-
1.ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ ଓଡ଼ିଶା ପୋଲିସକୁ ସମ୍ମାନିତ କରାଯିବ। ଆସନ୍ତା ଜୁଲାଇ ୫ ତାରିଖରେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନ୍ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମାନ ପ୍ରଦାନ କରିବେ।
-
2.ଆମେରିକୀୟ ପ୍ରଯୁକ୍ତି କମ୍ପାନିଙ୍କୁ ଟାର୍ଗେଟ୍ କରି ଡିଜିଟାଲ ସର୍ଭିସ ଟିକସ ଲଗାଉଥିବା ଦେଶଗୁଡ଼ିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏସବୁ ଦେଶର ରପ୍ତାନି ଉପରେ ଆମେରିକା ୧୦୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ସେ କହିଛନ୍ତି।
-
3.ଭେନେଜୁଏଲାରେ ଜୁନ୍ ୨୫ରେ ଆସିଥିବା ଶକ୍ତିଶାଳୀ ଭୂକମ୍ପଜନିତ ବିପର୍ଯ୍ୟୟ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି। ପ୍ରକୃତିର ଏହି ପ୍ରଳୟଙ୍କରୀ ତାଣ୍ଡବରେ ମୃତ୍ୟୁସଂଖ୍ୟା ୧ ହଜାର ଅତିକ୍ରମ କରିଥିବା ବେଳେ ୫୨ ହଜାରରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି।
-
4.ଦିଲ୍ଲୀ ଏବଂ ଜମ୍ମୁ ଓ କାଶ୍ମୀର ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହାର ତୀବ୍ରତା ୬.୨ ରେକର୍ଡ କରିଛି।
-
5.ଏକ ନୂଆ ସର୍ବେକ୍ଷଣରେ ବିଶ୍ବରେ ୭୬% ଉତ୍ତରଦାତା ଟ୍ରମ୍ପଙ୍କ ଉପରେ ଅବିଶ୍ବାସ ପ୍ରକାଶ କରିଛନ୍ତି।
-
6.ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ସର୍ଭେ ୨୦୨୬ ମସିହା ଫେବ୍ରୁଆରି ୮ ରୁ ମେ ୧୩ ତାରିଖ ମଧ୍ୟରେ କରାଯାଇଥିଲା ଓ ଏଥିରେ ୩୬ ଟି ଦେଶର ୪୨,୧୫୧ ଜଣ ସାମିଲ ହୋଇଥିଲେ। ଅପରପକ୍ଷେ ପିଟିଆଇ ପ୍ରକାଶ କରିଛି ଯେ, ଭାରତୀୟ ଉତ୍ତରଦାତାଙ୍କ ମଧ୍ୟରେ ୫୧ % ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ପସନ୍ଦ କରିଛନ୍ତି।
-
7.ହରିୟାଣାର ଫରିଦାବାଦର ସେକ୍ଟର ୮ ପୁଲିସ ଷ୍ଟେସନର ଅସ୍ତ୍ରାଗାରରେ ରଖାଯାଇଥିବା ୩୨ଟି ଲାଇସେନ୍ସପ୍ରାପ୍ତ ଅସ୍ତ୍ର ଚୋରି ହୋଇଯାଇଛି।
-
8.ମେ ମାସରେ ଓଡ଼ିଶାରେ ନୂଆ ମୋବାଇଲ ସଂଯୋଗ ପ୍ରଦର୍ଶନ ଖରାପ ରହିଛି। ମାତ୍ର ୪୯,୦୬୧ ଜଣ ନୂଆ ମୋବାଇଲଗ୍ରାହକ ଯୋଡ଼ି ହୋଇଛନ୍ତି। ଏପ୍ରିଲରେ ରାଜ୍ୟରେ ୨ ଲକ୍ଷ ୫୨ ହଜାର ୮୫୯ ଜଣ ନୂଆ ମୋବାଇଲ ଗ୍ରାହକ ସୃଷ୍ଟି ହୋଇଥିଲେ।
-
9.ଭାରତ ପାଇଁ ଓପନଏଆଇର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ହେବେ ପ୍ରଭଜିତ ସିଂହ। ନିକଟରେ ଶ୍ରୀ ସିଂହ ଉବରର ଭାରତ ଓ ଦକ୍ଷିଣ ଏସିଆ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
-
10.ଶିମିଳିପାଳ ଅଭୟାରଣ୍ୟରୁ ଆସିଛି ଏକ ଖୁସିର ଖବର। ମହାରାଷ୍ଟ୍ରରୁ ଓଡ଼ିଶା ଅଣାଯାଇଥିବା ବାଘୁଣୀ ‘ଜିନ୍ନତ’ ଶିମିଳିପାଳ ଜଙ୍ଗଲରେ ନିଜ ଶାବକମାନଙ୍କ ସହ ନିର୍ଭୟରେ ବୁଲୁଥିବାର ଦୃଶ୍ୟ ଟ୍ରାପ୍ କ୍ୟାମରାରେ କଏଦ ହୋଇଛି।
-
11.ମହାରାଷ୍ଟ୍ରରେ ହେବାକୁ ଥିବା ଟିଇଟି(ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପୂର୍ବରୁ ପ୍ରଶ୍ନପତ୍ର ଅଭିଯୋଗ। ଆସନ୍ତାକାଲି ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା। କିନ୍ତୁ ୨୪ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ (MSEC) ପରୀକ୍ଷାକୁ ସ୍ଥଗିତ ରଖିଛି।
-
12.ଝାଡ଼ଖଣ୍ଡର ଧାନବାଦ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ସରକାରୀ ଚାକିରି ହାତେଇବାକୁ ଦୁଇ ପେଦାସାର ଅପରାଧୀଙ୍କ ସହାୟତାରେ ବାପାଙ୍କୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି।
-
13.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ ମଙ୍ଗଳ ହସ୍ପିଟାଲରେ ଜନ୍ମଗ୍ରହଣ କରୁଥିବା ପ୍ରତ୍ୟେକ ଶିଶୁଙ୍କୁ ସରକାରଙ୍କ ପକ୍ଷରୁ ୧ ଗ୍ରାମର ସୁନା ମୁଦି ଉପହାର ସ୍ୱରୂପ ଦିଆଯିବ। ଯଦିଓ ଏହି ଯୋଜନା ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ, କିନ୍ତୁ ଏହା ଜୁନ୍ ୨୨ (ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜନ୍ମଦିନ) ଠାରୁ ଲାଗୁ ହେବ ବୋଲି ଧରାଯିବ।
-
14.ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।
-
15.ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
