• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି।
  2. 2.ବ୍ରିଟେନ ସରକାର ଇରାନର ସାମରିକ ବାହିନୀ ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (ଆଇଆରଜିସି)କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି।

  3. 3.ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟିକ ପଥ ‘ହର୍ମୁଜ୍ ପ୍ରଣାଳୀ’ ଉପରେ ନିଜର ନିର୍ଭରଶୀଳତା ହ୍ରାସ କରିବା ପାଇଁ ୟୁଏଇ ଏକ ନୂତନ ବନ୍ଦର ନିର୍ମାଣ କରିବାକୁ ଯୋଜନା କରୁଛି।

  4. 4.ରୁଷ ଠାରୁ ତୈଳ କ୍ରୟ ଜାରି ରଖିବା ପାଇଁ ଭାରତ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରେ। ପୂର୍ବରୁ, ଟ୍ରମ୍ପ ପ୍ରଶାସନ ଗତ ବର୍ଷ ରୁଷ ତେଲ କ୍ରୟ କରିବା ପାଇଁ ଭାରତ ବିରୁଦ୍ଧରେ ୨୫ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ଲାଗୁ କରିଥିଲା।

  5. 5. ସମ୍ପ୍ରତି, ଆମେରିକା ଅନେକ ଇରାନୀ ଘାଟି ଉପରେ ଆକ୍ରମଣ କରିଥିଲା, ଯାହା ଫଳରେ ଯଥେଷ୍ଟ କ୍ଷତି ହୋଇଥିଲା। ଜବାବରେ, ଇରାନ ଆମେରିକୀୟ ସାମରିକ ଘାଟି ଉପରେ ଏକ ବଡ଼ ଆକ୍ରମଣ କରିଥିଲା।

  6. 6. ଗୁଆହାଟୀ ହାଇକୋର୍ଟ ପୂର୍ବରୁ ଫରେନର୍ସ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ କାଏମ୍‌ ରଖି ୨୭ ଜଣଙ୍କୁ ବିଦେଶୀ ଘୋଷଣା କରିଥିବାବେଳେ ସୁପ୍ରିମକୋର୍ଟ ସୋମବାର ଏହାକୁ ଖାରଜ କରିଦେଇଛନ୍ତି।

  7. 7.ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ‘ମୁଖ୍ୟମନ୍ତ୍ରୀ ସଡକ ଯୋଜନା’ର ଅବଧିକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏହା ଅଧୀନରେ ୪୬୦୦ କିଲୋମିଟର ନୂଆ ସଡକ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି ।  ରାଜ୍ୟର ‘ସେତୁ ବନ୍ଧ ଯୋଜନା’ର ଅବଧି ମଧ୍ୟ ୫ ବର୍ଷ ବୃଦ୍ଧି ପାଇଛି। ଯେଉଁଥିରେ ୩୧୬୭ଟି ପୁରୁଣା ସେତୁର ମରାମତି ଓ ନବୀକରଣ କରାଯିବ।

  8. 8.ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ସାମ୍ବାଦିକତାର ଉତ୍ତୁଙ୍ଗ ପୁରୁଷ, ଦୈନିକ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି ।

  9. 9.ଦୀର୍ଘ ୧୮ ବର୍ଷ ଆଇପିଏଲ୍‌ ଫ୍ରାଞ୍ଚାଇଜି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ମୁଖ୍ୟ ପ୍ରଶିକ୍ଷକ ରହିବା ପରେ ଇସ୍ତଫା ଦେଇଛନ୍ତି ଷ୍ଟିଫେନ୍ ଫ୍ଲେମିଂ। ସିଏସ୍‌କେର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବା କଥା ସିଏସ୍‌କେ ଦଳ ମ୍ୟାନେଜମେଣ୍ଟକୁ ଫ୍ଲେମିଂ ଜଣାଇ ଦେଇଥି​‌େ​‌ଲ ଏବଂ ଏହି ପ୍ରସ୍ତାବକୁ ସିଏସ୍‌କେ ଗ୍ରହଣ କରିଥିଲା। ସୋମବାର ସିଏସ୍‌କେ ପକ୍ଷରୁ କୁହାଯାଇଛି, ଆଇପିଏଲ୍‌ ଇତିହାସରେ ଅନ୍ୟତମ ସଫଳ ଓ ଦୀର୍ଘ ସହଭାଗିତାର ଅନ୍ତଃ ଘଟିଛି।

  10. 10.ଜେଲରୁ ମୁକୁଳିବେ ଦାରା ସିଂ।ଦାରା ସିଂ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆସନ୍ତା  ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ସୂଚନା ଦେଇଛନ୍ତି ତାଙ୍କ ଓକିଲ ।

  11. 11.ଭୁବନେଶ୍ୱରର ଓସିସି (ଓଡ଼ିଶା ନିର୍ମାଣ ନିଗମ) ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ବର୍ତ୍ତମାନ ଲୋୟର ସୁକତେଲ ପ୍ରୋଜେକ୍ଟରେ ବଲାଙ୍ଗୀରର ଓସିସିଏଲ୍‌କୁ ନିୟୋଜିତ) ସଞ୍ଜୟ କୁମାର କିସପଟ୍ଟାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ଏବଂ ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ରଖିବା ପାଇଁ ଜୟପୁରର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯାଇଛି।

  12. 12.ସ୍ବେଚ୍ଛାକୃତ ଭାବେ ରିଲେଶନଶିପ୍‌ରେ ରହୁଥିବା କିଶୋର କିଶୋରୀଙ୍କ ବିରୋଧରେ ପୋକ୍‌ସୋ ଆଇନର ଦୁରୁପଯୋଗ କରାଯାଉଥିବା ନେଇ ସୁପ୍ରିମକୋର୍ଟ ସୋମବାର ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରେମ ସମ୍ପର୍କରେ ଥିବା ଝିଅପୁଅ ଯଦି ଘରୁ ଲୁଚି ପଳାଇଯାଆନ୍ତି, ସେମାନଙ୍କୁ ସରକାର ବା ପ୍ରଶାସନ କିପରି ରୋକିପାରିବ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

  13. 13.ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା ପାଇଁ ସତର୍କତା ବଢ଼ାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

  14. 14.କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି। ସିନେମାଟି ବିଶ୍ୱବ୍ୟାପୀ ୧ ବିଲିୟନ ଆମେରିକୀୟ ଡଲାର (୧୦୦ କୋଟିରୁ ଅଧିକ) ଆୟ କରି ଦୁନିଆର ପ୍ରଥମ ସଫଳ ବାୟୋପିକ୍‌ରେ ପରିଣତ ହୋଇଛି।

  15. 15.ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି । ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ଏ ବର୍ଷର ନଂ.୧ ସବୁଠାରୁ ପ୍ରଭାବଶାଳୀ ମହିଳା ରୂପେ ବିବେଚିତ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.