-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଆଇଟି ଦିଲ୍ଲୀର ସମାବର୍ତ୍ତନ ଉତ୍ସବରେ ଶନିବାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ଓ ଦେଶର ବିକାଶରେ ଯୁବପିଢ଼ିର ଭୂମିକା ନେଇ ସମ୍ବୋଧିତ କରିଛନ୍ତି ।
-
2.ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି, ରାଜ୍ୟର ସମସ୍ତ ନଦୀରେ ଜଳପତନ ବର୍ତ୍ତମାନ ବିପଦ ସଂକେତଠାରୁ ତଳେ ରହିଥିବା ସ୍ଥଳେ କେବଳ ଜଳକା, ଋଷିକୂଲ୍ୟା ଏବଂ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି।
-
3.ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି ଯେ ପର୍ସନ-ଟୁ-ପର୍ସନ ୟୁପିଆଇ କାରବାରରେ କୌଣସି ଶୁଳ୍କ ଲାଗିବ ନାହିଁ। ୟୁପିଆଇ ପେମେଣ୍ଟ ପାଇଁ କୌଣସି ଚାର୍ଜ ନିଆଯିବ ନାହିଁ।
-
4.ସରକାର ସଂସଦରେ ଉପସ୍ଥାପନ ଏବଂ ପରବର୍ତ୍ତୀ ଆଲୋଚନା ପାଇଁ ୪ଟି ବିଲ୍କୁ ତାଲିକାଭୁକ୍ତ କରିଛନ୍ତି, ଯାହାର ସମୟ ସୀମା ବିଏସି ବୈଠକରେ ସ୍ଥିର କରାଯିବ। ସେହି ବିଲ୍ଗୁଡ଼ିକ ହେଲା ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍-୨୦୨୬, ଟ୍ରିବ୍ୟୁନାଲ ସଂସ୍କାର ବିଲ୍-୨୦୨୬, କେରଳ (ନାମ ପରିବର୍ତ୍ତନ) ବିଲ୍-୨୦୨୬ ଏବଂ ଜାତୀୟ ସମବାୟ ବିକାଶ ନିଗମ (ସଂଶୋଧନ) ବିଲ୍-୨୦୨୬।
-
5.ସରକାର ସଂସଦରେ ଉପସ୍ଥାପନ ଏବଂ ପରବର୍ତ୍ତୀ ଆଲୋଚନା ପାଇଁ ୪ଟି ବିଲ୍କୁ ତାଲିକାଭୁକ୍ତ କରିଛନ୍ତି, ଯାହାର ସମୟ ସୀମା ବିଏସି ବୈଠକରେ ସ୍ଥିର କରାଯିବ। ସେହି ବିଲ୍ଗୁଡ଼ିକ ହେଲା ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍-୨୦୨୬, ଟ୍ରିବ୍ୟୁନାଲ ସଂସ୍କାର ବିଲ୍-୨୦୨୬, କେରଳ (ନାମ ପରିବର୍ତ୍ତନ) ବିଲ୍-୨୦୨୬ ଏବଂ ଜାତୀୟ ସମବାୟ ବିକାଶ ନିଗମ (ସଂଶୋଧନ) ବିଲ୍-୨୦୨୬।
-
6.ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସହରର ସଞ୍ଜୟଗାନ୍ଧୀ କଲୋନିରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ କବାଟ ତାଲା ଭାଙ୍ଗି ଘରୁ ନଗଦ ୫ ଲକ୍ଷ ୫୦ ହଜାର ଟଙ୍କା, ପ୍ରାୟ ୭ ଭରି ଓଜନର ସୁନା ଅଳଙ୍କାର, ୧୫ଟି ରୂପା ପାଉଞ୍ଚି ସମେତ ଅନ୍ୟାନ୍ୟ ରୂପା ସାମଗ୍ରୀ ଚୋରି ହୋଇଛି।
-
7. ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜୁଲାଇରେ ରାଜ୍ୟରେ ମୋଟ ୬୦,୦୮୩ଟି ଗାଡ଼ି ବିକ୍ରି ହୋଇଥିଲା
-
8.ଟେଲିକମ୍ କମ୍ପାନିଗୁଡ଼ିକ ଓଡ଼ିଶାରୁ ୨୦୨୫-୨୬ ଆର୍ଥିକ ବର୍ଷରେ ୮୭୭୮.୨୪ କୋଟି ଟଙ୍କା ଆୟ କରିଛନ୍ତି। ଜିଓ ସର୍ବାଧିକ ୪୫୯୪.୮୧ କୋଟି ଟଙ୍କା ଆୟ କରିଥିବାବେଳେ ଏୟାରଟେଲ ୩୨୮୪.୧୦ କୋଟି ଟଙ୍କା, ବିଏସ୍ଏନ୍ଏଲ୍ ୬୬୫.୦୮ କୋଟି ଟଙ୍କା, ଭୋଡାଫୋନ ଆଇଡିଆ ୨୧୬.୧୯ କୋଟି ଟଙ୍କା ଏବଂ ଟାଟା ଟେଲି ୧୮.୦୬ କୋଟି ଟଙ୍କା ଆୟ କରିଛନ୍ତି ।
-
9.ଆମେରିକୀୟ ରାଜ୍ୟ ନ୍ୟୁ ମେକ୍ସିକୋର ଏକ ଅଦାଲତ ମେଟା ଉପରେ ୯୪୨ ନିୟୁତ ଡଲାର ଅର୍ଥାତ ୮୯୬୪ କୋଟି ଟଙ୍କାର ଜୋରିମାନା ଲଗାଇଛନ୍ତି। ଏହି ପ୍ଲାଟଫର୍ମ ଯୁବ ଗୋଷ୍ଠୀଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡୁଛି ବୋଲି କୋର୍ଟ କହିଛନ୍ତି।
-
10. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ କାର୍ଯ୍ୟକ୍ରମରେ ମୋଟ ୩୮ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଫଳରେ ଓଡ଼ିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହିତ ୫୪,୧୩୫ଟି ନିଯୁକ୍ତି ସୁୟୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।
-
11.ଅଷ୍ଟ୍ରେଲିଆ ଓପନର ଟ୍ରାଭିସ ହେଡ୍ କ୍ରମାଗତ ଦ୍ବିତୀୟ ଥର ପାଇଁ ଦେଶର ସର୍ବୋଚ୍ଚ ବ୍ୟକ୍ତିଗତ କ୍ରିକେଟ ପୁରସ୍କାର ସମ୍ମାନଜନକ ଆଲାନ ବର୍ଡର ମେଡାଲ-୨୦୨୬ ପାଇବାକୁ ମନୋନୀତ ହୋଇଛନ୍ତି।
-
12.ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଟେନିସ ଅଡିଟୋରିୟମ୍ରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ପରଲୋକଗତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କ୍ରୀଡ଼ା ଓ କ୍ରୀଡ଼ାବିତ୍’ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
-
13.ଓଡ଼ିଶା ପାଇଁ ଶୁଭ ଖବର । ଜାତୀୟ ସ୍ତରରେ ତିନିଟି ଭିନ୍ନ ଖେଳରେ ୩ ପଦକ ମିଳିଛି । କନିଷ୍ଠ ବାଳକ ହକିରୁ ସ୍ବର୍ଣ୍ଣ ପଦକ, ଜାତୀୟ ସନ୍ତରଣରୁ ସ୍ବର୍ଣ୍ଣ ପଦକ ଏବଂ ଜାତୀୟ ବୟସ ବର୍ଗ ଚେସ୍ ପ୍ରତିଯୋଗିତାରୁ ରୌପ୍ୟ ପଦକ ପାଇଛି। ମାଙ୍ଗାଲୋରଠାରେ ଅନୁଷ୍ଠିତ ୧୧ବର୍ଷରୁ କମ୍ ଓପନ୍ ଚେସରେ ଓଡ଼ିଶାର ସାତ୍ତ୍ୱିକ ସ୍ୱାଇଁ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି ।
-
14. କୋଇମ୍ବାଟୁରଠାରେ ଶେଷ ହୋଇଥିବା ୧୬ତମ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବିଜେତା ଟ୍ରଫି ହାସଲ କରିଛି। ୪୨ତମ ଜାତୀୟ ଉପକନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାକୁ ଦୁଇ ଦିନରେ ଦୁଇ ସ୍ବର୍ଣ୍ଣ ପଦକ ମିଳିଛି। ଉଦୀୟମାନ ପ୍ରତିଭା ସୌରଭ ପୁଟେଲ୍ ୧୦୦ ମିଟର୍ ପରେ ୨୦୦ ମିଟର୍ ବ୍ରେଷ୍ଟ୍ଷ୍ଟ୍ରୋକ୍ରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
-
15.ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
