• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତ ଅଭିମୁଖେ ସାର ପରିବହନ କରି ଆସୁଥିବା ୪ ଟି ମାଲବାହୀ ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିଛି। ୪ଟି ମାଲବାହୀ ଜାହାଜରେ ୟୁରିଆ, ଡାଇଆମୋନିୟମ ଫସଫେଟ୍ ଓ ସଲଫର ରହିଛି।

  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଲିଥିବା ଆଲୋଚନା ମଧ୍ୟରେ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ଆମେରିକା ସହିତ ହୋଇଥିବା ଚୁକ୍ତିକୁ ପାଳନ କରିବାରେ ବିଫଳ ହୁଏ, ତେବେ ୱାଶିଂଟନ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

  3. 3.ସରକାରୀ ଜମାରାଶି ଓ ଅନ୍ୟାନ୍ୟ ବ୍ୟାଙ୍କ କାରବାରର ପରିଚାଳନା କରିବାକୁ ୧୪ଟି ବ୍ୟାଙ୍କ ଚୟନ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ଏହି ବ୍ୟାଙ୍କଗୁଡ଼ିକର ଏକ ସଂଶୋଧିତ ତାଲିକା ଜାରି କରାଯାଇଛି।

  4. 4.ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କମ୍ପାନି କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଅକ୍ଷୟ ଶକ୍ତି, ଏଫ୍‌ଏମ୍‌ସିଜି ଓ ଜିଓର ଆଇପିଓ ଉପରେ ଗୁରୁତ୍ବାରୋପ କରିଥିଲା।

  5. 5.ଲକ୍ଷ୍ନୌର ଅଲିଗଞ୍ଜର ପୁରନିଆରେ ଏକ କୋଚିଂ ସେଣ୍ଟରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏଯାଏଁ ୧୫ ଜଣଙ୍କ ଜୀବନ ଚାଲିଯାଇଥିବା ନେଇ ଖବର ମିଳିଛି ।

  6. 6.ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ପିଲା ଚୋରି ସନ୍ଦେହରେ ରାଜ୍ୟ ବାହାର ଯୁବକ-ଯୁବତୀଙ୍କୁ ଆକ୍ରମଣ ଘଟଣାରେ ସ୍ୱତଃପ୍ରବୃତ୍ତ ଭାବେ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ।

  7. 7.ଓଡ଼ିଶା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ: ୯୯.୮୬% ଫର୍ମ ବଣ୍ଟନ, ୮୬.୧୨% ଡିଜିଟାଇଜେଡ୍ | ଶେଷ ତାରିଖ ୨୮  ଜୁନ୍ ।

  8. 8.ମୟୂରଭଞ୍ଜର ଗର୍ବ ଓ ଗୌରବ ଶିମିଳିପାଳ ଜାତୀୟ ଉଦ୍ୟାନ ଆସନ୍ତା ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ପାଇଁ ବନ୍ଦ ରହିବ।

  9. 9.ଇଂଲଣ୍ତ:ଇସ୍ତଫା ଦେଲେ ବିଟ୍ରିଶ ପ୍ରଧାନମନ୍ତ୍ରୀ। ସୋମବାର ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ନିଜେ ଇସ୍ତଫା ନେଇ ଘୋଷଣା କରିଛନ୍ତି।ଲେବର ପାର୍ଟି ମଧ୍ୟରେ ବିଦ୍ରୋହର ସମ୍ମୁଖୀନ ହେବା ପରେ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ୨୦୨୪ ନିର୍ବାଚନରେ ଲେବର ପାର୍ଟିରୁ ଷ୍ଟାର୍ମର ବିଜୟ ହୋଇଥିଲେ।

  10. 10.ବିଜେଡି ପକ୍ଷରୁ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଲାଗି କରାଯାଇଥିବା ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଦେଇଛନ୍ତି।

  11. 11.କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ୍‌ ବିଦ୍ୟାଳୟ ମୂଲ୍ୟାଙ୍କନ (ଏସ୍‌ଏଚ୍‌ଭିଆର୍‌) ୨୦୨୫-୨୬ ପୁରସ୍କାର ନିମନ୍ତେ ଓଡ଼ିଶାର ୧୦ଟି ବିଦ୍ୟାଳୟ ଜାତୀୟସ୍ତରୀୟ ସ୍ବୀକୃତି ପାଇବାକୁ ମନୋନୀତ ହୋଇଛନ୍ତି।

  12. 12.ଓଡ଼ିଶା ସରକାର ଏପ୍ରିଲ ଏବଂ ମେ ମାସକୁ ମିଶାଇ ୧୭,୬୦,୪୩୫ ଜଣ ହିତାଧିକାରୀଙ୍କ ଆକାଉଣ୍ଟରେ ସିଧାସଳଖ ଦୁଇ ମାସର ପେନସନ୍ ସହାୟତା ଜମା କରିଥିଲେ, ଯାହା ଫଳରେ ରାଜ୍ୟ ସାରା ଲକ୍ଷ ଲକ୍ଷ ସାମାଜିକ ସୁରକ୍ଷା ପେନସନ୍ଭୋଗୀଙ୍କୁ ଆଶ୍ୱସ୍ତି ମିଳିଛି ।

  13. 13.ଓଡ଼ିଶା ସରକାର ୨୨ ଜୁନ୍ ୨୦୨୬ରେ ଏକ ବିଜ୍ଞପ୍ତି ଜାରି କରି ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନାମ ପାଇଁ ଇଂରାଜୀ ସ୍ପେଲିଂ ସଂଶୋଧନ ଏବଂ ମାନକୀକରଣ ଘୋଷଣା କରିଛନ୍ତି ।

  14. 14.ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ କଲ୍ୟାଣ ଯୋଜନା ଅଧୀନରେ ଓକିଲଙ୍କ ପାଇଁ ଆର୍ଥିକ ସହାୟତାରେ ୪୦% ବୃଦ୍ଧି ଘୋଷଣା କରିଛନ୍ତି।

  15. 15.ରେଳ ଆଇନର ଧାରା ୧୬୭ ଅନୁଯାୟୀ, ଟ୍ରେନ୍ ଭିତରେ ଏବଂ ରେଳ ପରିସରରେ ଧୂମପାନ କଡ଼ାକଡ଼ି ଭାବରେ ନିଷିଦ୍ଧ। ଟ୍ରେନ୍ କିମ୍ବା ରେଳ ପରିସରରେ ଧୂମପାନ କଲେ ୨୦୦୦ ଟଙ୍କା ଜରିମାନା ହୋଇପାରେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.