-
1.ଆମେରିକା-ଇରାନ୍ ଯୁଦ୍ଧ ଆରମ୍ଭ ହେବାର ଦିନକ ପୂର୍ବରୁ, ୨୭ଫେବୃଆରିରେ ଭାରତରେ ସୁନା ଦର ୧୦ ଗ୍ରାମ୍ ପିଛା ୧.୬୦ ଲକ୍ଷ ଟଙ୍କା ଥିଲା। ଯୁଦ୍ଧ ସରିବାର ଦିନକ ପରେ ଅର୍ଥାତ୍ ଜୁନ୍ ୧୯ରେ ଦର ୧.୪୫ ଲକ୍ଷରେ ପହଞ୍ଚିଛି।
-
2.ଆମେରିକା ପକ୍ଷରୁ କରାଯାଇଥିବା ସାମରିକ ଆକ୍ରମଣ କଥା ମନେ ପକାଇ ଦେଇ ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ଲେବାନନରେ ସକ୍ରିୟ ଥିବା ନିଜର ପ୍ରକ୍ସି ସଙ୍ଗଠନ, ବିଶେଷ କରି ‘ହେଜବୁଲ୍ଲା’କୁ ନିୟନ୍ତ୍ରଣ ନକରେ, ତେବେ ପୁଣି ଥରେ ଆକ୍ରମଣର ସାମ୍ନା କରିବାକୁ ପଡ଼ିବ ଏବଂ ଏହି ଆକ୍ରମଣ ପୂର୍ବ ଅପେକ୍ଷା ଅଧିକ ଭୟାବହ ହେବ।
-
3.ଟ୍ରମ୍ପ କହିଛନ୍ତି ଯେ ୬୦ ଦିନିଆ ଅସ୍ତ୍ରବିରତି ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ କୌଣସି ଟୋଲ ଆଦାୟ କରାଯିବ ନାହିଁ। ତଥାପି, ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ଏକ ବ୍ୟାପକ ଶାନ୍ତି ଚୁକ୍ତି ଚୂଡ଼ାନ୍ତ ହୁଏ ନାହିଁ, ତେବେ ଆମେରିକା ଭବିଷ୍ୟତରେ ଏହି ମାର୍ଗରେ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇପାରେ।
-
4.ସୁପ୍ରିମକୋର୍ଟ ୧୯ ଜୁନ୍ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର।
-
5.କେନ୍ଦ୍ର ସଂସ୍କୃତି ସଚିବ ବିବେକ ଅଗ୍ରୱାଲଙ୍କୁ ଶୁକ୍ରବାର ଆନ୍ତର୍ଜାତିକ ସଙ୍ଗଠନ ‘ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ’ (ଏଫଏଟିଏଫ୍)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
-
6.ଭାରତୀୟ ନୌସେନାରେ ୩ଟି ନୂଆ ଜାହାଜ ସାମିଲ ହେବାକୁ ଯାଉଛି। ଭାରତରେ ନିର୍ମିତ ଏହି ୩ଟି ନୂଆ ଜାହାଜର ଜଳାବତରଣ ୨୧ ତାରିଖରେ କଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ହେବ।
-
7.ଆସନ୍ତା ୨୨ ଓ ୨୩ ତାରିଖରେ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି।
-
8. ଟାଟା ଗ୍ରୁପ୍ର ଅଂଶ ଟାଟା ପାୱାର ପକ୍ଷରୁ ଓଡିଶା ଗୁଜରାଟ ଓ ଝାଡ଼ଖଣ୍ଡରେ କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ତେବେ ଓଡ଼ିଶାରେ କମ୍ପାନି ଏହାର ପ୍ରକଳ୍ପ ପାଇଁ ଜମି ପାଇବାକୁ ସଂଘର୍ଷ କରୁଛି।
-
9.ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୬ ଜଣ ଗୁରୁତର
-
10.କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି।
-
11.ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ।
-
12.ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ସମସ୍ତ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଓ ଡିଜିଟାଇଜେଶନ କରିବାରେ ସାରା ରାଜ୍ୟରେ ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ (୬୩) ପ୍ରଥମ ସ୍ଥାନ ଅଧିକାର କରିଛି।
-
13.ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍ଡ ଆବିଲିଟିସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ ରଚିଛନ୍ତି। ରବିବାର ଫାଇନାଲରେ ପୁରୁଷ ଏକକ (ଏସଏଲ୩) ଏବଂ ମିକ୍ସଡ ଡବଲ୍ସ (ଏସଏଲ୩-ଏସୟୁ୫) ୨ଟି ବିଭାଗରେ ଚାମ୍ପିୟନ ହୋଇ ଭାରତ ପାଇଁ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
-
14.ରେଳବାଇର ନୂଆ ନିୟମ ଅନୁଯାୟୀ, ଏବେ ବିନା ଟିକେଟରେ କିମ୍ବା ପୂର୍ବରୁ ବ୍ୟବହାର ହୋଇସାରିଥିବା ଟିକେଟ ସହ ଯାତ୍ରା କରିବା ଅପରାଧ ବୋଲି ବିବେଚନା କରାଯିବ। ପୂର୍ବରୁ ଜରିମାନା ୨୫୦ ଟଙ୍କା ଥିଲା, ଯାହାକୁ ଏବେ ନୂଆ ସର୍ବନିମ୍ନ ଜରିମାନା ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ନିୟମ ୨୦ ଜୁନ ୨୦୨୬ ଲାଗୁ କରାଯାଇଛି।
-
15.ପୂର୍ବାପେକ୍ଷା ଶନିବାର ଗ୍ରୀଷ୍ମ ତାତି ଓ ଗୁଳୁଗୁଳି ସାମାନ୍ୟ ହ୍ରାସ ପାଇଛି। ଆଜି କିଛି ଜିଲାରେ ପାରଦ ୩୮ରୁ ୪୦ଡିଗ୍ରୀ ମଧ୍ୟରେ ରହିଥିଲା। ଆଗାମୀ ୬/୭ଦିନ ଏହିପରି ସ୍ଥିତି ରହିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
