• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବିଶ୍ଵବ୍ୟାପୀ ତୈଳ ପରିବହନ କ୍ଷେତ୍ରରେ ହର୍ମୁଜ ପ୍ରଣାଳୀ ଇରାନର ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ ବୋଲି ଆମେରିକା ଗୁଇନ୍ଦା ସଂସ୍ଥାର ଏକ ରିପୋର୍ଟରେ ଦର୍ଶାଯାଇଛି। 

  2. 2.ପାକିସ୍ତାନର ଅର୍ଥବ୍ୟବସ୍ଥା ଦୋହଲି ଯାଇଥିବା ବେଳେ ଦେଶର ମୋଟ୍‌ ଜନସଂଖ୍ୟାର ୪୫% ଦାରିଦ୍ର୍ୟ ମଧ୍ୟରେ ଜୀବନ କାଟୁଛନ୍ତି।

  3. 3.ଭାରତରେ ଗ୍ରୀଷ୍ମପ୍ରବାହ ଓ ଏଠାରେ ରହୁଥିବା ପିଲାମାନଙ୍କୁ ନେଇ ୟୁନିସେଫ୍‌ ତରଫରୁ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଭାରତରେ ୩୯ କୋଟିରୁ ଅଧିକ ପିଲା ମାତ୍ରାଧିକ ଗରମର ପ୍ରବାହ ସହୁଛନ୍ତି, ଯାହାକି ୧୮ ବର୍ଷ ମଧ୍ୟରେ ଦେଶର ମୋଟ ପିଲା ସଂଖ୍ୟାର ୯୨%।

  4. 4.ନିଯୁକ୍ତି ପାଇ ଦୀର୍ଘଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବା ୧୨୮ ଜଣ ଡାକ୍ତରଙ୍କ ବିରୋଧରେ ଓଡ଼ିଶା ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

  5. 5.ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୧୫ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାରେ ୟୁଏଇ ପ୍ରଥମ ଆରବ ଦେଶ ପାଲଟିଛି।

  6. 6.ଲୋକପ୍ରିୟ ସୋସିଆଲ ମିଡିଆ ମେସେଜିଂ ଆପ୍ ଟେଲିଗ୍ରାମର ଅପବ୍ୟବହାରକୁ ନେଇ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ  ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି । ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଯାଇଛି ଯେ, ବର୍ତ୍ତମାନ ସମୟରେ ଟେଲିଗ୍ରାମ୍ ପ୍ଲାଟଫର୍ମ ଅପରାଧୀ ଏବଂ ଦେଶବିରୋଧୀ ସଂଗଠନଗୁଡ଼ିକ ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିଛି। 

  7. 7.କ୍ରୁଟ୍‌ ପକ୍ଷରୁ ସାରା ଓଡ଼ିଶାରେ ଚାଲିଥିବା ୭୬୦ଟି ‘ଆମ ବସ୍‌’ରୁ ୩୮୦ଟି କେବଳ ଇଲେକ୍ଟ୍ରିକ୍‌ ଗାଡ଼ି ହୋଇଥିବାବେଳେ ଆଗକୁ ଆହୁରି ୪୦୦ ଇଲେକ୍ଟ୍ରିକ୍‌ ବସ୍‌ ଏହି ସେବାରେ ଯୋଡ଼ିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହାବାଦ୍‌ ହାଇଡ୍ରୋଜେନ୍‌ ବସ୍‌ ବି ଚଳାଚଳ ଯୋଜନା କରାଯାଇଛି।

  8. 8.ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ ଆସନ ମଧ୍ୟରୁ ପାଞ୍ଚଟିରେ ବିଜୟୀ ହୋଇଛି ।

  9. 9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ‌ରୋଜଗାର ଯୋଜନା’(ପିଏମ୍‌-ଭିବିଆର୍‌ୱାଇ) ଆରମ୍ଭ କରିବେ। ସେ ଦେଶର ୧୫ ଲକ୍ଷ ହିତାଧିକାରୀଙ୍କୁ ୨୪୦୦ କୋଟି ଟଙ୍କା ବାଣ୍ଟିବେ।

  10. 10.ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ନର୍ସିଂ ଅଫିସର ନିଯୁକ୍ତି ପାଇଁ  ଓଡିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (ଓଏସଏସଏସସି) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୫,୯୮୯ଟି ଖାଲି ଥିବା ପଦବି ପୂରଣ କରାଯିବ। 

  11. 11.ଏମ୍ସ ସାଧାରଣ ନିଯୁକ୍ତି ପରୀକ୍ଷା (CRE-5) ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗ୍ରୁପ୍-ବି ଏବଂ ସି ପଦବି ପାଇଁ ଆଗ୍ରହୀ ପ୍ରାର୍ଥୀମାନେ AIIMS CRE-5 ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୧୪୮୪ ଗ୍ରୁପ୍ ବି ଏବଂସି ପଦବି ପୂରଣ କରାଯିବ। ଅଧିକ ଜାଣିବା ପାଇଁ ୱେବ୍‌ସାଇଟ୍‌ ଭିଜିଟ୍‌ କରନ୍ତୁ।

  12. 12.ଦେଶର ଅନ୍ୟତମ ସେୟାର ବଜାର ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ୩୦ ହଜାର କୋଟି ଟଙ୍କାର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଆଣିବ। ସେଥିପାଇଁ ଏହା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଛି।

  13. 13.ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି। ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ। ଆଗାମୀ ବର୍ଷ ସଂଶୋଧିତ ବହି ପ୍ରକାଶ କରି ପିଲାଙ୍କୁ ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି SCERT ନିର୍ଦ୍ଦେଶିକା।

  14. 14.ପ୍ରତିଷ୍ଠିତ ‘କ୍ୟୁଏସ୍‌ ୱାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ ୨୦୨୭’ର ତାଲିକା ଗୁରୁବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ୩ଟି ଭାରତୀୟ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ଚଳିତ ବର୍ଷ ଆଇଆଇଟି ଦିଲ୍ଲୀ ଦେଶର ସର୍ବୋଚ୍ଚ ର଼୍ୟାଙ୍କିଙ୍ଗ୍‌ ବିଶ୍ୱବିଦ୍ୟାଳୟ ଭାବେ ଉଭାହୋଇଛି।

  15. 15.ଅଷ୍ଟ୍ରିଆ ଦୀର୍ଘ ୩୬ ବର୍ଷ ପରେ ଫୁଟବଲ ବିଶ୍ବକପରେ ବିଜୟ ସ୍ବାଦ ପାଇଛି। ଚଳିତ ଫିଫା ଫୁଟବଲ ବିଶ୍ବକପର ବୁଧବାର ଖେଳାଯାଇଥିବା ଗ୍ରୁପ-ଜେ ର ମ୍ୟାଚରେ ଅଷ୍ଟ୍ରିଆ ୩-୧ ଗୋଲରେ ପଦାର୍ପଣକାରୀ ଜୋର୍ଡାନକୁ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.