• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇରାନର ବୈଦେଶିକ ମନ୍ତ୍ରୀ ସୈଦ ଆବାସ ଆରାଘଚି ଶୁକ୍ରବାର କହିଛନ୍ତି ଯେ ଇରାନ ସହିତ ସଂଘର୍ଷରେ ଲିପ୍ତ ଦେଶଗୁଡ଼ିକର ଜାହାଜ ବ୍ୟତୀତ ହରମୁଜ୍ ପ୍ରଣାଳୀ ସମସ୍ତ ଜାହାଜ ପାଇଁ ଖୋଲା ରହିଛି।

  2. 2.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ବେଜିଂ ଗସ୍ତକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା।

  3. 3.ଇସ୍ରାଏଲ ଏବଂ ଲେବାନନ୍ ଯୁଦ୍ଧବିରତିକୁ ଆହୁରି ୪୫ ଦିନ ପାଇଁ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି।

  4. 4.ହାଇକୋର୍ଟରେ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ପୁଣି ସମୟ ଲୋଡ଼ାଯିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି।

  5. 5.ନେପାଳର ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ଏହା ଦ୍ବାରା ଭାରତରୁ ନେପାଳକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ଭାରୀ କଷ୍ଟମ୍ ଶୁଳ୍କ ଲାଗୁ କରାଯାଇଥିଲା।

  6. 6.କେନ୍ଦ୍ର ସରକାର ପୁଣି ଥରେ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ରପ୍ତାନି ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ (SAED)ର ହାର ସଂଶୋଧନ କରିଛନ୍ତି। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମେ ୧୫ରେ ଜାରି କରାଯାଇଛି।

  7. 7.ତୈଳ କମ୍ପାନିଙ୍କ କ୍ଷତି ଅସହ୍ୟ ହେବା ପରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କା ବଢ଼ିଛି। ‌

  8. 8.କେରଳରେ ଭିଡି ସତୀଶନ ‌ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । 

  9. 9.ପୁଣେ ବହୁଚର୍ଚ୍ଚିତ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମାଷ୍ଟରମାଇଣ୍ଡ ପିଭି କୁଲକର୍ଣ୍ଣିକୁ ସିବିଆଇ ଗିରଫ କରିଛି।

  10. 10.ନିଟ୍‌-ୟୁଜି ପରୀକ୍ଷା ନୂତନ ତାରିଖ ଅନୁଯାୟୀ ଆସନ୍ତା ଜୁନ ୨୧ ତାରିଖରେ ହେବ।

  11. 11.ରାଜ୍ୟରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମକୁ ୪୦୫୦ ଟଙ୍କା ହ୍ରାସ ପାଇ ୧,୪୪,୭୫୦ ଟଙ୍କା ହୋଇଛି।

  12. 12.ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି, ଯେଉଁଥିରେ ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଆଜୀବନ କାରାଦଣ୍ଡ ନିଲମ୍ବନ କରାଯାଇଥିଲା।

  13. 13.ରୋଗୀଙ୍କ ପରିବାରର ଅଭିଯୋଗ ମୁତାବକ କାଠଯୋଡ଼ି ନଦୀ ବ୍ରିଜ ଉପରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ, ଆଉ ଏହାର କିଛି ସମୟ ପରେ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା ।

  14. 14.ଦୀର୍ଘ ୧୮ ବର୍ଷ ତଦନ୍ତ ଚାଲିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍‌ମୁଟ୍‌ (ଅରୁଣାଚଳ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ) କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ପଦ୍ମା ଜୟସ୍ବାଲଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

  15. 15.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ ଅନୁଯାୟୀ, ମୌସୁମୀ ମେ ୨୨ରୁ ୩୦ ତାରିଖ ଭିତରେ କେରଳ ଛୁଇଁପାରେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.