-
1.ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଏଲ୍ପିଜି ଦର ୨୯ ଟଙ୍କା ବୃଦ୍ଧି କରିଛନ୍ତି।
-
2.ଗବେଷକମାନେ ସ୍ପଷ୍ଟ କରିଛନ୍ତି ଯେ, ୧୯୯୩ ରୁ ୨୦୧୦ ମସିହା ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୩୧.୫ ଇଞ୍ଚ (୮୦୦ ମିଲିମିଟର) ଭୂତଳ ଜଳ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଛି।
-
3.ଓଡିଶାରେ ୧୪୭ତମ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ଆଜି ୩୭୯୩.୩୩ କୋଟି ଟଙ୍କା ମୂଲ୍ୟର ୨୪ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।
-
4.ସୂଚନା ଅନୁଯାୟୀ, ଭେଲ୍ ଓ ସେଲ୍ ଗତ ୩ ବର୍ଷ ହେଲା ବାର୍ଷିକ ୫ ହଜାର କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ ହାସଲ କରିବାରେ ସମର୍ଥ ହୋଇନାହାନ୍ତି। ମହାରତ୍ନ ମାନ୍ୟତା ପାଇଁ ବାର୍ଷିକ ଟିକସ ପରବର୍ତ୍ତୀ ଲାଭ ୫୦୦୦ କୋଟିରୁ ଅଧିକ ହେବା ଆବଶ୍ୟକ।
-
5.ବିଶିଷ୍ଟ ସମ୍ବିଧାନ ବିଶେଷଜ୍ଞ ଡକ୍ଟର ସୁଭାଷ କାଶ୍ୟପଙ୍କର ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି।
-
6.ବାରଣାସୀ ଠାରେ କାଶିକା ଆର୍ଟିଷ୍ଟ ଗ୍ରୁପ୍ ପକ୍ଷରୁ ଅନ୍ତର୍ଜାତୀୟ କଳା ପ୍ରଦର୍ଶନୀ ଗତ ୪ରୁ ୬ତାରିଖ ପର୍ୟ୍ୟନ୍ତ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ ନରେନ୍ଦ୍ର ପାତ୍ରଙ୍କ ପୁଅ ପ୍ରଦୀପ ଉକ୍ତ କଳା ପ୍ରଦର୍ଶନୀରେ ନିଜର ଚମତ୍କାରୀତା ଦେଖାଇଥିଲେ।
-
7.ସାମ୍ପଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ୨୦୨୪ର ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରତି ୧, ୦୦୦ ଜୀବିତ ଜନ୍ମରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇ ୨୪ରେ ପହଞ୍ଚିଛି। ୨୦୧୯ରେ ଏହି ସଂଖ୍ୟା ୩୦ ଥିଲା।
-
8.ଭାରତରେ ପ୍ରାୟ ୬୦ ପ୍ରତିଶତରୁ ଅଧିକ ଜଳସେଚନ କେବଳ ଏହି ଜଳ ଉପରେ ନିର୍ଭର କରେ। ଅପରପକ୍ଷରେ, ଆମେରିକାରେ ବୃହତ୍ ସ୍ତରର ବ୍ୟାପାରିକ ଚାଷ ଏବଂ ବିଭିନ୍ନ ଶିଳ୍ପାଞ୍ଚଳର ଆବଶ୍ୟକତା ପାଇଁ ମାଟି ତଳୁ ବ୍ୟାପକ ପରିମାଣର ଜଳ ନିଷ୍କାସନ କରାଯାଉଛି।
-
9.କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମୋଟ୍ ସମ୍ପତ୍ତି ମୂଲ୍ୟ ୩୮.୭୬ କୋଟି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟରେ ଖଡ଼ଗେ ଦାଖଲ କରିଥିବା ସତ୍ୟପାଠରେ ଏହି ଘୋଷଣା କରିଛନ୍ତି।
-
10.ଉତ୍ତର ପ୍ରଦେଶର ବାଲିଆ ଜିଲାରେ ଅବସ୍ଥିତ ପ୍ରସିଦ୍ଧ ‘ସୁରହା ତାଲ’ (ଜୟ ପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟ)କୁ ଅନ୍ତର୍ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ଆଦ୍ରଭୂମି ବା ଭାରତର ୧୦୦ତମ ‘ରାମସାର ସାଇଟ୍’ ଭାବେ ମାନ୍ୟତା ମିଳିଛି। ଏହି ସଫଳତା ସହ ଭାରତରେ ରାମସାର ସାଇଟ୍ଗୁଡ଼ିକର ସଂଖ୍ୟା ଶହେ ଛୁଇଁଛି।
-
11. ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ ନିର୍ମିତ ଟେଣ୍ଟ ଭାଙ୍ଗି ପଡ଼ି ପଡିଥିବା ବେଳେ ପ୍ରାୟ ୨୫୦ଟି ଷ୍ଟଲ ବର୍ଷା ପବନରେ ମାଟିରେ ମିଶି ଯାଇଛି। ଏନେଇ ଅନ୍ତର୍ଜାତୀୟସ୍ତରରୁ ଆସିଥିବା ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି।
-
12.ବାଲିଗୁଡ଼ାର ଆଇଟିଡିଏ ସହକାରୀ ର୍ନିବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ରେଡ କରିବା ପରେ କେବଳ ଭୁବନେଶ୍ବରରେ ୪ଟି ବହୁତଳ କୋଠା ସହ ବାବୁଙ୍କର ବିପୁଳ ସମ୍ପତ୍ତି ରହିଥିବା ବେଳେ ତାକ ବ୍ୟାଙ୍କ୍ ଲକ୍ରରୁ ୨କୋଟି ଟଙ୍କା ନଗଦ ଠାବ ହୋଇଛି।
-
13. କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି।
-
14.ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି।
-
15.ଆଉ ମାତ୍ର ୪ରୁ ୫ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
