-
ଇସ୍ରାଏଲ ଏବଂ ହେଜବୋଲା ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ବନ୍ଦ କରିବା ପାଇଁ ଦିନ ଦିନ ଧରି ଆଲୋଚନା ପରେ, ଇସ୍ରାଏଲ ଏବଂ ଲେବାନନ ଶୁକ୍ରବାର ୱାଶିଂଟନରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ଏକ ଢାଞ୍ଚା ସ୍ଵାକ୍ଷର କରିଛନ୍ତି।
-
ନୂଆ ପ୍ରସ୍ତାବ ଅନୁଯାୟୀ, ଅନ୍ତ୍ୟୋଦୟ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ ୭ କିଲୋଗ୍ରାମ ଶସ୍ୟ ମିଳିବ, ତେବେ ଯେକୌଣସି ପରିବାର ପାଇଁ ମୋଟ ରାସନର ସର୍ୱାଧିକ ସୀମା ପ୍ରତି ମାସରେ ୩୫ କିଲୋଗ୍ରାମ ହିଁ ରହିବ।
-
ଏନ୍ଡିଏର ସଂଖ୍ୟା ୩୦୦ ପାର କରିବା ପରେ ସରକାରଙ୍କ ସଂଖ୍ୟାଗତ ସ୍ଥିତି ଆହୁରି ସୁଦୃଢ଼ ହୋଇଛି। ଯଦିଓ ସରକାର ପୂର୍ବରୁ ମଧ୍ୟ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ କାର୍ଯ୍ୟ କରୁଥିଲା, ତଥାପି ବର୍ତ୍ତମାନର ସଂଖ୍ୟା ବୃଦ୍ଧି ରାଜନୈତିକ ଦୃଷ୍ଟିରୁ ଏହାକୁ ଅଧିକ ଶକ୍ତିଶାଳୀ କରିଛି।
-
ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଓ ଭୋଗରାଇ ବ୍ଲକ୍ର ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ ହୋଇପଡ଼ିଛି। ଉଭୟ ବ୍ଲକ୍ର ୧୧ଟି ଗାଁ ପ୍ରତି ସବୁଠାରୁ ଅଧିକ ବିପଦ ରହିଛି। ଏପରି ସମୟରେ ଜଳସମ୍ପଦ ବିଭାଗ ୩୧ କୋଟି ଟଙ୍କାର ୪ଟି ତଟସୁରକ୍ଷା ପ୍ରକଳ୍ପର ଅନୁମୋଦନ ପାଇଁ ସରକାରଙ୍କ ପାଖକୁ ପଠାଇଛି।
-
ମିଛରେ ପତ୍ନୀ ନିଖୋଜ ଥିବା ଦର୍ଶାଇ ହାଇକୋର୍ଟରେ ହେବୟସ କର୍ପସ ପିଟିସନ ଦାୟର କରିଥିବା ସ୍ଵାମୀ୫୦ ହଜାର ଟଙ୍କା ତଣ୍ଡ ଗଣିବେ। ପତ୍ନୀ ନିଜ ଇଚ୍ଛାରେ ସ୍ବାମୀଙ୍କ ଘର ଛାଡ଼ି ଚାଲିଯାଇଛନ୍ତି। ପତ୍ନୀଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଅପହରଣ କରିଥିବା ସ୍ଵାମୀ ଅଭିଯୋଗ କରିଥିବା ବେଳେ ଏଥିରେ କୌଣସି ସତ୍ୟତା ନାହିଁ।
-
ରାଜ୍ୟ ସରକାର ଡମଣାରେ ଏକ ନୂଆ ଆଇଟି ପାର୍କ ସ୍ଥାପନ କରିବାକୁ ଯାଉଛନ୍ତି। ରାଜ୍ୟରେ ପୂର୍ବରୁ ଥିବା ଇନ୍ଫୋସିଟି ଓ ଇନ୍ଫୋଭ୍ୟାଲିର ମଝି ଅଞ୍ଚଳରେ ଏହି ପାର୍କକୁ ସ୍ଥାପନ କରାଯାଉଛି। ପ୍ରାୟ ୨୫ ଏକର ଜମିରେ ନିର୍ମାଣ କରାଯାଉଥିବା ଏହି ନୂଆ ଆଇଟି ପାର୍କରେ ସୂଚନା ପ୍ରଯୁକ୍ତି, ତତ୍ସଂକ୍ରାନ୍ତ ସଂସ୍ଥା, ସେମିକଣ୍ଡକ୍ଟର ଓ ଏଆଇ କମ୍ପାନିଗୁଡ଼ିକୁ ସ୍ଥାନ ପ୍ରଦାନ କରାଯିବ।
-
ଜୁନ୍ ୧୯ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯୬୩ ନିୟୁତ ଡଲାର ବୃଦ୍ଧି ହୋଇ ୬୭୨.୫୮୭ ବିଲିଅନ ଡଲାରରେ ପହଞ୍ଚିଛି।
-
ଜର୍ମାନୀର କାର୍ ନିର୍ମାତା ଫକ୍ସୱାଗନ ଏକ ଲକ୍ଷ କର୍ମଚାରୀ ଛଟେଇ କରିବା ବିଷୟରେ ଯୋଜନା କରୁଛି। ଆସନ୍ତା ପାଞ୍ଚ ବର୍ଷ ପାଇଁ କମ୍ପାନିର ନିବେଶରେ ମଧ୍ୟ ୧୫ ପ୍ରତିଶତ ହ୍ରାସ କରିବାକୁ ସିଇଓ ଓଲିଭର ବ୍ଲୁମ୍ ଲକ୍ଷ୍ୟ ରଖିଛନ୍ତି।
-
ବଲିଉଡ୍ ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ପ୍ରହାର: ଦ ଉଜ୍ଜ୍ୱଳ ନିକମ ଷ୍ଟୋରି’ର ଟିଜର ମୁକ୍ତି ପାଇଛି। ଟିଜର ମୁକ୍ତି ପାଇବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
-
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍କୁଲ୍ ବହି ତ୍ରୁଟିକୁ ନେଇ ବଡ ଆକ୍ସନ ନେଇଛନ୍ତି । କମିଟି ସୁପାରିସ୍ ଅନୁଯାୟୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢୀ ନିଲମ୍ବିତ ହୋଇଥିବା ବେଳେ ଆଉ ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁ ନିଲମ୍ବିତ ହୋଇଛନ୍ତି।
-
ଭାରତରେ ବର୍ଷକୁ ପାଖାପାଖି ୧ ଲକ୍ଷ ୨୦ ହଜାର ଲୋକଙ୍କ ଜୀବନ ଫ୍ଲୁ ନେଉଥିବା ଆକଳନରୁ ଜଣାପଡ଼ିଛି। ଫ୍ଲୁ ହେଉଥିବା ବ୍ୟକ୍ତିଙ୍କ ଠାରେ ଜ୍ବର, କମ୍ପ, ଦେହ ବିନ୍ଧା, ଥକ୍କାପଣ, କାଶ, ଗଳା ସଂକ୍ରମଣ, ନାକରୁ ପାଣି ବୋହିବା ଆଦି ଲକ୍ଷଣ ଦେଖା ଦେଇଥାଏ।
-
ଲାଲ୍ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।
-
ମହିଳା ଟି୨୦ ବିଶ୍ବକପ୍ରେ ଭାରତ ୪ର୍ଥ ମ୍ୟାଚ୍ରେ ୩ୟ ବିଜୟ ହାସଲକରି ସେମିଫାଇନାଲ ଖେଳିବା ଆଶା ବଜାୟ ରଖିଛି। ସ୍ପିନରଙ୍କ ସଫଳତା ଏବଂ ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ବଳରେ ଗୁରୁବାର ବାଂଲାଦେଶକୁ ୫ ୱିକେଟ୍ରେ ଭାରତୀୟ ମହିଳା ଦଳ ପରାସ୍ତ କରିଛି।
-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍ର ଦ୍ୱିତୀୟ ଦିନରେ କର୍ଣ୍ଣାଟକର ସିନ୍ଧୁଶ୍ରୀ ଜି. ଏକ ନୂଆ ରେକର୍ଡ କରିଛନ୍ତି। ସେ ଏବଂ ଅନ୍ୟ କେତେକ ଆଥଲେଟ୍ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା (ଏସିଆନ୍ ଗେମ୍ସ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
-
ସାଧାରଣତଃ ଜୁନ୍ ଶେଷ ସପ୍ତାହରେ ଭାରତର ବିସ୍ତୃତ ଅଞ୍ଚଳ ଉପରେ ଘନ ବର୍ଷା-ମେଘ (ବର୍ଷା ଉତ୍ପନ୍ନକାରୀ ମେଘ) ଦେଖିବାକୁ ମିଳେ। କିନ୍ତୁ ସଦ୍ୟ ପ୍ରକାଶିତ ଉପଗ୍ରହ ଚିତ୍ରରେ ଦେଶର ମଧ୍ୟ, ଉତ୍ତର ଓ ପୂର୍ବାଞ୍ଚଳର ବଡ଼ ଅଂଶରେ ବର୍ଷା-ମେଘର ପରିମାଣ ଅସ୍ୱାଭାବିକ ଭାବେ କମ୍ ଥିବା ଦେଖାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
