳିବ।
-
14.ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।ଭିଡି ସତୀଶନ କେରଳରୁ ଛଅ ଥର ବିଧାୟକ ରହିସାରିଛନ୍ତି।
-
15.ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ। ସେ କହିଛନ୍ତି, ତେଲ ସଙ୍କଟ ଆଦୌ ନାହିଁ । ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇଛି।
-
16. ହାରମୁଜ ଉପକୂଳ ନିକଟରେ ଏକ ଭାରତୀୟ ମାଲବାହୀ ଜାହାଜ ‘ହାଜି ଅଲ୍ଲୀ’ ଉପରେ ସନ୍ଦିଗ୍ଧ ଡ୍ରୋନ୍ କିମ୍ବା ମିଶାଇଲ ମାଡ଼ ହେବା ଫଳରେ ଏହା ସମୁଦ୍ରରେ ବୁଡ଼ିଯାଇଛି।
-
17.ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। କମିଶନଙ୍କ ଅନୁଯାୟୀ, ଏହି ପର୍ଯ୍ୟାୟ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ।
-
18.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
-
19.ତାମିଲନାଡୁ ରାଜ୍ୟ ସରକାର ଏହାର ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସିର ଏକ ପେଡି ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ, ସରକାର ଗୁରୁବାର ମହଙ୍ଗା ଭତ୍ତା (ଡିଏ) 2 ପ୍ରତିଶତ ବୃଦ୍ଧି କରିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
-
20.ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଲଘୁଚାପ କ୍ଷେତ୍ର ବୁଧବାର ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। କିନ୍ତୁ ଏହା ଅବପାତର ରୂପ ନେବା ସମ୍ଭାବନା କମ୍ ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
