- 1.ମହାପ୍ରଭୁଙ୍କ ରଥଯାତ୍ରାରେ ପ୍ରାୟ ୪ରୁ ୫ ଲକ୍ଷ ଭକ୍ତ ଆସିଛନ୍ତି। ପ୍ରବଳ ଭିଡ ବଢିବାର ସମ୍ଭାବନା ରହିଥିବାରୁ ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଡିଜିପି ଅପିଲ୍ କରିଥିଲେ ।ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ବଡ ଠାକୁରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁଙ୍କୁ ଜଗନ୍ନାଥଙ୍କ ନନ୍ଦିଘୋଷ ଲାଗିଥିଲା।
- 2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଇସି କ୍ୟାମ୍ପସରେ ୬,୬୦୦ କୋଟିରୁ ଅଧିକ ମୂଲ୍ୟର ରାସ୍ତା, ସ୍ୱାସ୍ଥ୍ୟ ଏବଂ ଗୃହ ନିର୍ମାଣ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
- 3.କେନ୍ଦ୍ର ସରକାର ଅଧିବେଶନରେ ୭ଟି ବଡ଼ ବିଲ୍ ପେଶ୍ କରିବେ। ଏଥିମଧ୍ୟରୁ ୨ଟି ପୁରୁଣା ବିଲ୍ ଏବଂ ୫ଟି ପ୍ରଥମ ଥର ପାଇଁ ଆଗତ କରାଯାଉଛି। ସୂତ୍ର ଅନୁସାରେ, ମୌସୁମୀ ଅଧିବେଶନ ଜୁଲାଇ ୨୦ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିପାରେ।
- 4.ଆମେରିକାର ଶକ୍ତିଶାଳୀ ଏବଂ ସୁଚିନ୍ତିତ ବିମାନ ଆକ୍ରମଣ ଯୋଗୁଁ ଦକ୍ଷିଣ ଇରାନର ସମଗ୍ର ପରିବହନ ଓ ସାମୁଦ୍ରିକ ବାଣିଜ୍ୟ ଭିତ୍ତିଭୂମି ଛାରଖାର ହୋଇଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକା ସେନା ପକ୍ଷରୁ କ୍ରମାଗତ ଷଷ୍ଠ ରାତି ପାଇଁ ଏହି ଭୀଷଣ ବୋମାମାଡ଼ କରାଯାଇଛି।
- 5.ବଲୁଚ ବିଦ୍ରୋହୀ ଅତର୍କିତ ଗୁଳିବର୍ଷା କରିବା ସହ ବୋମାମାଡ଼ କରିଛନ୍ତି, ଯେଉଁଥିରେ ଅତି କମ୍ରେ ୪୫ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବା ‘ବଲୁଚିସ୍ତାନ ଲିବରେସନ୍ ଆର୍ମି’ (ବିଏଲ୍ଏ) ପକ୍ଷରୁ ଦାବି କରାଯାଇଛି।
- 6.ଦେଶରେ କରୋନା ବୃଦ୍ଧି ପାଉଛି, ଏବଂ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସାରା ଦେଶରେ ୩୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଏବଂ ମୃତ୍ୟୁର ରିପୋର୍ଟ ମଧ୍ୟ ଆସୁଛି।
- 7.ଆନ୍ଧ୍ରପ୍ରଦେଶରେ ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି ।
- 8.ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ତଥା ବିଜେପି ଦ୍ୱାରା ‘ଶୀଶ ମହଲ’ ଭାବେ ସମାଲୋଚିତ ହୋଇଥିବା ବିବାଦୀୟ ବଙ୍ଗଳାର ବ୍ୟବସାୟିକ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର।
- 9.କଳାହାଣ୍ଡି ଜିଲ୍ଲାରେ ଥିବା କର୍ଲାପାଟ ବକ୍ସାଇଟ୍ ଖଣିକୁ ପାଇବା ପାଇଁ ଦେଶର ବଡ଼ ବଡ଼ ଶିଳ୍ପପତି ଦୌଡ଼ରେ ସାମିଲ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ ଓ ଅନିଲ ଅଗ୍ରୱାଲ ଏହି ଖଣି ପାଇଁ ଚାହିଁ ରହିଛନ୍ତି।
- 10.ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସର ସହାୟକ କମ୍ପାନି ଏସ୍ଇଏମ୍ଏଲ୍ ଷ୍ଟିଲ୍ ଷ୍ଟ୍ରକ୍ଚରାଲ୍ର ନୂଆ ଆଲୁମିନିୟମ ଫଏଲ୍ କାରଖାନା କାର୍ଯ୍ୟକ୍ଷମ ହୋଇଛି। ଏହାର ସ୍ଥାପିତ ଉତ୍ପାଦନ କ୍ଷମତା ହେଉଛି ବାର୍ଷିକ ୧୮ ହଜାର ଟନ୍। କାରଖାନାରେ ପ୍ରିମିୟମ ମାନର ଆଲୁମିନିୟମ ଫଏଲ୍ ଉତ୍ପାଦନ କରାଯିବ।
- ଭାରତର ମହାକାଶ ନିୟାମକ ସଂସ୍ଥା ଇନ୍-ସ୍ପେସ୍ ପକ୍ଷରୁ ଜିଓର ୧୬୦୦ ନିମ୍ନ ପୃଥିବୀ କକ୍ଷପଥ (ଲିଓ) ଉପଗ୍ରହ ନିୟୋଜନ କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।
- ହରିୟାଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଭେଟି। ପ୍ରଧାନମନ୍ତ୍ରୀ ମୋଦୀ ହରିୟାଣାର ଜିନ୍ଦରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରି ଛନ୍ତି।
- 13.ନିଟ ପେପର ଲିକ୍ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତର-ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀ ପୋଲିସ ତାଙ୍କୁ ଡାକ୍ତରଖାନା ନେଇଛି।
- 14.ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ୮୯ ବର୍ଷରେ ପରଲୋକ ହୋଇଯାଇଛି।
- 15.ସୁପ୍ରିମ୍ କୋର୍ଟର ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ରେଳବାଇର ଦସ୍ତାବିଜରେ ବ୍ୟବହୃତ ହେଉଥିବା ‘ସେକେଣ୍ଡ କ୍ଲାସ୍ ପାସେଞ୍ଜର’ (ଦ୍ୱିତୀୟ ଶ୍ରେଣୀ ଯାତ୍ରୀ) ଶବ୍ଦ ଉପରେ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
