• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତରେ ନିଟ୍ ପରୀକ୍ଷା ପାଇଁ ଟେଲିଗ୍ରାମ୍ ବ୍ୟାନ୍, ପେପର୍ ଲିକ୍ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ଆକ୍ସନ।
  2. 2.ମୋଦୀ ତେହେରାନ ଦାବି କରିଥିବା ୩୦୦ ବିଲିୟନ ଡଲାରର ପୁନର୍ଗଠନ ପାଣ୍ଠି ମିଳିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।

  3. 3.ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ସଦ୍ୟତମ ଚଳଚ୍ଚିତ୍ର 'ଭାରତ ଭାଗ୍ୟ ବିଧାତା'କୁ ହରିୟାଣାରେ କରମୁକ୍ତ ଘୋଷଣା କରାଯାଇଛି। ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଏହି ଚଳଚ୍ଚିତ୍ରକୁ କରମୁକ୍ତ ଘୋଷଣା କରିଛନ୍ତି। 

  4. 4.ଆମେରିକୀୟ ଗୁଇନ୍ଦା ଅଧିକାରୀଙ୍କ ସୂଚନା ଆଧାରରେ ଆକ୍ସିଓସ୍ ରିପୋର୍ଟ କରିଛି ଯେ ହର୍ମୁଜ୍ ପ୍ରଣାଳୀ ତଳେ ୧୦୦ ରୁ ଅଧିକ ମାଇନ୍ସ ବିଛାଯାଇଛି। ମାହାମ୍-୩ ନାମକ ଗୋଟିଏ ମାଇନ୍ସରେ ୩୪୦ କିଲୋଗ୍ରାମ ବାରୁଦ ରହିଛି। ଏହାର ଅର୍ଥ ହେଉଛି ଇରାନ୍ ହର୍ମୁଜ୍ ପ୍ରଣାଳୀରେ ପାଣି ତଳେ ୩୪ ହଜାର କିଲୋଗ୍ରାମ ବାରୁଦ ରଖିଛି। ପ୍ରତି ମିଟରରେ ଗୋଟିଏ କିଲୋଗ୍ରାମ ବାରୁଦରହିଛି।

  5. 5.ଗତ ମେ ମାସରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ଦେଶର ବେକାରୀ ହାର ୧୧ ମାସର ସର୍ବୋଚ୍ଚ ସ୍ତର ୫.୫ ପ୍ରତିଶତରେ ପହଞ୍ଚିଛି।

  6. 6.କେନ୍ଦ୍ର ସରକାର ଇନ୍ଧନର ନୂତନ ରପ୍ତାନି ଶୁଳ୍କ ବୃଦ୍ଧି ଘୋଷଣା କରିଛନ୍ତି। ରାଜସ୍ୱ ବିଭାଗର ଏକ ବିଜ୍ଞପ୍ତି ଅନୁଯାୟୀ, ଡିଜେଲ ରପ୍ତାନି ଉପରେ ଏବେ ପ୍ରତି ଲିଟର ୧୪ ଟଙ୍କା ରପ୍ତାନି ଶୁଳ୍କ ଲାଗୁ ହେବ।

  7. 7.ବ୍ରିଟେନ ସରକାର ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଏକ ବଡ ନିଷ୍ପତ୍ତି ନେଇଛନ୍ତି।

  8. 8.ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି ଦୁନିଆ’ ପରି ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ଅଭିନେତ୍ରୀ ସଞ୍ଚିତାଙ୍କ ଆତ୍ମହତ୍ୟା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା।

  9. 9.କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଉପରେ ଆକ୍ରମଣ ହୋଇଛି। ରାଜସ୍ଥାନ ଜୟପୁରରେ ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ କିଛି ଯୁବକ ତାଙ୍କୁ ବାରମ୍ବାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

  10. 10.ଜଣେ ସୂଚନା ଅଧିକାର କର୍ମୀଙ୍କ ତରଫରୁ ଆଗତ ଆଗୁଆ ଜାମିନର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ସନ୍ଦୀପ ମେହେଟ୍ଟା ଓ ବିଚାରପତି ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ କହିଛନ୍ତି ସୂଚନା ଅଧିକାର ଆଇନର ବ୍ୟାପକ ଦୁରୁପଯୋଗ ହେଉଛି। କେତେକ ବ୍ୟକ୍ତି ଏହାକୁ ବ୍ୟବସାୟରେ ପରିଣତ କରି ସାରିଲେଣି।

  11. 11.ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ସରକାରୀ ଚୁକ୍ତିଗୁଡ଼ିକରୁ ଆଦାନୀ ଗ୍ରୁପ ୧୩.୨୭ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ବ ଆୟ କରିବାକୁ ଯାଉଛି। ତେବେ ଏହି ସମସ୍ତ ବିଦ୍ୟୁତ କ୍ରୟ ଚୁକ୍ତି ମଧ୍ୟରୁ କେବଳ ଗୋଟିଏକୁ ଛାଡ଼ି ବାକି ସମସ୍ତ ଚୁକ୍ତି ଭାଜପା ଶାସିତ ରାଜ୍ୟଗୁଡ଼ିକରୁ ହିଁ ମିଳିଛି।

  12. 12.ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ ବୁଲା କୁକୁରଙ୍କୁ ଟିକାକରଣ କରାଯାଇଥିବା କୁହାଯାଉଛି।

  13. 13.ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର କୁମ୍ଭୀରକୁ ଉଦ୍ଧାର କରିଛି ।

  14. 14.ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି।

  15. 15.ଆମେରିକା ପରେ ଏବେ ଏକ ରୁଷିଆର Tu-22M3 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.