• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର ୧୦୦ଟି ଗରମ ସହର ମଧ୍ୟରୁ ଭାରତରେ  ୯୭ଟି ଅବସ୍ଥିତ।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ନିଯୁକ୍ତି ମେଳାରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନୂତନ ନିଯୁକ୍ତି ପାଇଥିବା ଯୁବକଯୁବତୀଙ୍କୁ ଭର୍ଚୁଆଲ୍ ଭାବରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ।

  3. 3.ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫଗାନିସ୍ତାନ ପ୍ରତି ନିଜର ପ୍ରତିବଦ୍ଧତା ଏବଂ ସମର୍ଥନକୁ ପୁନଃସ୍ଥାପିତ କରିଛି। ଭାରତ  ଦେଶର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଛି ।

  4. 4.ଓଡିଶାରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସ୍‌ମା (ଏସେନ୍‌ସିଆଲ୍‌ ସର୍ଭିସେସ୍‌ ମେଣ୍ଟେନାନ୍ସ ଆକ୍ଟ) ଲାଗୁ କରାଗଲା

  5. 5.ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

  6. 6.ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁନ୍ ୨୧ ତାରିଖରେ ହେବାର ଥିଲା, ଏହାକୁ ଘୁଞ୍ଚାଇ ଦିଆଯାଇ ଆସନ୍ତା ଜୁନ୍ ୨୮ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

  7. 7.ଓଡିଶାରେ ୨୦୨୫-୨୬ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଭିନ୍ନ ଶିକ୍ଷାନୁଷ୍ଠାନର ୧ଲକ୍ଷ ୧୮ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ଦିଆଯାଇଛି।

  8. 8. ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଓ ଜାତିସଂଘ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ଏକ ବଡ଼ ପଦକ୍ଷେପ ସ୍ବରୂପ ଝାରସୁଗୁଡ଼ାରେ ଉଦ୍‌ଘାଟିତ ହୋଇଛି ଗ୍ରେନ୍ ଏଟିଏମ୍। ଏହା ରାଜ୍ୟର ଦ୍ଵିତୀୟ ତଥା ଦେଶର ତୃତୀୟ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଭାବେ ଆଜି ଖାଉଟିଙ୍କ ପାଇଁ ଲୋକାର୍ପିତ ହୋଇଛି।

  9. 9.ଦିନକୁ ଦିନ ବିଦ୍ୟୁତ୍ ବ୍ୟବହାର ମାତ୍ରାଧିକ ବୃଦ୍ଧି ପାଇଛି। ବିଦ୍ୟୁତ୍‌ ଯୋଗାଣଠାରୁ ମାତ୍ରାଧିକ ବ୍ୟବହାର ବୃଦ୍ଧି ପାଉଥିବାରୁ ନାହିଁନଥିବା ଦୁର୍ଘଟଣା ସଟ୍‌ସର୍କିଟ୍ ଓ ଟ୍ରାନ୍ସଫରମର ପୋଡ଼ି ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଧନଜୀବନ ନଷ୍ଟ ହେବାରେ ଲାଗିଛି। 

  10. 10.ବେଆଇନ ଅନୁପ୍ରବେଶ ଓ ଅପ୍ରବାସ ଦେଶ ପାଇଁ ବଡ ସମସ୍ୟା ହୋଇ ରହିଛି। ବେଆଇନ ଅନୁପ୍ରବେଶ ​‌ରୋ​‌କିବା ଲାଗି ଏକ ଉଚ୍ଚକ୍ଷମତା ସମ୍ପନ୍ନ ଡେମୋଗ୍ରାଫି ମିଶନ ଗଠନ କରାଯିବ। ପ୍ରଧାନମନ୍ତ୍ରୀ ତାଙ୍କ ୨୦୨୫ ସ୍ଵାଧୀନତା ଦିବସ ଭାଷଣ କାଳରେ ଏହି ମିଶନ ଗଠନ ସମ୍ପର୍କରେ ଘୋଷଣା କରିଥିଲେ।

  11. 11.ପୂର୍ବ ଲଦାଖରେ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବରିଷ୍ଠ ସାମରିକ ଅଧିକାରୀ ବର୍ତ୍ତି ଯାଇଛନ୍ତି।

  12. 12.ଆମେରିକାରେ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ତୁଲସୀ ଗାବାର୍ଡ , ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ  ପଦରୁ ଇସ୍ତଫା ଦେଇଛନ୍ତି।

  13. 13.ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କର ଚାରି ଦିନିଆ ଭାରତ ଗସ୍ତ ପାଇଁ ଶନିବାର ସକାଳେ କୋଲକାତାରେ ପହଞ୍ଚିଛନ୍ତି।  ଜୟଶଙ୍କର ଏବଂ ରୁବିଓଙ୍କ ମଧ୍ୟରେ ଆଲୋଚନାରେ ଶକ୍ତି, ବାଣିଜ୍ୟ, ନିବେଶ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ଲୋକ-ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ ପଦକ୍ଷେପ ପ୍ରମୁଖ ପ୍ରସଙ୍ଗ ହେବ।

  14. 14.ଯେଉଁମାନେ ଅସ୍ଥାୟୀ ଭାବରେ ଆମେରିକାରେ ରହୁଛନ୍ତି ସେମାନେ ଏବେ ନିଜ ଦେଶକୁ ଫେରିବା ପରେ ହିଁ ଗ୍ରୀନ୍ କାର୍ଡ (ସ୍ଥାୟୀ ବାସସ୍ଥାନ) ପାଇଁ ଆବେଦନ କରିପାରିବେ।

  15. 15.ଗତ ୧୦ ଦିନ ମଧ୍ୟରେ ଏହା ତୃତୀୟ ବୃଦ୍ଧି। ପୁଣି ଥରେ ବୃଦ୍ଧି ପାଇଛି। ଶନିବାର ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ବୃଦ୍ଧି ପାଇଛି। ଏହିପରି ଗତ ୧୦ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୋଟ ୫ଟଙ୍କା ମହଙ୍ଗା ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.