• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ନାମରେ ଜଣାଶୁଣା ହେବ। ପୂର୍ବରୁ ବିଜେତାଙ୍କୁ ୫୦ ହଜାର ପାଉଣ୍ଡ (ପ୍ରାୟ ୬୪ ଲକ୍ଷ ଟଙ୍କା) ମିଳୁଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧ ଲକ୍ଷ ପାଉଣ୍ଡ (ପ୍ରାୟ ୧.୨୮ କୋଟି ଟଙ୍କା)ରେ ପହଞ୍ଚିଛି।

  2. 2.ସାର୍ଟିଫିକେଟ୍‌ ଅଫ୍‌ ରେକଗ୍‌ନେସନ୍‌ (ସିଓଆର) ବିନା କୌଣସି ଘରୋଇ ବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିବ ନାହିଁ।

  3. 3.ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ପରେ ଜୁଲାଇ ୧ ତାରିଖରୁ ବନ୍ଦ ହୋଇଗଲା। ଏହି ଯୋଜନାରେ ରାଜ୍ୟରେ ୩୩୮.୨୦ କୋଟି ଟଙ୍କା ବକେୟା ରହିଛି। କେବଳ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ବାବଦରେ ୩୬ କୋଟି ୦୧ ଲକ୍ଷ ଟଙ୍କା ରହିଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।

  4. 4.ଭୁବନେଶ୍ବରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଆଇଟି କମ୍ପାନି ସିଏସ୍‌ଏମ୍‌ ଟେକ୍ନୋଲୋଜିର ସେୟାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି।

  5. 5.ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ୫୨୧ଟି ବିଦ୍ୟାଳୟରେ ଭର୍ଚୁଆଲ୍ କ୍ଲାସରୁମ୍‌ ସ୍ଥାପନ କରାଯିବ। ଏଥିମଧ୍ୟରୁ ୩୧୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୬ରୁ ୮ ଶ୍ରେଣୀ) ଥିବାବେଳେ ୨୦୮ଟି ମାଧ୍ୟମିକ (ନବମରୁ ଦଶମ) ବିଦ୍ୟାଳୟ ଅନ୍ତର୍ଭୁକ୍ତ।

  6. 6.ଗତ ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଲିଥିବା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି।

  7. 7.ଝାରପଡା ଜେଲ୍ ପରେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ। ଏଥି ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି ।

  8. 8.ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲ୍ଲା ପୁଲିସର ଡିଭିଏଫ୍ ଯବାନମାନେ ମାଓବାଦୀଙ୍କ ଏକ ଡମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।

  9. 9.କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଇପିଏଫ୍ ଜମା ଉପରେ ୮.୨୫% ସୁଧ ହାର ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

  10. 10.ପାକିସ୍ତାନର ଲାହୋର ସହର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ଫାରୁକବାଦ୍‌ ଠାରେ ଗତ ୨୪ ତାରିଖରେ ଏକ ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର ଭଙ୍ଗାଯବାକୁ ନେଇ ଭାରତ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

  11. 11.ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍ ୱେଲଫେୟାର କର୍ପୋରେସନ ଲିମିଟେଡ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କୁ ୨୧.୨୮ କୋଟି ଟଙ୍କାର ରେକର୍ଡ ଲାଭାଂଶ ପ୍ରଦାନ କରିଛି, ଯାହା ରାଜ୍ୟ ମାଲିକାନା ସାର୍ବଜନୀନ କ୍ଷେତ୍ରର ଉପକ୍ରମ ଦ୍ୱାରା ଘୋଷଣା କରାଯାଇଥିବା ସର୍ବାଧିକ ଲାଭାଂଶ।

  12. 12.ଜୁନ୍ ୨୪ ତାରିଖରେ ଭେନେଜୁଏଲାରେ ହୋଇଥିବା ଦୁଇଟି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୬୪୫ କୁ ବୃଦ୍ଧି ପାଇଛି ଏବଂ ୧୨,୬୬୬ ଜଣ ଆହତ ହୋଇଛନ୍ତି, ଭେନେଜୁଏଲାର ଜାତୀୟ ପରିଷଦର ସଭାପତି ଜର୍ଜ ରୋଡ୍ରିଗେଜ କହିଛନ୍ତି।

  13. 13.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ଅଜିତ କୁମାର ଶାସନୀଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଉପ-ଚାନ୍ସେଲର ଭାବରେ ନିଯୁକ୍ତ କରିଛନ୍ତି, ବିଭାଗ କହିଛି।

  14. 14.ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଯଦି ଆମେରିକା ପୁରୁଷ ଫୁଟବଲ ଦଳ ଚଳିତ ବିଶ୍ୱକପ ଟ୍ରଫି ହାସଲ କରେ, ତେବେ ସଂସ୍ଥା ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଏକ ଫୁଟବଲ ପଠାଯିବ ବୋଲି ନାସାର ପ୍ରଶାସକ ଜାରେଡ ଆଇଜାକ୍‌ମ୍ୟାନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।

  15. 15.ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.