• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ମଙ୍ଗଳବାର ଦିନ କିମ୍ବଦନ୍ତୀ ଭାରତୀୟ ଟେନିସ୍ ଖେଳାଳି ବିଜୟ ଅମ୍ରିତରାଜଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଛନ୍ତି।

  2. 2.ଓଡ଼ିଶାରୁ ବିଶିଷ୍ଟ ସାନ୍ତାଳି ଶିକ୍ଷାବିତ୍‌ ଚରଣ ହେମ୍ବ୍ରମ, ଖ୍ୟାତନାମା ବୁଣାକାର ଶରତ କୁମାର ପାତ୍ର, ବର୍ଷୀୟାନ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି।

  3. 3.ଜର୍ଜ କୁରିଏନ୍ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟପାଳନ ରାଷ୍ଟ୍ରମନ୍ତ୍ରୀ ଥିଲେ। ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଜୁନ୍ ୨୧ ତାରିଖରେ ଶେଷ ହୋଇଥିଲା।

  4. 4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସେ ସର୍ବଦା ଏକମତ ନୁହନ୍ତ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରି ଦେଇଛନ୍ତି।

  5. 5.୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ଓଡିଶା ସରକାର ମାତ୍ର ୨୧୩୨.୯୫ କୋଟି ଟଙ୍କାର ପୁଞ୍ଜିବ୍ୟୟ କରିଛନ୍ତି। ଏହା ବଜେଟ୍‌ରେ ବର୍ଷସାରା ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ୭୨,୧୦୦ କୋଟି ଟଙ୍କାର ମାତ୍ର ୨.୯୬ ପ୍ରତିଶତ। ଗତ ଆର୍ଥିକ ବର୍ଷର ୫.୯୧ ପ୍ରତିଶତ ପ୍ରଦର୍ଶନଠାରୁ ମଧ୍ୟ ସରକାର ପଛୁଆ ଅଛନ୍ତି। 

  6. 6.ନୂତନ ସୂଚୀ ଅନୁସାରେ, ଜୁନ୍ ୨୮ରେ ଆରଆଇ ପରୀକ୍ଷା ଆୟୋଜିତ ହେବ । ଅନ୍ୟପଟେ, ଜୁଲାଇ ୫ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ ।

  7. 7.ଟିଇଟି ପାସ୍ କରିନଥିବା ଶିକ୍ଷକଙ୍କ ପାଇଁ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ଟିଇଟି ପାସ୍ କରିବା ଅବଧି ୨ ରୁ ୩ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୨୮ ଅଗଷ୍ଟ ୩୧ ସୁଦ୍ଧା ଟିଇଟି କ୍ଲିୟର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିଇଟି ପାସ୍ କରିନଥିବା ଶିକ୍ଷକଙ୍କୁ ୩ ବର୍ଷ ମଧ୍ୟରେ କ୍ଲିୟର ପାଇଁ ନିର୍ଦ୍ଦେଶ ଥିବା ସହ ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଏହା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

  8. 8.ଏକ ନାବାଳକ ଦୁଷ୍କର୍ମ ମାମଲାର ଶୁଣାଣି କରି କଟକ ଆଡ୍‌-ହକ୍‌ ଅତିରିକ୍ତ ଦୌରା ଜଜ୍‌ (ଏଫଟିଏସସି-୧)ଙ୍କ ଅଦାଲତ ମାମଲାର ପ୍ରମୁଖ ଆସାମୀ ଉର୍ଦ୍ଦୁ ଶିକ୍ଷକ ହାଫିଜ୍‌ ନୁର୍‌ ଅର୍ତାଜ୍‌ ଓରଫ ଅଖତର (୨୦)ଙ୍କୁ ୨୦ ବର୍ଷ ‌ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।  

  9. 9.ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ବ୍ୟାପକ ‌ପୁଲିସ ମୁତୟନ ସହିତ ୪୭୩ ସିସିଟିଭି କ୍ୟାମେରା ଲାଗିବ। ଏପର୍ଯ୍ୟନ୍ତ ୨୦୦ କ୍ୟାମେରାର ପରୀକ୍ଷଣ ହୋଇସାରିଛି। ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ରଥଯାତ୍ରାରେ ୩୭୦ ସ୍ୱତନ୍ତ୍ର ଟ୍ରେନ୍ ଗଡିବ ।

  10. 10.ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନିକଟ ପଶ୍ଚିମ ସିଂହଭୂମ ଜିଲ୍ଲାର ଏକ ଚାଷ ଜମିରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସନ୍ଦିଗ୍ଧ ମୋର୍ଟାର ସେଲ୍‌ ଉଦ୍ଧାର ହୋଇଛି। 

  11. 11.ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତି ଆସନ୍ତା କିଛି ମାସ ମଧ୍ୟରେ ବିଶ୍ୱର ସାଇବର ସୁରକ୍ଷା ବ୍ୟବସ୍ଥାକୁ ବଡ଼ ଧରଣର ପ୍ରଭାବିତ କରିପାରେ। ଏହି ପରିବର୍ତ୍ତନ କିଛି ମାସ ମଧ୍ୟରେ ଘଟିପାରେ ବୋଲି ଫାଇଭ୍ ଆଇଜ୍‌ର ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇଛନ୍ତି। 

  12. 12. ଆଇଆରସିଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ଜୈନ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ମଞ୍ଜୁର କରାଯାଇଛି। 

  13. 13.ଜୁଲାଇ ୯ରେ ଓୟୁଏଟିରେ ଅନୁଷ୍ଠିତ ହେବାକୁ ‘ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ’ ପାଇଁ ଲେଟର ଅଫ୍ ଅଥରାଇଜେସନ୍ (ପ୍ରାଧିକୃତ ଅନୁମତି ପତ୍ର)ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ ଉଦ୍‌ଘାଟନ କରିବେ। 

  14. 14.ଇଣ୍ଡିଆନ୍‌ ରେଲୱେ ଫାଇନାନ୍ସ କର୍ପୋରେସନ୍‌ (ଆଇଆର୍‌ଏଫ୍‌ସି)ର ୨ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ସରକାର ବିକ୍ରି କରିବେ। ଓଏଫ୍‌ଏସ୍‌ ବା ଅଫର୍‌ ଫର୍‌ ସେଲ୍‌ ଜରିଆରେ ଏହା ବିକ୍ରି କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ଦିପମ୍‌ ସଚିବ ସୂଚନା ଦେଇଛନ୍ତି ।

  15.  15.ଜୁଲାଇ ୧ରୁ ୧୧ ମଧ୍ୟରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.