- 1.ଜୟ ଶ୍ରୀଜଗନ୍ନାଥ। ସିଂହଦ୍ବାର ସମ୍ମୁଖରେ ରଥ ଦଣ୍ଡାୟମାନ ରହିଛି। ପତିତଜନଙ୍କୁ ଉଦ୍ଧରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ଼ ହୋଇ ବଡଦାଣ୍ଡରେ ଭକ୍ତଙ୍କ ମେଳରେ ଆଜି ଯାତ୍ରା କରୁଛନ୍ତି ।
-
2.ପାରାଦୀପ-ହରିଦାସପୁର ଦୋହରୀକରଣ ପ୍ରକଳ୍ପ ମଞ୍ଜୁର: ୨୫୪୨ କୋଟି ଖର୍ଚ୍ଚ ହେବ, ୪ ବର୍ଷରେ କାମ ସରିବ
-
3.ଓଡ଼ିଶା ଓ ଝାଡ଼ଖଣ୍ଡ ପାଇଁ ୧୪୫ କିମି ବିଶିଷ୍ଟ ଏହି ଦୁଇ ପ୍ରକଳ୍ପର ମୋଟ ଅଟକଳ ହେଉଛି ୩୯୦୭ କୋଟି ଟଙ୍କା। ଏହାଦ୍ଵାରାରା ଲଳିତଗିରି ବୌଦ୍ଧ ପରିସର, ଶ୍ରୀ ବଳଦେବଜିଉ ମନ୍ଦିର ଓ ମେଘହାତୁବୁରୁ ପାହାଡ଼ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ରେଳ ସଂଯୋଗରେ ଉନ୍ନତି ଆସିବ। ଦୁଇ ପ୍ରକଳ୍ପ ଦ୍ବାରା ୧୫୨୬ଟି ଗାଁର ୧୪ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ
-
4.ଶିମିଳିପାଳରେ ମାତ୍ର ୧୬ଟି ବାଘ ଥିଲ। ୨୦୨୩-୨୪ର ଓଡ଼ିଶା ସରକାରୀ ସର୍ବେକ୍ଷଣରେ ଏହା ୨୭କୁ ବୃଦ୍ଧି ପାଇଥିଲା। ଡିସେମ୍ବର ୨୦୨୪ରୁ ଜାନୁୟାରି ୨୦୨୫ ମଧ୍ୟରେ ହୋଇଥିବା ସର୍ବେକ୍ଷଣରେ ୩୨ଟି ବାଘ ଚିହ୍ନଟ ହୋଇଥିଲେ। ଏବେ ଏହି ସଂଖ୍ୟା ୩୫ରେ ପହଞ୍ଚିଛି।
-
5.ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି ।
-
6. ଚଳିତ ବର୍ଷ ନଭେମ୍ବର ମାସରେ ଭୁବନେଶ୍ୱରରେ ୫୦ ହଜାର ସଂକୀର୍ତ୍ତନ କଳାକାରଙ୍କୁ ନେଇ ମହାକୁମ୍ଭ ଆୟୋଜନ କରିବ। ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ କଳାକାରଙ୍କ ସ୍ୱାର୍ଥରେ ବିଭିନ୍ନ ପଦକ୍ଷେପ ନିଆଯିବ ।
-
7.ବର୍ତ୍ତମାନ ସୁଦ୍ଧା ଦେଶର ତିନିଟି ପ୍ରମୁଖ ସଂସ୍ଥା ଟାଟା ପାୱାର, ଏନ୍ଟିପିସି ଓ ନବୀନ ଜିନ୍ଦଲଙ୍କ ଜିନ୍ଦଲ ଗ୍ରୁପ୍ ରାଜ୍ୟରେ କ୍ଷୁଦ୍ର ଆଣବିକ ରିଆକ୍ଟର ଆଧାରିତ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
-
8.ଭାରତ ଓ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ରାଜିନାମା (ସିଇଟିଏ) ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଉକ୍ତ ରାଜିନାମା ଅନୁଯାୟୀ, ଭାରତର ୯୯ ପ୍ରତିଶତ ରପ୍ତାନିକୁ ବ୍ରିଟେନରେ ଶୁଳ୍କମୁକ୍ତ ବଜାର ସୁବିଧା ମିଳିଯିବ। ଅନ୍ୟପକ୍ଷରେ ଭାରତ ମଧ୍ୟ ବ୍ରିଟେନର ୮୯.୫ ପ୍ରତିଶତ ସାମଗ୍ରୀ ଉପରୁ ଶୁଳ୍କ ହଟାଇବାକୁ ରାଜି ହୋଇଛି।
-
9.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE)ରେ ଅନ୍-ସ୍କ୍ରିନ୍ ମାର୍କିଂ (OSM) ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଉଦବେଗ। ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବାରୁ ବୁଧବାର ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।
-
10.ଇରାନର ପରମାଣୁ କ୍ଷମତାକୁ ହ୍ରାସ କରିବା ପରିବର୍ତ୍ତେ ହର୍ମୁଜ ପ୍ରଣାଳୀ ଉପରେ କର୍ତ୍ତୃତ୍ବ ଜାହିର କରିବାକୁ ଆମେରିକା ଗୁରୁତ୍ବ ଦେଇଛି। ହର୍ମୁଜ ଉପରେ ଇରାନ ନିଜର କର୍ତ୍ତୃତ୍ବ ଜାହିର କରିଆସୁଥିବାବେଳେ ଆମେରିକା ଏହାକୁ ବିରୋଧ କରି ତେହରାନ ଉପରେ ଆକ୍ରମଣ ଚଳାଇଛି।
-
11.ତାମିଲନାଡୁରେ ଅବସ୍ଥିତ ଦେଶର ସର୍ବବୃହତ କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ର ସହିତ ଜଡ଼ିତ ସମ୍ବେଦନଶୀଳ ଡାଟା ଲିକ୍ ହୋଇଛି।
-
12.ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ସେମିକନ ୨.୦ (Semicon 2.0) ମିଶନକୁ ସରକାର ମଞ୍ଜୁରୀ ଦେଇଛନ୍ତି।
-
13.ବିଜେଡି ସରକାରରେ ପ୍ରଭାବଶାଳୀ ଅଫିସର ତଥା ପୂର୍ବତନ ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ୍ ଜାରି କରିଛି
-
14. ୟୁକ୍ରେନ ଯୁଦ୍ଧର ଗୋଟିଏ ସଙ୍କଟପୂର୍ଣ୍ଣ ସମୟରେ ମୋଦି ନିଜ ପ୍ରଭାବର ପରିଚୟ ଦେଇଥିଲେ। ୨୦୨୨ ଶେଷ ଭାଗରେ ୟୁକ୍ରେନରେ ପୁଟିନଙ୍କୁ ଟାକ୍ଟିକାଲ୍ ପରମାଣୁ ଅସ୍ତ୍ର ବ୍ୟବହାର କରିବାରୁ ବିରତ କରାଇବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ରହିଥିଲା।
-
15.୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
