-
1. ଉପସାଗରୀୟ ଅଞ୍ଚଳରେ ଜାରି ରହିଥିବା ଭୀଷଣ ସାମରିକ ଉତ୍ତେଜନା ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଏକ ନୂତନ ‘୫ ସୂତ୍ରୀ ପ୍ରସ୍ତାବ’ ଆଗତ କରିଛନ୍ତି।
-
2.ୟୁରୋପରେ ନାଟୋକୁ ଯୋଗାଇ ଦିଆଯାଇଥିବା ଯୁଦ୍ଧ ବିମାନ ଓ ଯୁଦ୍ଧ ଜାହାଜ ସଂଖ୍ୟା ହ୍ରାସ କରିବାକୁ ଆମେରିକା ଯୋଜନା କରୁଛି ବୋଲି ଗୁରୁବାର ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି।
-
3.ଆମେରିକା ଇରାନ ଉପରେ ଆକ୍ରମଣ କରିବନି ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ହମଲା ପାଇଁ ଧମକର କେଇ ଘଣ୍ଟା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ।
-
4.ଖାଦ୍ୟ ସାମଗ୍ରୀ ଦର ବଢ଼ିବାରୁ ମେ ମାସର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୯୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୧୬ ମାସ ମଧ୍ୟରେ ଦରଦାମର ଏହା ହେଉଛି ସର୍ବୋଚ୍ଚ ସ୍ତର। ଗତ ଏପ୍ରିଲରେ ତାହା ୩.୪୮ ପ୍ରତିଶତ ଥିଲା।
-
5.ପେଟ୍ରୋଲ ପମ୍ପରେ ଗାଡ଼ି ପିଛା କିମ୍ବା ଗ୍ରାହକ ପିଛା ୨୦୦ ଲିଟରରୁ ଅଧିକ ଡିଜେଲ ବିକ୍ରି ହେବ ନାହିଁ।
-
6.ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)।ନିଟ୍ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍କୁ ବୃଦ୍ଧି। ଆସନ୍ତା ୨୧ ତାରିଖରେ ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ଯାଏଁ ହେବ ପରୀକ୍ଷା ହଲରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ।
-
7.ପ୍ରଖ୍ୟାତ ସୁଟର ଯଶପାଲ ରାଣାଙ୍କର ଦେହାନ୍ତ ହୋଇଛି। ତାଙ୍କର ୪୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।
-
8.ଟେସ୍ଲା ତଥା ସ୍ପେସ୍ଏକ୍ସ କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ଏଲନ୍ ମସ୍କ ଇତିହାସ ରଚିଛନ୍ତି। ସ୍ପେସ୍ଏକ୍ସର ଆଇପିଓ ଆସିବା ପରେ ସେ ବିଶ୍ବର ପ୍ରଥମ ଟ୍ରିଲିୟନେୟାର ବା ୧ ଲକ୍ଷ କୋଟି ଡଲାର ମୂଲ୍ୟର ସମ୍ପତ୍ତି ଥିବା ବ୍ୟକ୍ତିରେ ପରିଣତ ହୋଇଛନ୍ତି।
-
9.ଗୃହମନ୍ତ୍ରୀଅମିତ ଶାହା କହିଛନ୍ତି ଯେ, ୨୦୨୭ ସୁଦ୍ଧା ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳରୁ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଅଧିନିୟମ (ଆଫ୍ସ୍ପା) ପ୍ରତ୍ୟାହାର କରାଯିବ।
-
10.ଅନ୍ତର୍ଜାତୀୟ ସ୍ତରରେ ଯୋଗାଣ ଶୃଙ୍ଖଳ ବିପର୍ଯ୍ୟସ୍ତ ହେବା ଯୋଗୁ କ୍ୟାନ୍ସର ରୋଗ ଚିକିତ୍ସାରେ ବ୍ୟବହୃତ ପ୍ରମୁଖ କେମୋଥେରାପି ଔଷଧ ‘ସିସ୍ପ୍ଲାଟିନ’, ‘କାର୍ବୋପ୍ଲାଟିନ’ ଏବଂ ଧନୁଷ୍ଟଙ୍କାର ରୋଗର ପ୍ରତିଷେଧକ ‘ଟିଟାନସ୍’ ଇଞ୍ଜେକ୍ସନ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି।
-
11.ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କ୍ୟାବିନେଟରେ ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି, ଜଳସମ୍ପଦ ବିଭାଗର ୧ଟି, ରାଜସ୍ୱ ବିଭାଗର ୧ଟି ଏବଂ ପର୍ଯ୍ୟଟନ ବିଭାଗର ୨ଟି ପ୍ରସ୍ତାବ ଅନୁମୋଦିତ ହୋଇଛି।
-
12.ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରାୟ ୨,୦୦୦ କୋଟି ଟଙ୍କା ବ୍ୟୟରେ ଦୁଇଟି ନୂତନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।
-
13.ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀଙ୍କୁ ପୂର୍ବରୁ ସେମାନଙ୍କୁ ୫ କେଜି ମାଗଣା ଚାଉଳ ମିଳୁଥିବା ବେଳେ ଏବେ ୧୦ କେଜି ମିଳିବ ।
-
14.ମୁଖ୍ୟମନ୍ତ୍ରୀ କହିଛନ୍ତି, କେଜିରୁ ପିଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ପଢ଼ିବେ ଛାତ୍ରୀଛାତ୍ର। ରାଜ୍ୟର ଆର୍ଥିକ ଅନଗ୍ରସର ପିଲା ଏଥିରୁ ଉପକୃତ ହେବେ ।
-
15.ଭାରତୀୟ ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ ଦଳ ଆସନ୍ତା ଜୁଲାଇ ୪ରୁ ୨୩ ପର୍ଯ୍ୟନ୍ତ ଶ୍ରୀଲଙ୍କା ଗସ୍ତ କରିବା ସହ ଘରୋଇ ଦଳ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଦୁଇଟି ୪ ଦିିନିଆ ମ୍ୟାଚ ଖେଳିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
