-
1.ଭୀଷଣ ଗ୍ରୀଷ୍ମପ୍ରବାହରେ ୟୁରୋପରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫ୍ରାନ୍ସରେ ତାପମାତ୍ରା ୪୪.୩ ଡିଗ୍ରି ସେଲସିୟସ୍ରେ ପହଞ୍ଚି ଦେଶର ଇତିହାସର ସର୍ବାଧିକ ସ୍ତରକୁ ଛୁଇଁଛି। ପ୍ୟାରିସରେ ମଧ୍ୟ ୪୦.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
-
2.ଭେନେଜୁଏଲାରେ ଆସିଥିବା ଶତାବ୍ଦୀର ସବୁଠାରୁ ଭୟଙ୍କର ଯୁଗ୍ମ ଭୂକମ୍ପ (ତୀବ୍ରତା ୭.୧ ଓ ୭.୫) ଅନେକ ଅଟ୍ଟାଳିକାକୁ ମାଟିରେ ମିଶାଇ ଦେଇଛି।
-
3.ପାସ୍ପୋର୍ଟ ଲାଗି ଆବେଦନ କରିବାକୁ ହେଲେ ଆସନ୍ତା ଜୁଲାଇ ୧ରୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସ୍ପୋର୍ଟ ସମ୍ପର୍କିତ ଫି ବୃଦ୍ଧି କରାଯାଇଛି। ଏକ ୩୬ ପୃଷ୍ଠା ବିଶିଷ୍ଟ ପାସ୍ପୋର୍ଟ ପାଇଁ ଫି ୨୫୦୦ ଟଙ୍କା ଓ ତତ୍କାଳ ଫିକୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପାସ୍ପୋର୍ଟ ନିୟମ ୧୯୮୦ରେ ଆବଶ୍ୟକ ସଂଶୋଧନ କରି ଫି’ ବଢ଼ାଯାଇଛି।
-
4.୨୦୨୩ ଓ ୨୦୨୪ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।୨୦୨୪ ବର୍ଷ ପାଇଁ ଚଳଚ୍ଚିତ୍ର ‘ଆଶ୍ରମ’ ବାଜିମାତ କରିଥିବା ବେଳେ ଓଲିଉଡର ଚକୋଲେଟ୍ ବୟ ବାବୁଶାନ ଓ ଅଭିନେତ୍ରୀ ଦେବଜାନୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।
-
5.ଓଡ଼ିଶାର ମାଟିର ଝିଅ ସୋନିଆ ବେହେରା। ଦେଶର ସର୍ବୋଚ୍ଚ ନାଟ୍ୟ ଶିକ୍ଷାନୁଷ୍ଠାନ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (NSD), ନୂଆଦିଲ୍ଲୀର ତିନି ବର୍ଷିଆ ଡିପ୍ଲୋମା ଇନ୍ ଡ୍ରାମାଟିକ୍ସ (୨୦୨୬–୨୦୨୯) ପାଠ୍ୟକ୍ରମ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଝିଅ ଭାବେ ଏନଏସଡିର ମୁଖ୍ୟ କ୍ୟାମ୍ପସରେ ପ୍ରବେଶ କରି ସେ ଏକ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି।
-
6.ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲାରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଦ୍ୱାରା କରାଯାଇଥିବା ଦାନର ଚୋରି ଏବଂ ହେରଫେର ଅଭିଯୋଗ ସହିତ ଜଡ଼ିତ ଟିନ୍ନୁ ଯାଦବ ଏବଂ ଅନୁକଳ୍ପ ମିଶ୍ରଙ୍କ ସମେତ ଆଠ ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରିଛି।
-
7.ମହାରାଷ୍ଟ୍ର ସରକାର ଏବେ ବିବାହ ନିମନ୍ତ୍ରଣ କାର୍ଡରେ ବର ଏବଂ କନ୍ୟା ଉଭୟଙ୍କ ଜନ୍ମ ତାରିଖ ଅନ୍ତର୍ଭୁକ୍ତ କରିବାକୁ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି।
-
8.ବେସରକାରୀ ସଂଗଠନ (ଏନ୍ଜିଓ)ଗୁଡ଼ିକ ଦ୍ବାରା ବିଦେଶୀ ଅନୁଦାନ ଗ୍ରହଣ ଓ ତାହାର ବିନିଯୋଗ ନେଇ ଥିବା ନିୟମରେ ସଂଶୋଧନ ଆଣିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ନୂତନ ନିୟମ ଅନୁଯାୟୀ କୌଣସି ଏନ୍ଜିଓର ପଦାଧିକାରୀ ଯଦି ବିଦେଶୀ ନାଗରିକ ହୋଇଥାନ୍ତି ତେବେ ସେହି ଏନ୍ଜିଓକୁ ସାଧାରଣ ଭାବେ ପଞ୍ଜୀକୃତ କରାଯିବ ନାହିଁ। ସେହିପରି ଏଭଳି ଏନ୍ଜିଓକୁ ବିଦେଶୀ ଅନୁଦାନ ସଂଗ୍ରହ କରିବାକୁ ସ୍ବତଃସ୍ଫୂର୍ତ୍ତ ଭାବେ ଅନୁମତି ମିଳିବ ନାହିଁ।
-
9.ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି।
-
10.ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍ ମିଳିବ। ଶୀଘ୍ର ବଣ୍ଟନ କରିବାକୁ ଡିଇଓ ଏବଂ ଡିପିସିଙ୍କୁ ଓସେପାର ଚିଠି ଲେଖିଛି।
-
11.ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ ବିମାନବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାଜଧାନୀ କାରାକାସଠାରୁ ଆରମ୍ଭ କରି ବିଭିନ୍ନ ସହରରୁ ସାମ୍ନାକୁ ଆସିଥିବା ଭିଡିଓରେ ସେହି ଭୟାବହ ପ୍ରଳୟର ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳୁଛି। ୟୁଏସ ଜିଓଲଜିକାଲ ସର୍ଭେ (USGS) ର ଆକଳନ ଅନୁସାରେ, ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ହୋଇପାରେ।
-
12.କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ ସମସ୍ତ କ୍ଷେତ୍ର-ୱାରି କଟକଣା ଉଠାଇ ଦେଇଛନ୍ତି।
-
13.ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ, ସାହିତ୍ୟ, ଗଣିତ, ଇଂଲିଶ, ଭୂଗୋଳ ଆଦି ବିଭିନ୍ନ ବହିରେ ୨ହଜାରରୁ ଅଧିକ ଭୁଲ୍ ବାହାରିଥିବାବେଳେ ପରବର୍ତ୍ତୀ ସମୟରେ ପ୍ରସ୍ତୁତ ସଂଶୋଧିତ ବହିରେ ମଧ୍ୟ ବ୍ୟାପକ ଭୁଲ୍ ବାହାରୁଛି।
-
14.ଭାରତୀୟ କ୍ରିକେଟ୍ ଦଳର ପେସ୍ ବୋଲର ଆକାଶ ଦୀପ ସିଂହ ବୁଧବାର ତାଙ୍କ ଜିଲାର ଅକ୍ଷିତା ରାଜ୍ଙ୍କୁ ବିବାହ କରିଛନ୍ତି।
-
15.ଦିଲ୍ଲୀ ହାଇକୋର୍ଟଙ୍କ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପରେ ବିଦ୍ୟୁତ୍ ବଣ୍ଟନ କମ୍ପାନି (ଡିସ୍କମ୍)ଗୁଡ଼ିକର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ଦ୍ବାରା ଅଡିଟ୍ ପାଇଁ ବାଟ ଖୋଲିଛି। ଏହି ରାୟ ପରେ ଓଡ଼ିଶାରେ ଟାଟା ପାୱାର ଦ୍ବାରା ପରିଚାଳିତ ଚାରିଟି ଡିସ୍କମ୍ର ସିଏଜି ଅଡିଟ୍ କରିବା ଦାବି ଜୋର ଧରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
