-
1.ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ୍ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ପ୍ରାଧିକରଣପତ୍ର (ଏଲ୍ଓଏ)ର ଜାତୀୟ ଶୁଭାରମ୍ଭ କରିଛନ୍ତି। ଏହାସହ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିସନ ଡକୁମେଣ୍ଟ (୨୦୨୬-୨୦୩୬)କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।
-
2.କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଚାରଡ଼ା ଉନ୍ନୀତ ଆଶ୍ରମ ବିଦ୍ୟାଳୟରେ ୨୦୦ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଶିକ୍ଷାଦାନ ପାଇଁ ନିୟୋଜିତ ଅଛନ୍ତି ମାତ୍ର ୨ ଶିକ୍ଷକ। ୧୩୦ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପଢ଼ୁଛନ୍ତି ଓ ୭୦ ଜଣ ଡେ’ ସ୍କଲାର୍।
-
3.ତୋଫାନ ବିନ୍ଧାଣି ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଅଭିଯୁକ୍ତ ଚିନୁ ହରିପ୍ପା, ଉମାକାନ୍ତ ହରିପ୍ପା, ତିଲକ ନାଏକ, ହରିଶଙ୍କର ନାଏକ, ସୁଶାନ୍ତ ନାଏକ ଓ ରୋହିତ ହରିପ୍ପାଙ୍କ ଜବରଦଖଲ ଜମିରେ ଥିବା ଘର କୋର୍ଟ ନିର୍ଦ୍ଦେଶ କ୍ରମେ ଭଙ୍ଗାଯାଇଛି.
-
4.ଇଲେକଟ୍ରନିକ୍ସ ଓ ବ୍ୟାଟେରି ନିର୍ମାଣରେ ବ୍ୟବହାର ହେଉଥିବା କେତେକ ପ୍ରମୁଖ ଉପକରଣ ଉପରେ ଲଗାଯାଇଥିବା ସୀମା ଶୁଳ୍କକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଡିସ୍ପ୍ଲେ ଆସେମ୍ବଲି ଓ ୱାୟରଲେସ୍ ଚାର୍ଜିଂ ମଡ୍ୟୁଲ୍ରେ ବ୍ୟବହାର ହେଉଥିବା ଉପକରଣ ଉପରେ ଶୁଳ୍କ ଛାଡ଼ ନିଷ୍ପତ୍ତି ଲାଗୁ କରାଯାଇଛି।
-
5.ଦେଶର ପ୍ରମୁଖ ଆଇଟି କମ୍ପାନି ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ୯୨୭୯ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି।
-
6.ଅଷ୍ଟ୍ରେଲିଆର ବୃହତ୍ ପେନସନ ପାଣ୍ଠି ପରିଚାଳନାକାରୀ ସଂସ୍ଥା ଅଷ୍ଟ୍ରେଲିଆନ୍ ସୁପର୍ ଭାରତରେ ୫୦୦ ନିୟୁତ ଅଷ୍ଟ୍ରେଲୀୟ ଡଲାର ନିବେଶ କରିବ। ମେଲବର୍ଣ୍ଣଠାରେ ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ସିଇଓ ଫୋରମ୍ ବୈଠକରେ ଅଷ୍ଟ୍ରେଲିଆନ୍ ସୁପରର ମୁଖ୍ୟ କାର୍ଯ୍ୟନିର୍ବାହୀ ପଲ୍ ସ୍କ୍ରୋଡର ଏହି ଘୋଷଣା କରିଛନ୍ତି।
-
7.ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ ପକ୍ଷରୁ ନୂଆ ସାଟେଲାଇଟ୍ ଫୋନ୍ ଉନ୍ମୋଚନ କରାଯାଇଛି। ଏହାର ଦାମ୍ ୧,୩୪,୧୬୬ ଟଙ୍କା ରହିଛି। ସ୍ମାର୍ଟଫୋନ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଫୋନ୍ ଉପଗ୍ରହ ଜରିଆରେ କାମ କରିବ ।
-
8.ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ସାଗର ବାରିକଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
-
9.ଗୁରୁବାର କୋଲକାତାରେ ତୃଣମୂଳ କଂଗ୍ରେସ ଦଳର ତିନି ପୂର୍ବତନ ରାଜ୍ୟସଭା ସାଂସଦ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ ପ୍ରକାଶ ଚିକ୍ ବାରାଇକ ବିଜେପିରେ ଯୋଗ ଦେଇଛନ୍ତି।
-
10.ସାଉଦି ଆରବର ବାଣିଜ୍ୟ ମନ୍ତ୍ରଣାଳୟ ସୁରକ୍ଷା କାରଣରୁ ଦେଶରେ ବିକ୍ରି ହେଉଥିବା ୨୨ଟି ଶିଶୁ ଖାଦ୍ୟ ଯୋଗାଣ ଉତ୍ପାଦକୁ ପ୍ରତ୍ୟାହାର କରିଛି। ଏଥିରେ ବୁନ୍ ନର୍ସ ୮ ଆଉନ୍ସ ସିଲିକନ୍ ଶିଶୁ ବୋତଲ ୩-ପ୍ୟାକ୍ (ଉତ୍ପାଦ ନମ୍ବର B11654) ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
-
11.ଇସ୍କନ ଦେଶ ବିଦେଶରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅପିଲ୍କୁ ପ୍ରତ୍ୟାଖ୍ୟାନ କରିଛି ।
-
12.ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ୍ ‘ସେଣ୍ଟକମ୍’ ଦାବି କରିଛି ଯେ, ଏହି ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣରେ ଇରାନ ଉପକୂଳରେ ଥିବା ପ୍ରାୟ ୯୦ଟି ସାମରିକ ଘାଟିକୁ ଧ୍ୱଂସ କରାଯାଇଛି ।
-
13.ଭାରତ ସମ୍ପ୍ରତି ୪ଟି ଦେଶ (କାଜକ୍ସ୍ତାନ- ୪୦%, କାନାଡା-୨୦-୩୦%, ରୁଷ୍-୧୦-୧୫% ଏବଂ ଉଜବେକିସ୍ତାନ- ପ୍ରାୟ ୧୦%)ରୁ ୟୁରାନିୟମ୍ କିଣୁଥିବା ବେଳେ ଅଷ୍ଟ୍ରେଲିଆ ଏବେ ଭାରତ ପାଇଁ ପଞ୍ଚମ ୟୁରାନାୟିମ୍ ଯୋଗାଣାକାରୀ ବା ବିକ୍ରେତା ଦେଶ ସାଜିଛି ।
-
14.ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ଏଚ୍ପିସିଏଲ୍ ପାତାଳଗଙ୍ଗା ଏଲ୍ପିଜି ବଟଲିଂ ପ୍ଲାଣ୍ଟର ସୁରକ୍ଷା ପ୍ରାଚୀର ହଠାତ୍ ଭୁଶୁଡି ପଡ଼ିବା ଯୋଗୁ ପ୍ରାୟ ୩ହଜାରରୁ ଊଦ୍ଧ୍ୱର୍ ଗ୍ୟାସ୍ ସିଲିଣ୍ଡରଗୁଡ଼ିକ ବନ୍ୟାଜଳରେ ଭାସିଯାଇ ପାଖରେ ପ୍ରବାହିତ ପାତାଳଗଙ୍ଗା ନଦୀରେ ପଡ଼ି ଭାସୁଥିବାର ଦେଖିବାକୁ ମିଳିଛି ।
-
15.ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଟପ୍-୬ରେ ସ୍ଥାନ ହାସଲ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
