- 1.ଭାରତ ମେ ମାସରେ ଏହାର ମୋଟ ଅଶୋଧିତ ତେଲ ଆମଦାନିର ପ୍ରାୟ ୮୩ ପ୍ରତିଶତ ରୁଷ୍ରୁ ମଗାଇଛି।
-
2.ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ ହର୍ମୁଜରୁ ଆମେରିକା ସମ୍ପୂର୍ଣ୍ଣ ଅବରୋଧ ହଟାଇବ।
-
3.ଇରାନ-ଆମେରିକା ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଥିବାରୁ ସାରା ବିଶ୍ୱ ଏହାକୁ ସ୍ଵାଗତ କରିଛି। କତାର, ତୁର୍କି, ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଆଦି ଦେଶ ସ୍ଵାଗତ କରିଛନ୍ତି।
-
4.ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବର୍ଷ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ୱାଚନ ଚଳିତ ବର୍ଷ ୨୦୨୬ରେ ହିଁ କରାଯାଇପାରେ।
-
5.ଗତ ସପ୍ତାହରେ ଷ୍ଟକ୍ ବଜାରରେ ବୃଦ୍ଧି ଯୋଗୁଁ ଦେଶର ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଏଥିରେ ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ ସବୁଠୁ ଅଧିକ ଲାଭ ସହିତ ଏହି ତାଲିକାରେ ଅଛି ।
-
6.ଓମାନ ଉପକୂଳରେ ବୁଡିଲା ‘ ଏମଏସ୍ଭି ବିରାଟ ୧’ ନାମକ ଏକ ଭାରତୀୟ ଡଙ୍ଗା। ଏଥିରେ ୧୪ ଜଣ ଭାରତୀୟ କ୍ରୁ-ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।
-
7. ଚିଲିକା ହ୍ରଦର ପୁନରୁଦ୍ଧାର ପାଇଁ ୨୧ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶନିବାର ଛତ୍ରପୁର ଗସ୍ତରେ ଆସିଥିବା ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
-
8.ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟାରେ ଫର୍ମ ବଣ୍ଟନ ୯୮.୯୫%ରେ ପହଞ୍ଚିଛି। ଏବେ ସୁଦ୍ଧା ଡିଜିଟାଇଜେସନ ୩୪.୫୪% ହୋଇଛି। ଏହି ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲା ରାଜ୍ୟରେ ଶତପ୍ରତିଶତ ଫର୍ମ ବଣ୍ଟନ କରି ସର୍ବାଗ୍ରେ ରହିଛି।
-
9.ଟିଏମସିର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ତ୍ରିପୁରାର ଆଞ୍ଚଳିକ ଦଳ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ (ଏନସିପିଆଇ) ସହ ବିଲୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
10.ରାଜ୍ୟର ସମସ୍ତ ସହରାଞ୍ଚଳରେ ପର୍ଯ୍ୟାୟକ୍ରମେ ରେଣ୍ଟାଲ ହାଉସ୍ ନିର୍ମାଣ କରାଯିବ। ଏଥିସହ ସରକାରୀ ଆବାସ ଯୋଜନା ଅଧୀନରେ ନିର୍ମିତ ଘରଗୁଡ଼ିକୁ ମଧ୍ୟ ଭଡ଼ାରେ ଦିଆଯିବାର ବ୍ୟବସ୍ଥା କରାଯିବ। ଫଳରେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକମାନେ ସହଜରେ ଘର ପାଇପାରିବେ।
-
11.ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶୁକ୍ରବାର ଦୁବାଇରୁ ଆସିଥିବା ଇଣ୍ଡିଗୋ ବିମାନର ସ୍ପିକର ବକ୍ସରେ ଲୁଚାଇ ରଖାଯାଇଥିବା ୪.୨୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଜବତ କରାଯାଇଛି।
-
12.ବେଙ୍ଗାଲୁରେ ସିକିମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ତାଙ୍କ ପ୍ରେମିକ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ସିକିମର ୨୨ ବର୍ଷୀୟା ଅତି ହଙ୍ଗମା ସୁବ୍ବା ବୋଲି ଜଣାପଡ଼ିଛି।
-
13.ଗଣିଆ ଥାନା ଅନ୍ତର୍ଗତ ପଣ୍ଡରାସିଂହା ଗାଁରେ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଜଣେ ଗ୍ୟାରେଜ୍ ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କିଶୋର ପ୍ରସାଦ ପଞ୍ଚାୟତ ଅଧୀନ ପତୁରିଆ ଗାଁର ରବୀନ୍ଦ୍ର ନାୟକ (୨୮)।
-
14.ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍ ମ୍ୟାଚ୍ରେ ଭାରତର ଅଧିନାୟିକା ହରମନପ୍ରୀତ କୌର ପ୍ରତିପକ୍ଷ ପାକିସ୍ତାନ ଦଳର ଅଧିନାୟିକା ଫାତିମା ସାନାଙ୍କ ସହ ଟସ୍ ବେଳେ ହାତ ମିଳାଇ ନ ଥିଲେ।
-
15.ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ରେ ଭାରତ ୬୪ ରନରେ ପାକିସ୍ତାନକୁ ପରାସ୍ତ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
