- 1.ହାଇଦ୍ରାବାଦସ୍ଥିତ ଘରୋଇ ମହାକାଶ କମ୍ପାନୀ ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ବିକ୍ରମ-୧ ରକେଟ ଏହାର ପ୍ରଥମ କକ୍ଷପଥ ମିଶନ ପାଇଁ ଉତକ୍ଷେପଣ କରିଛି।
-
2.ଇରାନ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏବେ ନିଜକୁ ଏକ ସଂଘର୍ଷରେ ଫସାଇପାରେ।
-
3. ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋର ଦୁର୍ଗମ ଜଙ୍ଗଲରେ ଗବେଷକମାନେ ସମ୍ପୂର୍ଣ୍ଣ ନୂଆ ପ୍ରଜାତିର ମାଙ୍କଡ଼ ଖୋଜିପାଇଛନ୍ତି। କଳା ରଙ୍ଗର ଚମକଦାର ଲୋମ, କଳା ମୁହଁ ଏବଂ ଗୋଲାପୀ-କମଳା ମିଶ୍ରିତ ଆକର୍ଷଣୀୟ ଓଠ ଥିବା ଏହି ସ୍ଵତନ୍ତ୍ର ପ୍ରଜାତିର ମାଙ୍କଡ଼କୁ ବିଜ୍ଞାନ ଜଗତରେ ଏକ ନୂତନ ପ୍ରଜାତି ଭାବେ ଆନୁଷ୍ଠାନିକ ମାନ୍ୟତା ଦିଆଯାଇଛି। ଆଫ୍ରିକା ମହାଦେଶରେ ଆବିଷ୍କୃତ ହୋଇଥିବା ମାଙ୍କଡ଼ ପ୍ରଜାତିଗୁଡ଼ିକ ମଧ୍ୟରେ ଏହା ହେଉଛି ପଞ୍ଚମ।
-
4.ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ଓ ୫ ତାରିଖ ରେ ଗଞ୍ଜାମ ଗସ୍ତରେ ଆସିବା କାର୍ଯକ୍ରମ ରହିଛି।
-
5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକୀୟ ବାୟୁସେନା ଇରାନ ବିରୁଦ୍ଧରେ ଏକ ବଡ଼ ଏବଂ ଆକ୍ରମଣାତ୍ମକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଆମେରିକୀୟ ନାଗରିକଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି।
-
6.ବିଭିନ୍ନ ଘରୋଇ ପ୍ରେସ୍ ମାଧ୍ୟମରେ ବର୍ଷକୁ ହାରାହାରି ଭାବେ ୭୦ କୋଟିରୁ ଅଧିକ ଟଙ୍କାର ବହି ଛାପାଯାଉଛି ।
-
7.ମାଲକାନଗିରିବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ଵପ୍ନ ପୂରଣ ହେବାକୁ ଯାଉଛି। ମାଳକାନଗିରିରୁ ଏୟାରପୋର୍ଟରୁ ଉଡ଼ିବ ନିୟମିତ ବିମାନ। ଏଥିପାଇଁ ଜୁଲାଇ ୨୨ରେ ଟ୍ରାଏଲ ରନ୍ ହେବ ବୋଲି ସୂଚନା ମିଳିଛି।
-
8.ଓ୍ବାଙ୍ଗଚୁକ୍ ୨୧ ଦିନ ଧରି ଜନ୍ତରମନ୍ତରରେ ଅନଶନରେ ବସିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ଦିଲ୍ଲୀ ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲା।
-
9.ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ।
-
10.ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ।
-
11.ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଶୁକ୍ରବାର ଓସେପା ଅଫିସ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
-
12.ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ମମତା ବାନାର୍ଜୀ ଓ ଉଦ୍ଧବ ବଡ଼ ଝଟ୍କା ଲାଗିଛି। ଦୁଇ ଦଳରେ ବିଦ୍ରୋହ ପରେ ସାଂସଦମାନେ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେବା ପାଇଁ କରିଥିବା ଆବେଦନକୁ ବାଚସ୍ପତି ଓମ୍ ବିର୍ଲା ମଞ୍ଜୁରୀ ଦେଇଛନ୍ତି।
-
13.ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେ ଗୌଡାଙ୍କ ପତ୍ନୀ ୮୯ ବର୍ଷ ବୟସରେ ଚେନ୍ନମ୍ମା ଦେବେ ଗୌଡାଙ୍କର ଶନିବାର ହୃଦ୍ଘାତରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ପରଲୋକ ଘଟିଛି।
-
14.ଷ୍ଟାଡିୟମ୍ରେ ବିଶ୍ବ ଫୁଟ୍ବଲ୍ର ଦୁଇ ମହାରଥୀ ବିଶ୍ବବିଜେତା ଆର୍ଜେଣ୍ଟିନା ଏବଂ ୟୁରୋପୀୟ ବିଜେତା ସ୍ପେନ୍ ପରସ୍ପରର ସାମନାରେ ଥିବେ। ବିଶ୍ବ ଫୁଟ୍ବଲ୍ର ମହାକୁମ୍ଭ ‘ଫିିଫା ବିଶ୍ବକପ୍ ୨୦୨୬’ର ବହୁ ପ୍ରତୀକ୍ଷିତ ମହାଲଢ଼େଇ ରବିବାର ବିଳମ୍ବିତ ରାତିରେ ଖେଳାଯିବାକୁ ଥିବାବେଳେ ଏହାକୁ ନେଇ ସାରା ବିଶ୍ବ ଯେମିତି ପୂରା ଉଲ୍ଲସିତ ଓ ଉତ୍ସବମୁଖର।
-
15.ଫିଫା ବିଶ୍ୱକପ୍ ୨୦୨୬ର ଉଦ୍ଯାପନୀ ଉତ୍ସବକୁ ଯେପରି ଅବିସ୍ମରଣୀୟ କରାଯାଇପାରିବ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ସବୁମତେ ଉଦ୍ୟମ କରାଯାଇଛି। କାର୍ଯ୍ୟକ୍ରମରେ ଆମେରିକୀୟ ଅଭିନେତା ତଥା ଫିଲ୍ମ ନିର୍ମାତା ଟମ୍ କ୍ରୁଇଜ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏମି, ଗ୍ରାମି, ଓସ୍କାର ଓ ଟୋନି (ଇଗଟ୍)ପୁରସ୍କାର ବିଜେତା ଜେନିଫର ହଡସନଙ୍କ ସ୍ବତନ୍ତ୍ର ଭାବେ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସଙ୍ଗୀତ ଗାନ କରିବେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
