• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ ବଡ଼ ବଡ଼ ସହରଗୁଡ଼ିକରେ ବାସ କରିବେ ବୋଲି ଜଣାପଡ଼ିଛି। 

  2. 2.ହିନ୍ଦୁ ବିବାହକୁ କେବଳ ବିବାହ ପ୍ରମାଣପତ୍ର ଆଧାରରେ ବୈଧ ବୋଲି ଧରାଯାଇପାରିବ ନାହିଁ। ହିନ୍ଦୁ ବିବାହ ଆଇନରେ ନିର୍ଦ୍ଧାରିତ ଆବଶ୍ୟକୀୟ ରୀତିନୀତି ପାଳନ ହୋଇଥିଲେ ହିଁ ବିବାହ ବୈଧ ହେବ ବୋଲି ଗୁଜୁରାଟ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି।

  3. 3.ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ଏକ ସ୍ଥାୟୀ ନୀତି ଗ୍ରହଣ କରିଛି; ଏଥିରେ ନଭେମ୍ବର ୧ ରୁ ଜାନୁଆରୀ ୩୧ପର୍ଯ୍ୟନ୍ତ ସିଭିଲ୍ ନିର୍ମାଣ କାର୍ଯ୍ୟକଳାପ ଉପରେ ନିଷେଧ ଅନ୍ତର୍ଭୁକ୍ତ। ଏହା ସହିତ, ନଭେମ୍ବର ୧ ରୁ, ୫୦% ଅଫିସ୍ କର୍ମଚାରୀଙ୍କ ପାଇଁ ‘ଘରରୁ କାମ’ ନିର୍ଦ୍ଦେଶ ଏବଂ ପାର୍କିଂ ଫି ଦ୍ୱିଗୁଣିତ କରିବାର ଏକ ନିୟମ କାର୍ଯ୍ୟକାରୀ ହେବ ।

  4. 4.ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର ସବୁଠାରୁ ବଡ଼ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ‘ମନରେଗା’ (MGNREGA) ଆକ୍ଟ, ୨୦୦୫କୁ ରଦ୍ଦ (Repeal) କରି ସେହି ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ଆଇନ ‘VB-G RAM G’ (ବିକଶିତ ଭାରତ – ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ – ଗ୍ରାମୀଣ) ଲାଗୁ କରିଛନ୍ତି।

  5. 5.ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ ଏଭଳି ବଡ଼ ହ୍ରାସ ଦେଖିବାକୁ ମିଳିଛି।  କମ୍ପାନୀ ପକ୍ଷରୁ ସାରା ଦେଶରେ ପେଟ୍ରୋଲ୍ ଦର ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ଦର ଲିଟର ପିଛା ୩ ଟଙ୍କା ହ୍ରାସ କରାଯାଇଛି। କମ୍ପାନୀର ଏହି ନୂଆ ଦର ଦେଶବ୍ୟାପୀ ଥିବା ନାୟରାର ୭,୦୦୦ରୁ ଅଧିକ ଫ୍ୟୁଏଲ୍ ଷ୍ଟେସନରେ ଲାଗୁ ହୋଇଯାଇଛି।

  6. 6.ହ୍ୱାଟ୍ସଆପ୍ ଆନୁଷ୍ଠାନିକ ଭାବେ ଏହି ନୂଆ ଫିଚର୍‌ର ସୁଭାରମ୍ଭ କରିଦେଇଛି। ଏବେ ଆପଣ ନିଜ ନମ୍ବର ସେୟାର ନକରି, କେବଳ ଏକ ‘ୟୁଜରନେମ୍’ (Username) ଜରିଆରେ ଯେକୌଣସି ବ୍ୟକ୍ତିଙ୍କ ସହ ଚାଟ୍ ଆରମ୍ଭ କରିପାରିବେ। ଏହି ଫିଚର୍‌ଟି ମୂଳତଃ ୟୁଜର୍ସଙ୍କ ପ୍ରାଇଭେସିକୁ ବଢ଼ାଇବା ପାଇଁ ଅଣାଯାଇଛି।

  7. 7.ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ସୁବିଧାକୁ ବନ୍ଦ କରିବା ପାଇଁ ଏହାର ମାଲିକାନା ସଂସ୍ଥା ‘ମେଟା’କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। 

  8. 8.ଆସନ୍ତା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ୮.୨୦ ପ୍ରତିଶତ ସୁଧ ମିଳିବ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ମାସ ଅବଧି ପାଇଁ ବିଭିନ୍ନ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା କରାଯାଇଛି।

  9. 9.ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (ଇ-୨୦) ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଏକ ଚଳିତ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବ ବୋଲି ମଙ୍ଗଳବାର ଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। 

  10. 10.ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ବିକଶିତ ଭାରତ: ରୋଜଗାର ଗ୍ୟାରେଣ୍ଟି ଓ ଆଜୀବିକା ମିସନ-ଗ୍ରାମୀଣ (ଭିବି ଜି ରାମ ଜି) ଯୋଜନାରେ ଓଡ଼ିଶାର ଅଣ-କୁଶଳୀ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରି ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

  11. 11.ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ବ ଦେଇଛନ୍ତି । ବର୍ଷକୁ ଏଥିପାଇଁ ୮୯୫ କୋଟି ଖର୍ଚ୍ଚ ହେବ । ଆସନ୍ତା ପାଞ୍ଚ ବର୍ଷରେ ୫ ହଜାର ୪୬୭ କୋଟି ବ୍ୟୟ ହେବ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‌ରେ ନାମଲେଖା ମାଗଣା ରହିବ । ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ନାମଲେଖା ଦେୟ ଦେବାକୁ ପଡ଼ିବ ନାହିଁ ।

  12. 12.ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମିଡଡେ ମିଲ୍ ଦିଆଯିବ । ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳୁଥିବା ବେଳେ ସରକାର ଏବେ ଦଶମ ଶ୍ରେଣୀ ଯାଏ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ୫୭ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଉପକୃତ ହେବେ ।

  13. 13.ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର ।

  14. 14.ସରକାର ହ୍ୱାଟ୍ସଆପ୍ ସହିତ ଜଡିତ ନୂତନ ଫିଚରଗୁଡିକୁ ଯାଞ୍ଚ କରିବେ ଏବଂ ସେମାନଙ୍କର ସୁରକ୍ଷା ପ୍ରଭାବକୁ ମୂଲ୍ୟାଙ୍କନ କରିବେ। ଅଧିକାରୀମାନେ କହିଛନ୍ତି ଯେ ସମୀକ୍ଷା ସମୟରେ ଯଦି ଆବଶ୍ୟକତା ପଡ଼େ, ତେବେ ସେମାନେ ମେଟାକୁ ନୋଟିସ୍ ଜାରି କରିବା ବିଷୟରେ ବିଚାର କରିବେ। 

  15. 15.ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ ପାଇବାକୁ ହକଦାର ନୁହନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.