- 1.ପେପର ଲିକ୍ ଏବଂ ବିଭିନ୍ନ ପରୀକ୍ଷା ଅନିୟମିତତାକୁ ରୋକିବା ପାଇଁ ଆଣାଯାଇଥିବା ‘ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍–୨୦୨୬’ ସଂସଦର ଉଭୟ ସଦନରେ ପାରିତ ହୋଇଛି।
-
2.ଆକାଉଣ୍ଟରେ ମାସିକ ସର୍ବନିମ୍ନ ହାରାହାରି ଜମା ବଜାୟ ରଖି ନପାରିବା କାରଣରୁ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ ୨୦୨୫-୨୬ ଆର୍ଥିକବର୍ଷରେ ପ୍ରାୟ ୭୧୦୦ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି। ୨୦୨୪-୨୫ ଆର୍ଥିକବର୍ଷରେ ବ୍ୟାଙ୍କଗୁଡ଼ିକ ଏବାବଦରେ ୬୮୦୦ କୋଟି ଟଙ୍କା ଆଦାୟ କରିଥିଲେ।
-
3.ଯଦି ଦୁର୍ଘଟଣା ସମୟରେ ଗାଡ଼ି ଚାଳକଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଏ କିମ୍ବା ଲାଇସେନ୍ସର ନବୀକରଣ ହୋଇନଥାଏ,ତେବେ କ୍ଷତିପୂରଣ ଦେବା ପାଇଁ ବୀମା କମ୍ପାନୀକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।
-
4.ଜାତୀୟ ସୁରକ୍ଷା ଓ ସାଇବର ବିପଦକୁ ଦୃଷ୍ଟିରେ ରଖି ଆମେରିକା ସରକାର ଚୀନ୍ରେ ନିର୍ମିତ ନୂତନ ହ୍ୟୁମାନଏଡ୍ ରୋବଟ୍, ରୋବଟ୍ ଡଗ୍ ଏବଂ କିଛି ନେଟୱର୍କ-ସଂଯୁକ୍ତ ପାୱାର ଇନଭର୍ଟର ଉପରେ କଡ଼ା କଟକଣା ଲାଗୁ କରିଛି।
-
5.ବ୍ରିଟେନ ସରକାର ଓ ପରିବେଶ ଏଜେନ୍ସିର କହିବା ଅନୁଯାୟୀ ଦେଶର ୫୧.୪% ଅଞ୍ଚଳରେ ମରୁଡି ଘୋଷଣା କରାଯାଇଛି। ଜୁଲାଇ ମାସରେ ହାରାହାରି ବର୍ଷାର ମାତ୍ର ୭ ପ୍ରତିଶତ ବର୍ଷା ହୋଇଛି।
-
6.ଆମେରିକାରେ ଉଚ୍ଚଶିକ୍ଷା ହାସଲ କରିବା ପରେ ଚାକିରି କରିବାକୁ ଇଚ୍ଛୁକ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ, ଟ୍ରମ୍ପ ପ୍ରଶାସନ ଅପ୍ସନାଲ୍ ପ୍ରାକ୍ଟିକାଲ୍ ଟ୍ରେନିଂ (OPT) କାର୍ଯ୍ୟକ୍ରମ ପାଇଁ ୧ ଲକ୍ଷ ଆମେରିକୀୟ ଡଲାର (ପ୍ରାୟ ୮୭ ଲକ୍ଷ ଟଙ୍କା) ଫି ଲାଗୁ କରିବା ପ୍ରସ୍ତାବ ଉପରେ ବିଚାର କରୁଛି।
-
7.ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଏକ କୋଇଲା ଖଣି ଭିତରେ ବିସ୍ଫୋରଣରେ ଅତି କମରେ ୩୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି।
-
8.ମଧ୍ୟପ୍ରଦେଶର ଧାର ଜିଲ୍ଲାର ବିବାଦୀୟ ଭୋଜଶାଳା-କମାଲ ମୌଲା ପରିସର ନିକଟରେ ମୁସଲିମ ସମ୍ପ୍ରଦାୟ ଶୁକ୍ରବାର ନମାଜ ପାଠ କରିପାରିବେ ବୋଲି ସୁପ୍ରିମ୍କୋର୍ଟ ପୁଣି ସ୍ପଷ୍ଟ କରିଛନ୍ତି।
-
.9.ତାମିଲନାଡୁର ମଦୁରାଇସ୍ଥିତ ପ୍ରସିଦ୍ଧ ମୀନାକ୍ଷୀ ମନ୍ଦିରର ମୂଲ୍ୟବାନ ଜମିକୁ ଜାଲିଆତି ମାଧ୍ୟମରେ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ମଦୁରାଇ ସିଟି ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
-
10.ସିଯେପି ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ପୋଲିସ କହିଛି ଯେ,ଯେଉଁମାନଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ,ସେମାନଙ୍କ ମାମଲା ହଟାଇବା ନେଇ ପଦକ୍ଷେପ ନିଆଯାଇଛି।
-
11.କର୍ଣ୍ଣାଟକର ଟୁମକୁରର ଏକ ଅଳଙ୍କାର ଦୋକାନରୁ ରାତିରେ ପ୍ରାୟ ୧୦ ଲକ୍ଷ ଟଙ୍କାର ହୀରା ଏବଂ ସୁନା ଅଳଙ୍କାର ଗାଏବ ହୋଇଗଲା। ପ୍ରାରମ୍ଭରେ, ଦୋକାନ ମାଲିକ ଭାବିଥିଲେ ଯେ ଜଣେ ଚୋର ଏହି ଅପରାଧ କରିଛି, କିନ୍ତୁ ସିସି ଟିଭି ଫୁଟେଜ୍ ଦେଖିବା ପରେ, ପ୍ରକୃତ “ଚୋର” ଏକ ମୂଷା ଅଳଙ୍କାରକୁ ଟାଣି ନେଉଥିବାର ଦେଖାଗଲା।
-
12.ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ପୁଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଅଭିଯାନରେ ପଳାତକ ପଥର ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ପରିଚାଳକ ଏବଂ ଶାଳକ ମିନାର ମଣ୍ଡଳଙ୍କ ଘରୁ ୨୮.୫ କୋଟି ଟଙ୍କା ନଗଦ ଏବଂ ୧୫ କିଲୋ ସୁନା ଜବତ କରାଯାଇଛି।
-
13.ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବେଦାନ୍ତ ଆଲୁମିନିୟମ ମେଟାଲ୍ ଲିମିଟେଡ୍ର ଲାଭ ବାର୍ଷିକ ଆଧାରରେ ୨୦୫ ପ୍ରତିଶତ ବୃଦ୍ଧି ପାଇ ୬୫୯୭ କୋଟି ଟଙ୍କା ହୋଇଛି। ରାଜସ୍ବ ପରିମାଣ ୪୫ ପ୍ରତିଶତ ବଢ଼ି ୨୧,୧୦୫ କୋଟି ଟଙ୍କାରେ ପହଞ୍ଚିଛି ଓ ଏବିଟ୍ଡା ୧୩୪ ପ୍ରତିଶତ ବୃଦ୍ଧି ସହ ୧୦,୪୯୯ କୋଟି ଟଙ୍କା ହୋଇଛି।
-
14.ଅଦାନୀ ଗ୍ରୁପ୍ର ପ୍ରତିନିଧିମାନେ (ଗୁରୁବାର) ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ରାଜ୍ୟରେ ଅକ୍ଷୟଶକ୍ତି କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କାର ବୃହତ୍ ପୁଞ୍ଜି ନିବେଶ ପାଇଁ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।
-
15.ଭାରତର ତାରକା ଗାୟକ ଶଙ୍କର ମହାଦେବନ୍ ଓ ବିଶ୍ବ ସୁନ୍ଦରୀ ମନୁଷ ଚିଲ୍ଲରଙ୍କ ସହ କିଛି ନାମୀ କଳାକାର ଅଗଷ୍ଟ ୨ ତାରିଖରେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଯାପନ ଉତ୍ସବରେ ଜଲୱା ଦେଖାଇବେ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
