• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି (JST) ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ 'ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ (SSHP) ୨୦୨୬' ରେ ଭାରତର ପ୍ରତିନିଧିତ୍ଵ କରି ଓଡ଼ିଶାର ଚାରି ଜଣ ଛାତ୍ରଛାତ୍ରୀ ସଫଳତାର ସହ ନିଜର ଦଶଦିନିଆ (୨୧ ମେ ରୁ ୩୧ ମେ ୨୦୨୬) ଜାପାନ ଗସ୍ତ ସମାପ୍ତ କରି ଦେଶକୁ ଫେରିଛନ୍ତି।

  2. 2.ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ ୭୫ଟି ମନୋନୀତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (EMRS)ରେ ‘ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍'ର ଭର୍ଚୁଆଲ୍ ଉଦଘାଟନ କରିଛନ୍ତି।

  3. 3.ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ କଂଗ୍ରେସ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ରନାଥ ବୋଷ୍‌ ବି‌ରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି।

  4. 4.ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇରାନ ବୁଧବାର ସକାଳେ କୁଏତ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଦ୍ୱାରା ଆକ୍ରମଣ କରିଛି।

  5. 5.ଓଡିଶା ଉପକୂଳ ଅଞ୍ଚଳରେ ସୁଗମ ଯାତାୟତ।ରାଜ୍ୟରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ କେନ୍ଦ୍ରର ମଞ୍ଜୁରୀ ଦେଇଛି । ଏଠି ପାଇଁ ମୋଟ ବ୍ୟୟ ଅଟକଳ ୮ ହଜାର ୩ ଶହ କୋଟି ବ୍ୟୟ ବରାଦ କରାଯାଇଛି।

  6. 6.ଦିଲ୍ଲୀ ମାଲବ୍ୟ ନଗର ରେସ୍ତୋରାଁରେ ଘଟିଥିବା ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ ବୋଲି ସୂଚନା ମିଳିଛି।

  7. 7. ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ ସମ୍ପତି ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ୬୪୮ କୋଟିରୁ ଅଧିକ । ବିଜୟ ଭାରତର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ବନିଯାଇଛନ୍ତି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ ମୋହନ ରେଡ୍ଡୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି।

  8. 8.ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ କହିଛନ୍ତି, ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି। ୯୦% ବହି ଛପା ସାରିଲାଣି; ପିଲାଙ୍କ ପାଖରେ ପହଞ୍ଚୁଛି। ବାକି ୧୦% ବହି ଖରା ଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ।

  9. 9.ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସାମରିକ ସଂଘର୍ଷ ଆଜି ପୁଣି ଭୀଷଣ ରୂପ ନେଇଛି। ଇରାନପକ୍ଷରୁ କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଆତ୍ମଘାତୀ ଡ୍ରୋନ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି।

  10. 10. ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟ ଫ୍ରେଡେରିକସେନ ପିଲାମାନଙ୍କ ସୋସିଆଲ ମେଡିଆ ବ୍ୟବହାର ଏବଂ ଧୂମ୍ରପାନ ମଧ୍ୟରେ ଏକ ତୁଳନା କରି ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଡିଜିଟାଲ ପ୍ଲାଟଫର୍ମ ପିଲାମାନଙ୍କର କେଉଁଭଳି କ୍ଷତି କରୁଛି ତାହା ଚିହ୍ନଟ କରିବାରେ ସମାଜ ବିଫଳ ହୋଇଛି ବୋଲି ସେ କହିଛନ୍ତି। 

  11. 11.ୟୁକ୍ରେନରେ ରୁଷ୍‌ ନିୟନ୍ତ୍ରଣରେ ଥିବା ଡୋନେସ୍କ ଅଞ୍ଚଳରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୧ ଜଣ ଆହତ ହୋଇଛନ୍ତି।

  12. 12.ଏକ ସ୍ପଷ୍ଟୀକରଣରେ ରିଜର୍ଭ ବ୍ୟାଙ୍କ କହିଛି ଯେ ଭଣ୍ଡାରରୁ କିଛି ସୁନା ବିକ୍ରି କରାଯାଇଥିବା ଖବର ସତ ନୁହେଁ। ଭଣ୍ଡାରରେ ୮୮୦.୫୨ ଟନ୍‌ ସୁନା ରହିଛି।

  13. 13.ଦକ୍ଷିଣ ମୁମ୍ବାଇରେ ଥିବା ଏୟାର ଇଣ୍ଡିଆ କୋଠାକୁ ୧୬୦୧ କୋଟି ଟଙ୍କାରେ ମହାରାଷ୍ଟ୍ର ସରକାର କିଣିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ଉପସ୍ଥିତିରେ ଏହି କାରବାର ହୋଇଛି।

  14. 14.କେନ୍ଦ୍ର କ୍ୟାବିନେଟ ଦେଶର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିମାନ ଚଳାଚଳ କ୍ଷେତ୍ରକୁ ଆର୍ଥିକ ଝଟକାରୁ ରକ୍ଷା କରିବା ପାଇଁ ମୋଟ ୩୯,୨୯୦ କୋଟି ଟଙ୍କାର ଛଅଟି ପ୍ରମୁଖ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବୁଧବାର ଅନୁମୋଦନ କରିଛନ୍ତି।

  15. 15.ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରମାଣପତ୍ର ତୁରନ୍ତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିବ। ଏସବୁ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।  

  16. 16.ଫୁଟବଲ ମହାକୁମ୍ଭ ଫିଫା ଫୁଟବଲ ବିଶ୍ବକପ୍‌ ଜୁନ୍‌ ୧୧ରୁ ଆମେରିକା, କାନାଡା ଓ ମେକ୍ସିକୋରେ ଖେଳାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.