• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡିଶାର କଳା ଓ କାରିଗରୀକୁ ବିଶ୍ୱ ମଞ୍ଚରେ ଆଉ ଏକ ବଡ ସମ୍ମାନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେ କିଙ୍ଗ୍ ହାରାଲ୍ଡ ଭି’ଙ୍କୁ ରୁପା ତାରକସି ସେଲବୋଟ ଭେଟି ଦେଲେ । ନରୱେ ମହାରାଣୀ ସୋନଜାଙ୍କୁ ତାଳପତ୍ର ପଟ୍ଟଚିତ୍ର ଭେଟିଦେଲେ।

  2. 2.ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳି କରି ବା ପରେ ଆତଙ୍କବାଦୀର ମୃତ୍ୟୁ ଘଟିଛି।

  3. 3.ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ଜବରଦଖଲ ଉଚ୍ଛେଦ ଅଭିଯାନ ସମୟରେ ପଥର ଫିଙ୍ଗା ଘଟଣାରେ ପୁଲିସ ୧୬ ଜଣଙ୍କୁ ଗିରଫ କରିଛି ଏବଂ ୧୫୦ରୁ ଅଧିକ ଲୋକଙ୍କୁ ଖୋଜୁଛି।

  4. 4.ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ।

  5. 5.ପୁଣିଥରେ ଝାରସୁଗୁଡ଼ା ବିମାନବନ୍ଦରରୁ ଷ୍ଟାର୍‌ଏୟାର୍ ବିମାନ ସେବା ଆରମ୍ଭ ହୋଇଛି। ୪୨ ଦିନ ପରେ ଭୁବନେଶ୍ବର ଓ ହାଇଦ୍ରାବାଦକୁ ବିମାନ ଉଡ଼ିଛି।

  6. 6.ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ରିପୋର୍ଟ ଅନୁସାରେ ଭାରତୀୟ ପରିବାରଗୁଡ଼ିକ ୨୦୨୪-୨୫ରେ ଷ୍ଟକ୍‌ ବଜାରରେ ୬.୯୧ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି।

  7. 7.ସ୍ୱିଗି ଓ ଜୋମାଟୋ ଭଳି କମ୍ପାନିର ଖର୍ଚ୍ଚ ବୃଦ୍ଧି କରିଛି। ଏଲାଇରା କ୍ୟାପିଟାଲର ଏକ ରିପୋର୍ଟ ଅନୁଯାୟୀ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ସିଧାସଳଖ କମ୍ପାନିଗୁଡ଼ିକର ମାର୍ଜିନକୁ ପ୍ରଭାବିତ କରୁଛି। କମ୍ପାନିଗୁଡ଼ିକ ଏହି ଅତିରିକ୍ତ ଖର୍ଚ୍ଚ ଗ୍ରାହକଙ୍କ ଉପରେ ଲଦିବା ଆଶଙ୍କା ରହିଛି।

  8. 8.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ଅନୁଯାୟୀ ଶାନ୍ତି କଥାବାର୍ତ୍ତା ଏବେ ହଁ ଓ ନାହିଁ ମଝିରେ ଅର୍ଥାତ୍ ବର୍ଡରଲାଇନରେ ରହିଛି। ଏ ପରିସ୍ଥିତିରେ କଥାବାର୍ତ୍ତାରେ ମଧ୍ୟସ୍ଥତା କରିବା ଲାଗି ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ଇରାନ ଗସ୍ତ କରିଛନ୍ତି।

  9. 9. ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତକୁ ୱାସିଂଟନ୍ ଯେତେ ଶକ୍ତି କିଣିବାକୁ ଚାହୁଁଛି ସେତିକି ବିକ୍ରୟ କରିବାକୁ ପ୍ରସ୍ତୁତ।

  10. 10.ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ିବ। କଥାବାର୍ତ୍ତା ପାଇଁ ଆମେରିକାର ଏକ ପ୍ରତିନିଧି ଦଳ ଆସନ୍ତା ମାସରେ ଭାରତ ଆସୁଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।

  11. 11.ଶିକାରୀଙ୍କ କବଳରେ ଶିମିଳିପାଳ।ଶିମିଳିପାଳରେ ପୁଣିଥରେ ଜଣେ କଳା ମହାବଳ ବାଘ ଛୁଆର ଚମଡ଼ା ଜବତ ହେବା ଘଟଣା ସମଗ୍ର ବନ୍ୟପ୍ରାଣୀ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି।

  12. 12.ଜାତୀୟ ରାଜପଥ-57 ରେ ନୟାଗଡ ଏବଂ ଖୋର୍ଦ୍ଧା ମଧ୍ୟରେ ଚାରି ଲେନ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି।

  13. 13.ମାର୍ଚ୍ଚ 2027 ସୁଦ୍ଧା ଓଡ଼ିଶାର ସମସ୍ତ ଗ୍ରାମକୁ ପାଇପ୍ ପାନୀୟ ଜଳ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା, ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି।

  14. 14.ଓଡିଶା ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା କୌଣସି ନିଯୁକ୍ତି କିମ୍ବା କାର୍ଯ୍ୟ କରିବାରୁ ନିବୃତ୍ତ ରହିବାକୁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

  15. 15.କଲିକତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଗୁରୁବାର ଦିନ ଆର.ଜି. କର ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଏକ ତିନି ଜଣିଆ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଦ୍ୱାରା ନୂତନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.