• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.୨୦୨୬-୨୭ ଆର୍ଥିକବର୍ଷ ପାଇଁ  ଜିଡିପି ଅଭିବୃଦ୍ଧି ୬.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଥିବାବେଳେ ତାହା ୬.୬ ପ୍ରତିଶତକୁ ଖସିଯିବ ବୋଲି ଆକଳନ କରାଯାଇଛି।

  2. 2.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଛି।  ରେପୋ ରେଟ ୫ ଦଶମିକ ୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି। 

  3. 3.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା ୨୦ ଟଙ୍କା ରୁ ୪୦ ଟଙ୍କାକୁ ଓ ଅରୁଆ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କା ରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

  4. 4.ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ ଉପରେ ବିଚାର କରୁଛି।

  5. 5.ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତିଙ୍କୁ ସେହି ଚାକିରି ପାଇଁ ଚୟନ କରାଯାଇପାରିବ ନାହିଁ, ଯାହା ସ୍ପଷ୍ଟ ଭାବେ କମ୍‌ ଯୋଗ୍ୟତା ବିଶିଷ୍ଟ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

  6. 6.ବେଙ୍ଗାଲୁରୁଭିତ୍ତିକ ଏହି କମ୍ପାନିରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ଜାଲିଆତି ହୋଇଛି। କମ୍ପାନିର ବାସ୍ତବ ପ୍ରଦର୍ଶନ ତୁଳନାରେ କାଗଜପତ୍ରରେ ଅଧିକ କାରବାର ଦର୍ଶାଯାଇଛି। ଏହି ଘଟଣାରେ ସେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମ୍ପାନିର ସିଏମ୍‌ଡି ରାଜେଶ ମେହେଟ୍ଟାଙ୍କୁ ପୁଞ୍ଜି ବଜାରରୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାସନ୍ଦ କରିଛି। 

  7. 7.ନାଲ୍‌କୋରେ ଠିକାଦାରମାନଙ୍କ ଦ୍ୱାରା ନିୟୋଜିତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ କର୍ପୋରେଟ୍ ବେତନ ପ୍ୟାକେଜ୍ ସୁବିଧା ପ୍ରଦାନ ପାଇଁ ଏହି ଏମ୍‌ଓୟୁ ହୋଇଛି। ଏହି ବୁଝାମଣାପତ୍ରର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଠିକା କର୍ମଚାରୀଙ୍କ ପାଇଁ ଦୁର୍ଘଟଣା ବୀମା ସୁବିଧାକୁ ଅନ୍ତର୍ଭୁକ୍ତ କରିବା, ଯାହା ସ୍ଥାୟୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ସୁବିଧା ସହିତ ସମାନ ଅଟେ। 

  8. 8.ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଭାରତୀୟ ଅର୍ଥନୀତି ଚାପରେ ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉଚ୍ଚସ୍ତରରେ ରହିବା ଫଳରେ ସବ୍‌ସିଡି ବୋଝ ବଢ଼ିଯାଇଛି। 

  9. 9.ତେଲ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ଫ୍ଲେକ୍ସ ଫୁଏଲ୍‌ ପମ୍ପ ସ୍ଥାପନ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏଭଳି ୫୦୦ ଓ ୨୦୨୭ ସୁଦ୍ଧା ୫୦୦୦ ପମ୍ପ ସ୍ଥାପନ କରିବା ଯୋଜନା ରହିଛି ।

  10. 10.କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ

  11. 11.ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ ‘ଅଏଲ ଇଣ୍ଡିଆ କୁ ଆଣ୍ଡାମାନ ସମୁଦ୍ରର ଗଭୀର ଜଳଭାଗରେ ପ୍ରାକୃତିକ ଗ୍ୟାସ ଆବିଷ୍କାର କରିବାରେ ଏକ ବଡ଼ ସଫଳତା ମିଳିଛି।

  12. 12.ତାମିଲନାଡୁରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ତାମିଲନାଡୁର ପୂର୍ବତନ ଭାଜପା ସଭାପତି କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି।

  13. 13. ‘ବିଜନେସ ଷ୍ଟାଣ୍ଡାର୍ଡ’ର ରିପୋର୍ଟରେ ହୋଇଥିବା ଖୁଲାସା ଅନୁଯାୟୀ, ଆଗାମୀ ସମୟରେ ଦେଶ ମଧ୍ୟରେ ଏଟିଏମ ସେବା ବିପର୍ଯ୍ୟସ୍ତ ହୋଇପାରେ।

  14. 14.ସରକାରଙ୍କ ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଚଳିତମାସ ୨ ତାରିଖରେ ୯ ସ୍ଥାନର ନାମ ପରିବର୍ତ୍ତନକୁ ସୁପାରିସ କରିବା ସହିତ ୨୭ ଜିଲାରେ ୫୦ରୁ ଅଧିକ ନାମ ବଦଳାଇବାକୁ ସୁପାରିସ କରିଛନ୍ତି।

  15. 15.ଇଣ୍ଡୋନେସିଆ ଓପନ ସୁପର-୧୦୦୦ ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପ୍‌ରେ ପୁରୁଷ ଯୁଗଳ କ୍ବାର୍ଟରଫାଇନାଲରେ ଭାରତୀୟ ଯୋଡ଼ି ଏମ୍‌.ଆର୍‌. ଅର୍ଜୁନ ଓ ଏ. ହରିହରନ ଯୋଡ଼ି ପହଞ୍ଚିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.