• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ହର୍ମୁଜ୍ ପ୍ରଣାଳୀରେ ଦୁଇଟି ୟୁଏଇ ତୈଳ ଟ୍ୟାଙ୍କର୍ ଉପରେ ଇରାନୀ  କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି`।ଇରାନର ଏହି ସଦ୍ୟତମ ଆକ୍ରମଣ ୱାଶିଂଟନ ଏବଂ ତେହେରାନ ମଧ୍ୟରେ ତୀବ୍ର ଉତ୍ତେଜନା ସମୟରେ ହୋଇଛି।  

  2. 2 .ଇରାନ ଏବେ ଆମେରିକା, ଇସ୍ରାଏଳ ଓ ଅନେକ ୟୁରୋପୀୟ ରାଷ୍ଟ୍ରର ୧୩ ପ୍ରମୁଖ ବିଶ୍ଵ ନେତାଙ୍କ ଫଟୋ ସହ ଏକ ବିବାଦୀୟ ଟାର୍ଗେଟ୍‌ ଲିଷ୍ଟ୍‌ ଜାରି କରିଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ମୃତ୍ୟୁ ପାଇଁ ଦାୟୀ କରି ଇରାନ ଏହି ନେତାମାନଙ୍କୁ ଟା‌ର୍ଗେଟ୍‌ରେ ରଖିଛି।

  3. 3. ଇଣ୍ଡିଗୋ ବିମାନର ଜଣେ ମେ‌ଣ୍ଟେନାନ୍ସ ଇଞ୍ଜିନିୟର ଲେହ ବିମାନବନ୍ଦରରେ ଗିରଫ ହୋଇଛନ୍ତି। ଏଏନ୍‌ଟିଏଫ୍‌ (ନାର୍କୋଟିକ୍ସ ନିରୋଧୀ ଟାସ୍କ ଫୋର୍ସ) ଦ୍ଵାରା ଉକ୍ତ ଇଞ୍ଜିନିୟରଙ୍କ ପାଖରୁ ହେରୋଇନ ମିଳିବାରେ ତାଙ୍କୁ ଗିରଫ କରାଯାଇଛି।

  4. 4.ଦେଶର ପ୍ରଥମଥର ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍‌  ଆସନ୍ତା ଜୁଲାଇ ୧୭ରେ ଶୁୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟ୍ରେନ୍ ହରିୟାଣାର ଜିନ୍ଦ ଓ ସୋନିପତ ମଧ୍ୟରେ ୮୯ କିଲୋମିଟର ଦୂରତା ପ୍ରାୟ ଦୁଇ ଘଣ୍ଟାରେ ଅତିକ୍ରମ କରିବ। 

  5. 5. ପଶ୍ଚିମବଙ୍ଗରେ ବିଜେପି ସରକାର ୬୦ଟି  ରଥଯାତ୍ରା କମିଟିକୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବେ। 

  6. 6.ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ଭୂସମ୍ପତ୍ତିର ସୁରକ୍ଷା, ଠିକ୍ ରେକର୍ଡର ସଂରକ୍ଷଣ ଓ ସଫଳ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। 

  7. 7.ଜଳଭଣ୍ଡାରର ଜଳପୃଷ୍ଠକୁ ବ୍ୟବହାର କରି  ସୌରଶକ୍ତି ଉତ୍ପାଦନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ଛଅଟି ଜଳଭଣ୍ଡାର ଚିହ୍ନଟ କରାଯାଇଛି। ଜଳଭଣ୍ଡାରଗୁଡ଼ିକ ହେଉଛି ଗଜପତିର ହରଭଙ୍ଗୀ, ଗଞ୍ଜାମର ସୋରଡ଼ା, ଢେଙ୍କାନାଳର ରାମିଆଳ, ଅନୁଗୋଳର ଡେରଜାଙ୍ଗ, ବରଗଡ଼ର ଝାରବନ୍ଧ ଓ ଦେବଗଡ଼ର ଗୋହିରା। 

  8. 8. ଆନ୍ଧ୍ରର କଡ଼ପା ଜିଲ୍ଲାରେ କୋଭିଡରେ  ୨ଜଣଙ୍କ ମୃତ୍ୟୁ ଓ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି ।

  9. 9.ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ  କ୍ରାଇମବ୍ରାଞ୍ଚ ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି। ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ମାମଲା(କେସ୍ ନଂ ୮) ବିଏନ୍‌ଏସ୍‌ର ଧାରା ୩୧୬(୫), ୨୦୧, ୩(୫), ୬୧(୨)ରେ ରୁଜୁ କରାଯାଇଛି।

  10. 10.ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରୋସେସ୍‌ ଏରିଆରେ କେନ୍ଦୁପତ୍ର କେରି (୨୦ଟି) ପିଛା ମୂଲ୍ୟ ୧୦ ପଇସା ବୃଦ୍ଧି କରାଯାଇଥିବା ବେଳେ ଫାଳ (୪୦ଟି) ପିଛା ମୂଲ୍ୟ ୨୦ ପଇସା ବୃଦ୍ଧି କରାଯାଇଛି।

  11. 11.କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଗତ ଜୁନ ମାସରେ ଓଡ଼ିଶା ଥିଲା ଦେଶର ଚତୁର୍ଥ ସବୁଠୁ ମହଙ୍ଗା ବଜାର। 

  12. 12. ତୈଳ କମ୍ପାନିଗୁଡ଼ିକ ହାଲୁକା ୧୦ କେଜିଆ ଏଲ୍‌ପିଜି   ସିଲିଣ୍ଡର ବିକ୍ରି କରିବା ଉପରେ ବିଚାର କରୁଛନ୍ତି।

  13. 13. ଜର୍ମାନୀର କାର୍‌ ନିର୍ମାତା ଫକ୍ସୱାଗନ ଆଉ ୫୦ ହଜାର କର୍ମଚାରୀଙ୍କୁ ଛଟେଇ କରିପାରିବେ। ଏ ସମ୍ପର୍କରେ କମ୍ପାନୀର   ସିଇଓ ଓଲିଭର ବ୍ଲୁମ୍‌ ସୂଚନା ଦେଇଛନ୍ତି। 

  14. 14.ଆଇଆଇଟି  ବମ୍ବେରେ ପାଠପଢ଼ି ଅତି କମ୍‌ ସମୟରେ ଟ୍ବିଟର୍‌ ଭଳି ବିଶ୍ଵ ସ୍ତରୀୟ କମ୍ପାନିର ସିଇଓ ପଦ ପାଇଥିଲେ। କିନ୍ତୁ ତାଙ୍କର ସେହି ଖୁସି ବେଶି ଦିନ ରହିନଥିଲା। ଟ୍ବିଟର୍‌କୁ ବିଶ୍ଵର ଏକ ନମ୍ବର ଧନୀ ଏଲେନ ଏଲେନ ମକ୍ସ  ଅଧିଗ୍ରହଣ କରିବା ପରେ ତାଙ୍କୁ ସିଇଓ ପଦରୁ ତଡ଼ିଦେଇଥିଲେ। 

  15. 15.ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ପ୍ରିନ୍‌ସ ଯାଦବ ଓ ରବି ବିଷ୍ଣୋଇଙ୍କୁ ସାମିଲ କରାଯାଇଛି। ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଜୁଲାଇ ୧୪ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.