• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୪୫ ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ  (HLCA) ବୈଠକରେ ୯ଟି ଜିଲ୍ଲା ପାଇଁ ମୋଟ ୭୬ହଜାର ୬୧୧କୋଟି ୮୬ ଲକ୍ଷ ଟଙ୍କାର ୨୦ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି। ଏହାଦ୍ବାରା ରାଜ୍ୟରେ ୫୦ ହଜାର ୫୧୭ ନିଯୁକ୍ତି ସୃଷ୍ଟି ସୁଯୋଗ ସୃଷ୍ଟି ହେବ।

  2. 2.ଲାର୍ସନ୍‌ ଆଣ୍ଡ ଟୁବ୍ରୋ (ଏଲ୍‌ଆଣ୍ଡଟି) ଲିମିଟେଡ୍‌ ଗଞ୍ଜାମରେ ଓ ଏନ୍‌ଏଭି ମ୍ୟାଗ୍ନେଟେକ୍‌ କଟକ/ଖୋର୍ଦ୍ଧାରେ ସ୍ବତନ୍ତ୍ର ମାନର ସ୍ଥାୟୀ ଚୁମ୍ବକ (ପର୍ମାନେଣ୍ଟ ମ୍ୟାଗ୍‌ନେଟ୍‌) ଉତ୍ପାଦନ କରିବେ। ଗଞ୍ଜାମରେ ୱାର୍ଲଡ୍‌ ଟାଇଟାନିୟମ୍‌ ତରଫରୁ ଟାଇଟାନିୟମ୍‌  ଡାୟସ୍କାଇଡ୍‌ ସ୍ଲାଗ୍‌ ଓ ପିଗ୍‌ମେଣ୍ଟ୍‌ ମଧ୍ୟ ଉତ୍ପାଦନ କରାଯିବ।

  3. 3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବୁଲିବେ । 

  4. 4.କେନ୍ଦ୍ର ସରକାର ଖାଇବା ତେଲର ମାନକ ନିର୍ଦ୍ଧାରଣ କରିଛନ୍ତି। ଫଳରେ ଆଗାମୀ ଦିନରେ ୫୦୦ ମିଲିଲିଟର, ୧, ୨, ୫, ୧୫ ଲିଟର ଭଳି ପ୍ୟାକ୍‌ରେ ଖାଇବା ତେଲ ମିଳିବ। ସବୁ କମ୍ପାନିର ପ୍ୟାକେଟ୍‌ ସେହି ମାନକ ଅନୁସାରେ ରହିବ। ଫଳରେ ଗ୍ରାହକମାନେ ବିଭିନ୍ନ କମ୍ପାନିର ତେଲ ପ୍ୟାକେଟ୍‌ ମୂଲ୍ୟ ମଧ୍ୟରେ ତୁଳନା କରି ନିଜ ପସନ୍ଦର ତେଲ ନେଇପାରିବେ।

  5. 5.. ଓଡ଼ିଶା ସରକାର ୧ ଜୁଲାଇ, ୨୦୨୬ ରୁ ସମସ୍ତ ଗ୍ରାମ ପଞ୍ଚାୟତରେ କାର୍ଯ୍ୟକାରୀ ହେବାକୁ ଥିବା ବିକାଶ ଭାରତ-ଗ୍ରାମୀଣ ରୋଜଗାର ଓ ଆଜିବିକା ମିଶନ (ଗ୍ରାମୀଣ) କୁ ଆନୁଷ୍ଠାନିକ ଭାବରେ ସୂଚିତ କରିଛନ୍ତି।

  6. 6.ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୧-୮  ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ୧,୬୭୮ ରୁ ଅଧିକ ତ୍ରୁଟିକୁ ସମାଲୋଚନା କରିଛନ୍ତି।  

  7. 7.ଭାରତ ଓ ବ୍ରିଟେନ୍‌ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ।

  8. 8. ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ପକ୍ଷରୁ ଏକ ବିବାଦୀୟ ରଣନୈତିକ ନିଷ୍ପତ୍ତି ସାମନାକୁ ଆସିଛି। ଆମେରିକା ନିଜର ସବୁଠାରୁଶକ୍ତିଶାଳୀ ସାମରିକ ବିଭାଗ ‘ୟୁଏସ୍ ଇଣ୍ଡୋ-ପାସିଫିକ୍ କମାଣ୍ଡ’ (ୟୁଏସ୍‌ଇଣ୍ଡୋପାକୋମ୍‌)ର ନାମ ପରିବର୍ତ୍ତନ କରି ପୁଣି ଥରେ ଏହାର ପୁରୁଣା ନାମ ‘ୟୁଏସ୍ ପାସିଫିକ୍ କମାଣ୍ଡ’ (ୟୁଏସ୍‌ପାକୋମ୍‌)କୁ ଫେରାଇ ଆଣିଛି

  9. 9.ଭାରତକୁ ସମସ୍ତ ସୁରକ୍ଷା ପ୍ରସଙ୍ଗରେ ସହଯୋଗର ନିର୍ଭର ପ୍ରତିଶ୍ରୁତି ଦେଇ ଟ୍ରମ୍ପ କହିଛନ୍ତି,  ଯଦି ଭାରତ ଉପରେ କେହି ଆକ୍ରମଣ କରେ ତେବେ ୱାସିଂଟନ ସର୍ବଦା ଭାରତ ସହିତ ଛିଡ଼ା ହେବ।

  10. 10.ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ ପ୍ରମାଣ ଉଦ୍ଧାର କରିଛନ୍ତି।

  11. 11.ଶୁକ୍ରବାର ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ଚରମବାଣୀ ଯାହାକି ବିଶ୍ଵ ବଜାରରେ ତୈଳ ସଙ୍କଟ ପୁଣି ପ୍ରଭାବ ପଡିବାର ସମ୍ଭାବନା ସୃଷ୍ଟି ହୋଇପାରେ। ଟ୍ରମ୍ପ ଏମଓୟୁ ଚୂଡ଼ାନ୍ତ ନୁହେଁ କହି ଚେତାବନୀ ଦେଲେ ଟ୍ରମ୍ପ।ଯଦି ଇରାନ୍ ଠିକ୍ ବ୍ୟବହାର ନ କରେ ତାହେଲେ ପୁଣି ଯୁଦ୍ଧ ବୋଲି କହିଲେ ଟ୍ରମ୍ପ।

  12. 12.ଭାରତରେ ଟେଲିଗ୍ରାମ କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା ପାଇଁ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି।

  13. 13. ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆକ୍ଟର ୧୯୮୨ର ଧାରା ୨୩(୧)ର ବ୍ୟବସ୍ଥା ଅନୁଯାୟୀ, ବିଡିଏ ଭୁବନେଶ୍ୱର ବିକାଶ ଯୋଜନା ଅଞ୍ଚଳ (ବିଡିପିଏ)ରେ ୪ଟି ନୂଆ ଟାଉନ୍‌ ପ୍ଲାନିଂ (ଟିପି) ସ୍କିମ୍‌ କାର୍ଯ୍ୟକାରୀ କରିବାକୁ ଉଦ୍ଦେଶ୍ୟ ରଖିଛି।

  14. 14.ସୁରକ୍ଷା ବାହିନୀ କନ୍ଧମାଳ ଜିଲ୍ଲାରେ ଏକ ମାଓ ଅସ୍ତ୍ରଶସ୍ତ୍ର ଗଦା ଠାବ କରିଛନ୍ତି , କୋଟାଗଡ଼ ପୋଲିସ ସୀମାରେ ଏକ ସର୍ଚ୍ଚ ଅପରେସନ ସମୟରେ ଏକ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରିଥିଲେ।

  15. 15.ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.