-
1.ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ରୁ ‘ପିନାକା ଲଙ୍ଗ୍ ରେଞ୍ଜ୍ ଗାଇଡେଡ୍ ରକେଟ୍’ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ସମୟରେ ରକେଟ୍ଟି ଆକାଶରେ ସମସ୍ତ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବା ସହ ୬୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟସ୍ଥଳକୁ ଅତି ସଠିକ୍ ଭାବେ ଭେଦ କରିଛି।
-
2.ଗ୍ରାହକମାନଙ୍କଠାରୁ ଏସ୍ଏମ୍ଏସ୍ ଆଲର୍ଟ ଚାର୍ଜ ଆଦାୟ ନ କରିବାକୁ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ନିୟମପାଳନ, ସଚେତନତା ଓ ପ୍ରଚାର ଉଦ୍ଦେଶ୍ୟରେ ପଠାଯାଉଥିବା ଏସ୍ଏମ୍ଏସ୍ ପାଇଁ ବ୍ୟାଙ୍କ ଶୁଳ୍କ ଅସୁଲ କରିପାରିବେ ନାହିଁ।
-
3.କର୍ମଚାରୀ ଭବିଷ୍ୟନିିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଚଳିତ ମାସ ୧୫ ସୁଦ୍ଧା ସଦସ୍ୟମାନଙ୍କ ଖାତାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୮.୨୫ ପ୍ରତିଶତର ସୁଧ ଜମା କରିବ ।
-
4.ଚଳିତ ଆର୍ଥିକ ବର୍ଷ (୨୦୨୬-୨୭)ରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୪ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏହାର ସଦ୍ୟତମ ରିପୋର୍ଟରେ ଆକଳନ କରିଛି।
-
5.ଆମେରିକା ଓ ଇରାନ ମଧ୍ୟରେ ପୁଣି ଉତ୍ତେଜନା ବଢ଼ିବା ଓ ଅଶୋଧିତ ତୈଳ ଦର ମହଙ୍ଗା ହେବାରୁ ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୬୭୭ ପଏଣ୍ଟ ହ୍ରାସ ପାଇ ୭୬,୫୦୩ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
-
6.ଦେଶରେ ବିକ୍ରି ହୋଇଥିବା ପ୍ରତି ୧୦୦ଟି ନୂଆ ଗାଡ଼ି ମଧ୍ୟରୁ ୧୨ଟି ହେଉଛି ଇଭି। ଅଟୋମୋବାଇଲ୍ ଡିଲର ମହାସଂଘ ଏଫ୍ଏଡିଏ ତଥ୍ୟରୁ ଏହା ଜଣାପଡ଼ିଛି।
-
7. ଓଡିଶାରେ ପିଏମ୍-ସୂର୍ଯ୍ୟ ଘର ଯୋଜନାକୁ ରାଜ୍ୟର ପିଏମ୍-ଆବାସ ସମେତ ବିଭିନ୍ନ ଗୃହ ନିର୍ମାଣ ଯୋଜନା ସହ ସଂଯୋଜନ କରାଯିବ।
-
8.ଜୁଲାଇ ୯ ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଇଛି।
-
9.ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ ସେନା ଇରାନ ଉପରେ ନୂତନ ଆକ୍ରମଣ ଆରମ୍ଭ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଯେ ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଇରାନ ଆକ୍ରମଣକୁ ରୋକିବା ପାଇଁ ଏହି ଆକ୍ରମଣ କରାଯାଇଥିଲା।
-
10.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତି ସମାପ୍ତ ହୋଇଥିବା ଘୋଷଣା କରିବା ସହ ଇରାନକୁ ସାମରିକ ଦୃଷ୍ଟିରୁ ପଙ୍ଗୁ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।
-
11.ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଭକ୍ତଙ୍କ ଦାନ ଚୋରି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଏହାର ପ୍ରାଥମିକ ରିପୋର୍ଟରେ ଅବିନାଶ ଶୁକ୍ଳାଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି।
-
12.ମହାରାଷ୍ଟ୍ରରେ ଚଳିତ ମୌସୁମୀ ବର୍ଷାରେ ଜୁଲାଇ ୧ ତାରିଖରୁ ୮ ତାରିଖ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୬୨ ଜଣଙ୍କର ମୃତ୍ୟୁ ହୋଇଛି।
-
13.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍ କରିଛି । ପ୍ରାୟ ୪୪୦ କୋଟି ଟଙ୍କା ଫ୍ରିଜ କରାଯାଇଛି ।
-
14.ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି।
-
15.ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରାନ (୩୮)ଙ୍କ ମୃତ୍ୟୁ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
