• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ଜନତାଙ୍କ ପାଇଁ UPI ସେବା ସମ୍ପୂର୍ଣ୍ଣ ମାଗଣା ରହିବ ଏବଂ MDR (ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍) ର ନିୟମ କେବଳ ବ୍ୟବସାୟୀଙ୍କ ଉପରେ ଲାଗୁ ହେବ।

  2. 2. ‘ଗୋବର୍ଦ୍ଧନ’ ଯୋଜନା ଅଧୀନରେ ୨୦୨୭ ରୁ ୨୦୩୬ ଆର୍ଥିକ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଦେଶୀୟ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ ଉତ୍ପାଦନକୁ ପ୍ରାୟ ୧୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

  3. 3.ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟର ପ୍ରଥମ ସ୍ବତନ୍ତ୍ର କ୍ଷେତ୍ର ଆଧାରିତ ନିବେଶ ରୋଡ୍‌ ସୋ ‘ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬’ରେ ରାଜ୍ୟ ସରକାର ୪୩,୪୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ଏହି ଅବସରରେ ୨୭ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ଓ ୧୨ଟି ନିବେଶ ଆଗ୍ରହ ଫର୍ମ (ଆଇଆଇଏଫ୍‌) ମିଳିଛି।

  4. 4.ଦୀର୍ଘ ୯ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ରାଉରକେଲାରେ ପ୍ରସ୍ତାବିତ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ) ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଟେକ୍ନୋଲୋଜି ସେଣ୍ଟର୍‌)ର ଭାଗ୍ୟ ଫିଟିଛି। ଏହି ପ୍ରକଳ୍ପ ପାଇଁ ରାଜସ୍ୱ ବିଭାଗ ୧୨ ଏକର ଜମି ଯୋଗାଇ ଦେଇଛନ୍ତି।

  5. 5.ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ ଉଭୟ ହସ୍ପିଟାଲ ଶିଶୁଟିକୁ ସମୟାନୁସାରେ ଚିକିତ୍ସା ଯୋଗାଇବାରେ ବିଫଳ ହୋଇଥିଲେ, ଯାହା ଫଳରେ ତାଙ୍କ ଜୀବନ ଗଲା।

  6. 6.ତାମିଲନାଡୁ ମୁଖ୍ୟମନ୍ତ୍ରୀ (ଅଭିନେତା) ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ମଧ୍ୟରେ ଛାଡପତ୍ର ମାମଲାରେ ବଡ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସଙ୍ଗୀତା ତାମିଲନାଡୁର ଚେଙ୍ଗାଲପଟୁ ଜିଲ୍ଲା କୋର୍ଟରେ ଦାୟର କରିଥିବା ଛାଡପତ୍ର ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି। ସଙ୍ଗୀତାଙ୍କ ପ୍ରତ୍ୟାହାର ପରେ, କୋର୍ଟ ମାମଲାର ସମାଧାନ କରିଛନ୍ତି।

  7. 7.ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲରେ ଜଣେ ଛାତ୍ର ଗୁଳି ଚଳାଇ ପ୍ରାୟ ୨୦ ଜଣ ଛାତ୍ରଙ୍କୁ ଆହତ କରିଥିବା ଏବଂ ଜଣେ ଶିକ୍ଷକଙ୍କ ସମେତ ଅନ୍ୟ ୭ ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

  8. 8.କକରୋଚ ଜନତା ପାର୍ଟି (CJP)ର ଜାତୀୟ କାର୍ଯ୍ୟକାରିଣୀ ଗଠନ ହୋଇଛି। ୧୨ ଜଣଙ୍କୁ ସ୍ଥାନ ମିଳିଛି। ଅଭିଜିତ ଦୀପକେ ଦଳର ଜାତୀୟ ସଂଯୋଜକ ,CJPର ମୁଖ୍ୟ ପ୍ରବକ୍ତା ସୌରଭ ଦାସ ଏବଂ ପ୍ରବକ୍ତା ଆଶୁତୋଷ ରାଙ୍କା ଦଳର ସଂଗଠନର ସହ-ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ।

  9. 9.କଙ୍ଗନା ରଣାୱତ ଯୁବପିଢ଼ିକୁ ‘ଗଟର ଜେନେରେସନ୍’ (Gutter Generation) ବୋଲି କହି ବିବାଦ ସୃଷ୍ଟି କରିଥିଲେ, ସେ ଶୁକ୍ରବାର ଦିନ ନିଜ କଥାରୁ ୟୁ-ଟର୍ଣ୍ଣ (U-turn) ନେଇ ଜେନ୍ ଜି ଯୁବପିଢ଼ିକୁ ଦେଶର ଶକ୍ତି ଏବଂ ଗର୍ବ ବୋଲି କହିଛନ୍ତି।

  10. 10.NEET-UG ପ୍ରଶ୍ନପତ୍ର ଲିକ୍‌ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର କୌଣସି ପ୍ରିଣ୍ଟିଂ ପ୍ରେସ୍‌ରୁ ଲିକ୍‌ ହୋଇନଥିଲା, ବରଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପାଇଁ କାମ କରୁଥିବା ବିଷୟ ବିଶେଷଜ୍ଞମାନଙ୍କ ମାଧ୍ୟମରେ ଏହା ଲିକ୍‌ ହୋଇଥିବା କଥା ସାମ୍ନାକୁ ଆସିଛି। 

  11. 11.ଶବଦାହ ପାଇଁ ସ୍ବର୍ଗଦ୍ବାରରେ ଭିଡ଼ ଲାଗୁଛି। କ୍ରମାଗତ ଭାବରେ ଶବସଂଖ୍ୟା ବଢ଼ିବଢ଼ି ଚାଲିଛି। ସରକାରୀ ହିସାବ ଗତ ୫ ବର୍ଷ ମଧ୍ୟରେ ଏଠାରେ ଶବ ସଂଖ୍ୟା ତିନିଗୁଣା ହୋଇଛି। ଅନ୍ୟପଟେ କାଠ ଯୋଗାଣ କମି କମି ଯାଉଛି।

  12. 12.ଚାରି ଦଶନ୍ଧି ଧରି ଚର୍ଚ୍ଚାରେ ଥିବା ବୋଫର୍ସ ତୋପ କିଣା ମାମଲାରେ ହିନ୍ଦୁଜା ଭ୍ରାତାମାନଙ୍କୁ ଦୋଷମୁକ୍ତ କରିଥିବା ଦିଲ୍ଲୀ ହାଇକୋର୍ଟଙ୍କ ୨୦୦୫ ମସିହାର ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି।

  13. 13.ସଂଘ ସରସଂଘଚାଳକ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ଓ ଜେନ୍‌-ଆଲ୍‌ଫା ପିଢ଼ି ସହ କଥାବାର୍ତ୍ତାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ, ଆଜିର ଯୁବପିଢ଼ିଙ୍କ ଚିନ୍ତାଧାରା ପୂର୍ବ ପିଢ଼ିଠାରୁ ଭିନ୍ନ । ସେମାନଙ୍କୁ ଆଦେଶ ଦେବା ପରିବର୍ତ୍ତେ କଥାବାର୍ତ୍ତା ଓ ବିଶ୍ୱାସ ମାଧ୍ୟମରେ ଯୋଡ଼ିବାକୁ ପଡ଼ିବ ।

  14. 14.ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବ ।

  15. 15.ବନ୍ୟାରେ ୨୩ ଜିଲ୍ଲା ଆଂଶିକ ବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ହସ୍ତଗତ ରିପୋର୍ଟ ଅନୁଯାୟୀ, ୩୫୬୭ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୭,୨୯୭ ହେକ୍ଟର ଚାଷଜମି ନଷ୍ଟ ହୋଇଛି।  ରାଜ୍ୟ ସରକାର ଏହା ମଧ୍ୟରେ ୧୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.