-
1.ପଶ୍ଚିମବଙ୍ଗ ସରକାର ଆସନ୍ତା ସେପ୍ଟେମ୍ବର ୧ରୁ ସମସ୍ତ ପ୍ରଶାସନିକ କାର୍ଯ୍ୟରେ ବଙ୍ଗଳା ଭାଷାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
2.ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ ୪ ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଛି ।
-
3.ରୁଷ ୟୁକ୍ରେନ ମଧ୍ୟରେ ଜାରି ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍ର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି ୪୦୦ରୁ ଅଧିକ ଦୂରଗାମୀ ଡ୍ରୋନ୍ ମାଡ଼ କରି ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ।
-
4.ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି, ଯାହା ଉପସାଗରୀୟ ଦେଶଗୁଡ଼ିକରେ ହଇଚଇ ସୃଷ୍ଟି କରିଛି। ଜୋର୍ଡାନ ଓ ଇରାକରେ ୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଖପ୍ପା ହୋଇଛନ୍ତି।
-
5.ଦିଲ୍ଲୀରେ ‘କକରୋଚ ଜନତା ପାର୍ଟି’ ପକ୍ଷରୁ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
-
6.କକରୋଚ ଜନତା ପାର୍ଟି’ର ପ୍ରଦର୍ଶନ ମଧ୍ୟରେ ସୋମବାର ସିଜେପିର ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ମଧ୍ୟ ତାଙ୍କର ଅନଶନ ସମାପ୍ତ କରିଛନ୍ତି ।
-
7.ଡେଙ୍ଗୁ ଦେଶର ଅନେକ ଅଞ୍ଚଳରେ ବ୍ୟାପିଥାଏ, ଏହି ମହାମାରୀକୁ ରୋକିବା ପାଇଁ ସରକାର ଏକ ଟିକାକୁ ଅନୁମୋଦନ କରିଛନ୍ତି। ଜାପାନର ଔଷଧ କମ୍ପାନି ଟାକେଡା ପ୍ରସ୍ତୁତ ‘କ୍ୟୁଡେଙ୍ଗା’ ଟିକାକୁ ସୋମବାର ଅନୁମୋଦନ କରିଛନ୍ତି।
-
8.ସିକ୍କିମର ନାମଚି ଜିଲ୍ଲାରେ ଏକ ନିର୍ମାଣାଧୀନ ଟନେଲ ବାହାରେ ଭୂସ୍ଖଳନ ଯୋଗୁଁ ୨୭ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି ।
-
9.ଓଡ଼ିଶାରେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ଅଧୀନରେ ହେଉଥିବା ଖର୍ଚ୍ଚ ବିଗତ ପାଞ୍ଚ ବର୍ଷରେ ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି।
-
10.ଇ୨୦ ପେଟ୍ରୋଲକୁ ଦେଶରେ ବ୍ୟାପକ ବିରୋଧ କରାଯାଉଛି। ତେବେ ଏହାଦ୍ଵାରା ଗାଡ଼ିର ଇଞ୍ଜିନ ଖରାପ ହେଉନାହିଁ ବୋଲି ସଂସଦରେ ସରକାର ସ୍ପଷ୍ଟ କରିଛନ୍ତି।
-
11.ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବା ପରେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବାରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବୃଦ୍ଧି ପାଇ ପୁଣି ଥରେ ୯୦ ଡଲାରରୁ ଅଧିକ ହୋଇଛି।
-
12.କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରେ ବର୍ତ୍ତମାନ ୬୦୦ ମେଗାୱାଟ୍ ବିଜୁଳି ଉତ୍ପାଦନ ହେଉଛି। ଏହି ପାଣିକୁ ପୁଣି ଥରେ ପମ୍ପ ଦ୍ୱାରା ଉପରକୁ ନେଇ ଆହୁରି ୬ ଶହ ମେଗାୱାଟ୍ ବିଜୁଳି ଉତ୍ପାଦନ ନିମନ୍ତେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।
-
13.ଯୋଡ଼ା ବ୍ଲକ୍ର ବାସୁଦେବପୁରଠାରେ ବୈତରଣୀ ନଦୀରେ ଗତ ୪୦ ବର୍ଷ ହେଲା କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି। ଏଥିପାଇଁ ୧୬ଟି ଗାଁ ଉଚ୍ଛେଦ ହୋଇଛି। ଏହି ପ୍ରକଳ୍ପ ଦ୍ବାରା ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର ଓ ପାଟଣା ବ୍ଲକ୍ର ୨୨୨ଟି ଗାଁର ୨ ଲକ୍ଷ ୪୪ ହଜାର ୫୦୦ ଚାଷୀ ଉପକୃତ ହେବେ।
-
14.କାଜିକିସ୍ତାନ ଠାରେ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ସୋମବାର ଦିନ ଶେଷ ହୋଇଥିବା ଦଶମ ଏସୀୟ ବରିଷ୍ଟ ଜୁ ଜିତଷୁ ପ୍ରତିଯୋଗିତାରେ ଓଡିଶା ଜୁ ଜିତଷୁ ସଂଘ ତରଫରୁ ଭାରତକୁ ପ୍ରତିନିଧିତ୍ଵ କରିଥିବା ଭାରତର ସୁନାମ ଧନ୍ୟ ଖେଳାଳି ଅନୁପମା ସ୍ଵାଇଁ କାଂସ୍ୟ ପଦକ ହାସଲ କରିଛନ୍ତି।
-
15.ଆର୍ଜେଣ୍ଟିନାର ଖେଳାଳି ଲିଓନେଲ୍ ମେସି ତାଙ୍କ ଶେଷ ବିଶ୍ୱକପ୍ ଖେଳୁଥିଲେ କିନ୍ତୁ ଲଗାତାର ଦ୍ୱିତୀୟ ଥର ପାଇଁ ଟ୍ରଫି ହାତେଇବାରେ ବିଫଳ ହୋଇଥିଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
