-
1.ଇରାନ ଏକ ଆମେରିକୀୟ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ ଟ୍ରମ୍ପ ପ୍ରଶାସନ ତେହେରାନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି। କ୍ୱେଶମ୍ ଏବଂ ବନ୍ଦର ଆବାସର ଅନେକ ସ୍ଥାନରେ ଏହି ଆକ୍ରମଣ କରିଛି।
-
2.ଅସ୍ତ୍ରବିରତି ସତ୍ତ୍ୱେ ଓମାନ ଉପକୂଳରେ ୨୪ ଭାରତୀୟ ଥିବା ଏକ ତୈଳବାହୀ ଜାହାଜ ସୋମବାର ଅପରାହ୍ନରେ ଆକ୍ରମଣର ସମ୍ମୁଖୀନ ହେବାରୁ ସେଥିରେ ନିଆଁ ଲାଗିଯାଇଛି।
-
3.ପାକିସ୍ତାନ-ଅଧିକୃତ କଶ୍ମୀରର ରାଵଲାକୋଟରେ ପାକିସ୍ତାନୀ ସୁରକ୍ଷା ବାହିନୀ ୧୧ ଜଣ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା କରିବା ଓ ପ୍ରାୟ ୭୦ ଜଣଙ୍କୁ ଆହତ କରିବା ଘଟଣାକୁ ନେଇ କଶ୍ମୀରୀ ପ୍ରବାସୀଙ୍କ ବିକ୍ଷୋଭ।
-
4.ଦୁଷ୍କର୍ମ ପୀଡ଼ିତାମାନଙ୍କୁ ନ୍ୟାୟ, ସମ୍ମାନ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ଦିଗରେ ଝାଡ଼ଖଣ୍ଡ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଅବୈଜ୍ଞାନିକ ତଥା ଅମାନୁଷିକ ‘ଟୁ-ଫିଙ୍ଗର ଟେଷ୍ଟ’ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ପରୀକ୍ଷାର କୌଣସି ବୈଜ୍ଞାନିକ ଆଧାର ନଥିବା ଦର୍ଶାଇଛି।
-
5.ଆମେରିକାର ଫିଚ୍ ରେଟିଂ ଏଜେନ୍ସି ମଧ୍ୟ ଏହାର ପୂର୍ବ ଆକଳନକୁ ବଦଳାଇ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ହ୍ରାସ ପାଇବ ବୋଲି କହିଛି।
-
6.ଓମାନରୁ ଭାରତକୁ ଗ୍ୟାସ୍ ପାଇପଲାଇନ୍ ନିର୍ମାଣ ପାଇଁ ଯୋଜନା ଚାଲିଛି। ଏହା ଆରବ ସାଗର ଦେଇ ଗୁଜରାଟ ପର୍ଯ୍ୟନ୍ତ ନିର୍ମାଣ ହେବ। ୨୦୦୦ କିମିର ଏହି ଦୀର୍ଘ ପାଇପଲାଇନ୍ ପ୍ରକଳ୍ପ ଭାରତରେ ଗ୍ୟାସ ସଂକଟର ସମାଧାନ କରିବ ବୋଲି ଆଶା ରଖାଯାଇଛି।
-
7.ଆଇଆର୍ସିଟିସି ପାଇଁ ଦୈନିକ ୧୦୦୦ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଦରକାର ହେଉଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ହର୍ମଜୁ ପ୍ରଣାଳୀ ଦେଇ ଜାହାଜଗୁଡ଼ିକ ସହଜରେ ଆସିପାରୁନଥିବାରୁ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇଛି।
-
8.ପୂର୍ବରୁ ଜାପାନ ସରକାର ଭାରତ ଆମ୍ବ ଆମଦାନି ଉପରେ କଟକଣା ଲଗାଇଥିଲେ। ଏବେ ପଡ଼ୋଶୀ ଦେଶ ନେପାଳ ମଧ୍ୟ ଭାରତୀୟ ଆମ୍ବକୁ ନିଷିଦ୍ଧ କରିଛି। ଅତ୍ୟଧିକ ରାସାୟନିକ କୀଟନାଶକ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଭାରତୀୟ ଆମ୍ବ ଆମଦାନିକୁ ନେପାଳ ଅଟକାଇ ଦେଇଛି।
-
9.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟରତ ଗୃହରକ୍ଷୀଙ୍କ ଦୈନିକ ୧୧ଟଙ୍କା ଲେଖାଏଁ ଭତ୍ତା ବୃଦ୍ଧି ହୋଇଛି। ପୂର୍ବରୁ ଏହି ମୂଲ୍ୟ ଦୈନିକ ୬୩୯ ଟଙ୍କା ଥିଲା। ଏବେ ଏହା ବୃଦ୍ଧି ପାଇ ୬୫୦ ଟଙ୍କାକୁ ବୃଦ୍ଧି ହୋଇଛି।
-
10.ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲିଙ୍କ ବ୍ୟାଙ୍କ ଖାତାରୁ ସାଇବର ଠକମାନେ ପ୍ରାୟ ୯୮,୯୨୮ ଟଙ୍କା ଲୁଟି ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
-
11.ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗ ପାଇଁ ପ୍ରଶାସନ ପକ୍ଷରୁ ଵିସ୍ଥାପିତ ହେଵାକୁ ଥିବା ସେବାୟତ ପରିବାରଙ୍କର ବାସଗୃହ ସହ ଦୋକାନ ଗୃହର ଉଛେଦ କାର୍ଯ୍ୟ ରେ ଏପରିକି ବଡ଼ବଡ଼ କୋଠାଘରକୁ ଉଚ୍ଚ ସମ୍ପନ୍ନ ବୁଲଡୋଜର ଦ୍ଵାରା ଭଙ୍ଗା ଯାଉଥିବାରୁ ବାବାଙ୍କ ଶହଶହ ଵର୍ଷର ମନ୍ଦିରର ଭିତ୍ତିଭୂମୀ ଦୋହଲିବା ସହ ବେଢ଼ା ପ୍ରାଚେରୀର ବଡ଼ ଫାଟ ସୃଷ୍ଟି ହୋଇଛି।
-
12.ଭାରତୀୟ ରାଜନୀତି ଇତିହାସରେ ୯ ଜୁନ୍ ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ। ୧୨ ବର୍ଷ, ୧୫ ଦିନ, ମୋଦୀ ଭାଙ୍ଗିଲେ ନେହେରୁଙ୍କ ରେକର୍ଡ।
-
13.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ହସ୍ତତନ୍ତ ବୁଣାକାର ସମ୍ପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ । ଚଳଚ୍ଚିତ୍ର ୨୦୨୬ ମେ ୧୫ରେ ମୁକ୍ତିଲାଭ କରିଛି।
-
14.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ ଏବଂ ଏହାର ନୂତନ ନାମ ‘ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରଖାଯିବ।
-
15.ରାଜ୍ୟରେ ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରହିଥିଲା। ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଏବଂ ୧୫ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
