-
1.ରାଜନେତାମାନେ ଯଦି ସଫଦରଜଙ୍ଗ ହସ୍ପିଟାଲରେ ଆକ୍ଟିଭିଷ୍ଟ ସୋନମ୍ ଓ୍ବାଙ୍ଗ୍ଚୁକ୍ଙ୍କୁ ଭେଟି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ କାଳରେ ଶିକ୍ଷା ଉତ୍ତରଦାୟିତ୍ୱ ପ୍ରସଙ୍ଗ ଉଠାଇବାର ପ୍ରତିଶ୍ରୁତି ଦିଅନ୍ତି, ତେବେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳାଇଥିବା ଅନଶନ ସୋମବାର ଭାଙ୍ଗିବେ ।
-
2.କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
-
3.ଟିଏମ୍ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
-
4.ସୋନମ ୱାଙ୍ଗଚୁକଙ୍କ ଆୟର ଅନେକ ଉତ୍ସ ଅଛି। ସେ ‘ୱାଙ୍ଗଚୁକ ୱାଲର୍ଡ’ ନାମକ ଏକ YouTube ଚ୍ୟାନେଲ ଚଲାନ୍ତି, ଯାହାର ଲକ୍ଷ ଲକ୍ଷ ସବସ୍କ୍ରାଇବର୍ ଅଛନ୍ତି; ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ସେ କେବଳ ଏହି ଚ୍ୟାନେଲ ରୁ ପ୍ରତି ମାସରେ ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରନ୍ତି। ଏହା ସହିତ, ସେ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ବକ୍ତୃତା, ସମ୍ମିଳନୀ ଏବଂ ପ୍ରେରଣାଦାୟକ ଭାଷଣ ମାଧ୍ୟମରେ ଆୟ କରନ୍ତି।
-
5.କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ ହୋଇ ଜିଲା, ବ୍ଲକ ଏବଂ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
-
6.ସ୍ପେନ୍ ଇତିହାସର ସବୁଠାରୁ ବଡ଼ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୬,୦୦୦ ହେକ୍ଟର ଜଙ୍ଗଲ ଅଞ୍ଚଳ ଜଳିପୋଡ଼ି ପାଉଁଶ ହୋଇଯାଇଥିବାବେଳେ ନିଆଁ ଏବେ ମଧ୍ୟ ପ୍ରବଳ ବେଗରେ ମାଡ଼ିଚାଲିଛି।
-
7.ଜୋର୍ଡାନରେ ଇରାନର ମିଶାଇଲ ଆକ୍ରମଣରେ ୨ ଜଣ ଆମେରିକୀୟ ସୈନ୍ୟ ନିହତ ହେବା ପରେ ଏହାର ଜବାବରେ ଓ୍ବାଶିଂଟନ ରବିବାର ଇରାନ ଅର୍ଦ୍ଧସାମରିକ ବାହିନୀ ରିଭଲ୍ୟୁଶନାରି ଗାର୍ଡ ଉପରେ ଜୋର୍ଦାର ଆକ୍ରମଣ କରିଛି।
-
8.ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବଡ଼ ଆକ୍ରମଣ ଆରମ୍ଭ କରି ତାଙ୍କୁ ‘ମହାନ ଶୈତାନ’ ବୋଲି ଆଖ୍ୟା ଦେଇଥିଲେ।
-
9.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଚିପ୍ ନିର୍ମାଣ କ୍ଷେତ୍ରରେ ବିଶ୍ୱର ଆଗଧାଡ଼ିର କମ୍ପାନୀ ‘ଏନ୍ଭିଡିଆ’ର ମୁଖ୍ୟ ନିର୍ବାହୀ ଅଧିକାରୀ ଜେନ୍ସେନ ହୁଆଙ୍ଗ୍ଙ୍କ ଏକ କଳା ରଙ୍ଗର ଚମଡ଼ା ଜାକେଟ୍ ଶୁକ୍ରବାର ନ୍ୟୁୟର୍କଠାରେ ପ୍ରାୟ ୯,୬୦,୦୦୦ ଆମେରିକୀୟ ଡଲାର (୯.୨୪ କୋଟିରୁ ଅଧିକ ଭାରତୀୟ ଟଙ୍କା)ରେ ନିଲାମ ହୋଇଛି।
-
10.ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହା ବେଶ୍ ସରଗରମ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ କେନ୍ଦ୍ର ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ଯୋଜନା କରିଛନ୍ତି।
-
11.ନାଗାଲାଣ୍ଡର ମୋନ୍ ଜିଲ୍ଲାର ଏକାଧିକ ସ୍ଥାନରେ ରବିବାର ପ୍ରବଳବର୍ଷା ଯୋଗୁଁ ଘଟିଥିବା ଭୟାବହ ଭୂସ୍ଖଳନରେ ପ୍ରାୟ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।
-
12.ବ୍ରିଟେନ ସହ ହୋଇଥିବା ରାଜିନାମାରୁ ଓଡ଼ିଶାର ଗ୍ରାହକମାନେ ବିଶେଷ ଉପକୃତ ହେବେ ବୋଲି ଇଣ୍ଟରନ୍ୟାସନାଲ୍ ସ୍ପିରିଟ୍ସ ଆଣ୍ଡ୍ ୱାଇନ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଆଇଏସ୍ଡବ୍ଲ୍ୟୁଏଆଇ)ର ସିିଇଓ ସଞ୍ଜିତ ପାଢ଼ୀ କହିଚନ୍ତି।
-
13.ଓଡ଼ିଶାର ରାମେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ କରିଡର୍ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ୮୩୦୦.୭୯ କୋଟି ଟଙ୍କା ନିବେଶ ହେବ। ଉକ୍ତ ପ୍ରକଳ୍ପ ଦ୍ବାରା ଓଡ଼ିଶାର ଉପକୂଳ ପର୍ଯ୍ୟଟନ ଓ ବାଣିଜ୍ୟରେ ବ୍ୟାପକ ଉନ୍ନତି ହେବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି।
-
14.ସ୍ପେନ ଫୁଟ୍ବଲ୍ ମହାକୁମ୍ଭର ମହାଲଢ଼େଇରେ ବାଜି ମାରି ନେଇଛି । ୧୨୦ ମିନିଟ୍ର ଜୋର୍ଦାର ଲଢ଼େଇରେ ଲାଟିନ୍ ଆମେରିକୀୟ ମହାଶକ୍ତି ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ହରାଇ ବିଶ୍ବ ଫୁଟ୍ବଲ୍ର ନୂଆ ସମ୍ରାଟ ଭାବେ ଉଭା ହୋଇଛି।
-
15.କ୍ରିକେଟ୍ର ଘର ଲର୍ଡସ୍ରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଦ୍ରୁତ ତଥା ଲଢ଼ୁଆ ଶତକ ସତ୍ତ୍ବେ ଭାରତ ପରାଜିତ ହୋଇଛି। ରବିବାର ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଦିନିକିଆ ହରିବା ସହ ଭାରତୀୟ ଦଳ ଇଂଲଣ୍ଡଠୁ ୧-୨ରେ ଶୃଙ୍ଖଳା ହାରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
