-
1.ଜୈବିକ ବୟସକୁ ମାପିବା ପାଇଁ ବୈଜ୍ଞାନିକମାନେ ଏବେ ଏକ ଅଭିନବ ରକ୍ତଭିତ୍ତିକ ସୂଚକାଙ୍କ ବା ଇଣ୍ଡିକେଟର ବିକଶିତ କରିଛନ୍ତି। ଏହି ପଦ୍ଧତି ଦ୍ୱାରା ଶରୀରର କୌଣସି ନିର୍ଦ୍ଦିଷ୍ଟ ଅଙ୍ଗର ବର୍ତ୍ତମାନର ବୟସ ଜାଣିବା ସହ ଆଗାମୀ ୧୦ ବର୍ଷ ମଧ୍ୟରେ ସେହି ଅଙ୍ଗରେ କେଉଁ ରୋଗ ହେବା ଆଶଙ୍କା ରହିଛି, ତାହା ପୂର୍ବାନୁମାନ କରାଯାଇପାରିବ।
-
2. ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପୁଣିଥରେ ତାଙ୍କୁ ଏକ ମର୍ଯ୍ୟାଦାଜନକ ବିଦେଶୀ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଦି ଅର୍ଡର ଅଫ ଦି ହ୍ବାଇଟ ଡବଲ କ୍ରସ (ପ୍ରଥମ ଶ୍ରେଣୀ)’ରେ ସମ୍ମାନିତ କରିଛନ୍ତି।
-
3.ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ତଥା ବିକଶିତ ଅର୍ଥନୀତିର ମହାମଞ୍ଚ ଜି୭ ଶିଖର ସମ୍ମିଳନୀ-୨୦୨୬ ଫ୍ରାନ୍ସର ଏଭିଆନ-ଲେସ୍-ବାନ୍ସ ସହରରେ ଆଜିଠାରୁ ଆରମ୍ଭ ହୋଇଛି।
-
4. ପିଏମ୍ କିଷାନ ଯୋଜନା ଯୋଜନାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରୁ ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ରେ ପିଏମ୍ କିଷାନ ଯୋଜନାର ୨୩ତମ କିସ୍ତି ଜାରି କରିବେ ।
-
5.ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ବୀକାର କରିବା ସହ ଏହା ମୁଦ୍ରଣ ଜନିତ ତ୍ରୁଟି ବୋଲି କହିଛନ୍ତି।
-
6.୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା ହାସଲ କରିଛି। ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ସରକାରୀ ଚୁକ୍ତିଗୁଡ଼ିକରୁ ଆଦାନୀ ଗ୍ରୁପ ୧୩.୨୭ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ବ ଆୟ କରିବାକୁ ଯାଉଛି।
-
7. ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ଏଡାଇବା ପାଇଁ ଏକ ଚୁକ୍ତି ହୋଇଛି, କିନ୍ତୁ ଆମେରିକାରେ ସମସ୍ତେ ଏହି ଚୁକ୍ତି ଉପରେ ଆସ୍ଥା ପ୍ରକଟ କରିନାହାଁନ୍ତି।
-
8.କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍ ଜେଫ୍ରି ଓ୍ବାଲ ପ୍ରାୟ ୧୭ ବର୍ଷ ଧରି ଆବଶ୍ୟକ ଏବଂ ଉପଯୁକ୍ତ ଲାଇସେନ୍ସ ବିନା ବଡ଼ ଯାତ୍ରୀବାହୀ ବିମାନ ଉଡ଼ାଇଥିଲେ।
-
9. Tu-22M3 ବିମାନଟି ସୋମବାର ସାଇବେରିଆର ଇରକୁଟସ୍କ ଅଞ୍ଚଳରେ ଏକ ତାଲିମ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍ ସମେତ ଚାରି ଜଣ ସଦସ୍ୟ ସମୟ ମଧ୍ୟରେ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ।
-
10.ଚାମେଲି ଓଝାଙ୍କ ଘଟଣା ସାରା ରାଜ୍ୟରେ ରାଜନୈତିକ କମ୍ପନ ସୃଷ୍ଟି କରିଥିବା ବେଳେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।
-
11.ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ ଏମ୍ପି ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ସୂତ୍ରରୁ ଜଣାପଡ଼ିଛି।
-
12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରକୁ ଯିବେ। ପରେ ସେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ।
-
13.ବାଗଡ଼ିଆ ଗ୍ରାମର ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଜପ ଭୁଏ ଓ ମା’ ରାଧିକା ଭୁଏ (୮୦)ଙ୍କ ଦୁଃଖ କାହାଣୀ ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ। ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଭି.ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ମା’-ପୁଅଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
14.ମିସ୍-ସେଲିଂ ଅର୍ଥ ହେଉଛି ଗ୍ରାହକଙ୍କୁ ଦରକାର ନଥିବା ଆର୍ଥିକ ସେବା ତାଙ୍କୁ ବିଭିନ୍ନ ପ୍ରକାରରେ ବୁଝାଇ ବିକ୍ରି କରିବା। ପ୍ରକୃତରେ ସେହି ଉତ୍ପାଦ ତାଙ୍କୁ ଦରକାର ନଥାଏ। ବ୍ୟାଙ୍କ ଶାଖାରେ ହେଉଥିବା ବ୍ୟାପକ ମିସ୍-ସେଲିଂ ଉପରେ ଲଗାମ କଷିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କଠୋର ନିୟମ ଲାଗୁ କରିବାକୁ ଯାଉଛି। ମିସ୍-ସେଲିଂ ପ୍ରମାଣିତ ହେଲେ ଗ୍ରାହକଙ୍କୁ ବ୍ୟାଙ୍କ କ୍ଷତିପୂରଣ ଗଣିବ।
-
15.ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
