• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମୌସୁମୀ ବର୍ଷା ଉପରେ ଏବେ ଏକ ବଡ଼ ସଙ୍କଟ । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏକ ପ୍ରଭାବଶାଳୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଦେଶରେ ସ୍ୱାଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ କରାଇ ଦେଇଛି।

  2. 2.ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ଭରତ ପରାସରଙ୍କ ପକ୍ଷରୁ ଇନ୍ଧନ ସଞ୍ଚୟ ଲାଗି ଜାରି ନିର୍ଦେଶନାମା ଅନୁଯାୟୀ ଗ୍ରୀଷ୍ମ ଅବକାଶ ଓ ଅନ୍ୟାନ୍ୟ ଆଂଶିକ କାର୍ଯ୍ୟଦିବସରେ ବିଚାରପତିମାନେ ଭର୍ଚୁଆଲ (ଆଭାସି) ମାଧ୍ୟମରେ ମାମଲାର ଶୁଣାଣି କରିବେ।

  3. 3.ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଦମ୍ପତିମାନେ ତୃତୀୟ ସନ୍ତାନ ଜନ୍ମ କଲେ ସେମାନଙ୍କୁ ୩୦,୦୦୦ ଟଙ୍କା ଏବଂ ଚତୁର୍ଥ ସନ୍ତାନ ଜନ୍ମ କଲେ ୪୦,୦୦୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ମୋଟ ପ୍ରଜନନ ହାର କୁ ୨.୧ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

  4. 4.ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କେତେକ ବେକାର ଯୁବକ ଓ ଯୁବତୀଙ୍କୁ ‘ଅସରପା’ ଭଳି ପତଙ୍ଗ ସହ ତୁଳନା କରିଛନ୍ତି।  ଏକ ଆବେଦନର ଶୁଣାଣି କାଳରେ ପ୍ରଧାନ ବିଚାରପତି କହିଥିଲେ ଯେ କେତେକ ବେକାର ଯୁବକ ଓ ଯୁବତୀ ଗଣମାଧ୍ୟମ ପ୍ରତିନିଧି, ସୋସିଆଲ ମିଡିଆ ବ୍ୟବହାରକାରୀ, ଆରଟିଆଇ କର୍ମୀ କିମ୍ବା ସାମାଜିକ କର୍ମୀ ସାଜି ସମସ୍ତଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରୁଛନ୍ତି।

  5. 5.କିଛି ପୁରୁଣା ତାପଜ ଶକ୍ତି ପ୍ରକଳ୍ପ ଜାଗାରେ ଆଣବିକ ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବାର ଯୋଜନା ରହିଛି। ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ ହୋଇ ନଥିଲେ ମଧ୍ୟ ପ୍ରାରମ୍ଭିକ ଭାବେ ଭାରତ ସରକାର ତିନିଟି ପୁରୁଣା କୋଇଲା ଭିତ୍ତିକ ଶକ୍ତି ପ୍ରକଳ୍ପର ଭିତ୍ତିଭୂମିକୁ ଏଥିପାଇଁ ଉତ୍ସର୍ଗ କରିବାର ଯୋଜନା ରଖିଛନ୍ତି।

  6. 6.ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୬.୨୯ ବିଲିଅନ୍‌  ଡଲାର ବୃଦ୍ଧି ପରିଲକ୍ଷିତ ହୋଇଛି। ଫଳରେ ଚଳିତ ମାସ ୮ ତାରିଖ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଏହା ୬୯୬.୯୯ ବିଲିଅନ୍‌ ଡଲାରରେ ପହଞ୍ଚିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ସୂତ୍ରରୁ ପ୍ରକାଶ।

  7. 7.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାରରେ ଦେଖାଯାଉଥିବା ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କରିଛନ୍ତି।

  8. 8.ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର  ୨୦୧୧ରୁ ଜାରି ହୋଇଥିବା ସମସ୍ତ ୧.୬୯ କୋଟି  ଏସ ସି, ଏସ ଟି , ଓବିସି ବର୍ଗ ପ୍ରମାଣପତ୍ରକୁ ପୁନଃ ଯାଞ୍ଚ କରିବାକୁ ଜିଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  9. 9.ଐତିହାସିକ ଭୋଜଶାଳାରେ ଏଣିକ ବର୍ଷସାରା ପୂଜାର୍ଚ୍ଚନା ହେବ। ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଭୋଜଶାଳା ସମ୍ପର୍କରେ ଏକ ନୂତନ ପ୍ରଶାସନିକ ନିର୍ଦ୍ଦେଶ ଜାରି କରିଛି।

  10. 10. ଓଡିଶାରେ ଦୁଇ ଦିନରେ ତେଲ ବିକ୍ରିରେ ୩୭ ପ୍ରତିଶତ ବୃଦ୍ଧି ହୋଇଛି। 

  11. 11.ପ୍ରଶାସନର ବୁଲଡୋଜରଗୁଡ଼ିକ ହାଓଡ଼ା ଷ୍ଟେସନ ବାହାରେ ଅବସ୍ଥିତ ଗଙ୍ଗା ଘାଟ ଏବଂ ବସ୍ ଷ୍ଟାଣ୍ଡ ପାଖରେ ଫୁଟପାଥ୍ ଏବଂ ସାଧାରଣ ରାସ୍ତାରେ ବେଆଇନ ଭାବରେ ଚାଲୁଥିବା ଦୋକାନ ଏବଂ ବ୍ୟବସାୟଗୁଡ଼ିକୁ ଧ୍ୱଂସ କରିଦେଇଥିଲେ।

  12. 12.ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ମେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଥାନା ଅଧୀନରେ ସ୍ବତନ୍ତ୍ର ଅଭିଯାନ  କରାଯାଇ ଅପରାଧୀଙ୍କ   ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଅଭିଯାନରେ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇ ୧ ହଜାର ୭୭୧ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ୧୯୦ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

  13. 13.ଏଲ ପି ଜି ସମ୍ପର୍କିତ ଏକ ଭଲ ଖବର ଆସିଛି। ବିଶେଷକରି, ଦୁଇଟି ଜାହାଜ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଯାଇଛି । ଏହି ଦୁଇଟି ବିଶାଳ ଜାହାଜ ମିଳିତ ଭାବରେ ମୋଟ 66,392 ମେଟ୍ରିକ ଟନ ରନ୍ଧନ ଗ୍ୟାସ ଭାରତକୁ ନେଇ ଯାଉଛି।

  14. 14.୨୦୨୬ ଆଇପିଏଲ ଫାଇନାଲ ଦିନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ଅହମଦାବାଦରେ ଉପସ୍ଥିତ ରହିପାରନ୍ତି।

  15. 15.ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.