• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡିଶା ରାଜ୍ୟର ବିଶେଷତଃ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣବର୍ଷାଜନିତ ବନ୍ୟା ସୃଷ୍ଟି ହୋଇଛି। ୧୫ଟି ଜିଲ୍ଲାର ୭ଲକ୍ଷ ୯୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି।
  2. 2.ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ସଫଳତା ସାଉଁଟିଛନ୍ତି।

  3. 3.ସଂସଦର ମୌସୁମୀ ଅଧିବେଶନର ଦଶମ ଦିନରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶୁକ୍ରବାର ଲୋକସଭାରେ ‘ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍‌-୨୦୨୬’ ବିନା କୌଣସି ଆଲୋଚନାରେ ଧ୍ୱନି ଭୋଟରେ ପାରିତ ହୋଇଯାଇଛି।

  4. 4.ଦେଶର ସରକାରୀ ତେଲ ମାର୍କେଟିଂ କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିଥିବାର ସୂଚନା ମିଳିନାହିଁ। 

  5. 5.ଜୁଲାଇ ୨୪ରେ ଶେଷ ହୋଇଥିବା ସପ୍ତାହରେ ଭାରତର  ବୈଦେଶିକ ମୁଦ୍ରା ଭଣ୍ଡାର ୬.୧୧୮ ବିଲିଅନ ଡଲାର ବୃଦ୍ଧି ଘଟି ୬୮୨.୩୫୪ ବିଲିଅନ ଡଲାରରେ ପହଞ୍ଚିଛି।

  6. 6. ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟର ସାମଗ୍ରୀ ରପ୍ତାନି ୧,୪୨,୩୦୨ କୋଟି ଟଙ୍କା (୧୪.୯ ବିଲିଅନ ଡଲାର)‌ରେ ପହଞ୍ଚିବା ସମ୍ଭାବନା ରହିଛି।

  7. 7.ହୀରାକୁଦ ଡ୍ୟାମ୍‌ର ତୃତୀୟ ପର୍ଯ୍ୟାୟରେ ଖୋଲିଲା ୮ଟି ଗେଟ୍‌  ଖୋଲିଲା । ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା ।

  8. 8.ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିଶ୍ୱ ନାଥ ଶର୍ମାଙ୍କର ଶୁକ୍ରବାର ୯୬ ବର୍ଷ ବୟସରେ ପରଲୋକ ଘଟିଛି।

  9. 9.ନିର୍ବାଚନ ଆୟୁକ୍ତ ନିଯୁକ୍ତି ଆଇନ, ୨୦୨୩ର ସାମ୍ବିଧାନିକ ବୈଧତାକୁ ଆହ୍ୱାନ କରି ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି କରି ବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ନିଜର ରାୟ ସଂରକ୍ଷିତ ରଖିଛନ୍ତି।

  10. 10.ନିର୍ବାସିତ  ବାଙ୍ଗଲାଦେଶୀ ଲେଖିକା ତସ୍‌ଲିମା ନସରିନ୍‌ ୧୯ ବର୍ଷ ପରେ ଶୁକ୍ରବାର କୋଲକାତା ଫେରିଛନ୍ତି। ତାଙ୍କ ବିବାଦୀୟ ପୁସ୍ତକ ''ଦ୍ୱିଖୋଣ୍ଡିତୋ'' ଉପରେ ବିରୋଧ ପ୍ରଦର୍ଶନ ପରେ ତସଲିମା କୋଲକାତା  ଛାଡ଼ିବାକୁ ବାଧ୍ୟ ହୋଇଥିଲେ। 

  11. 11.ପାକିସ୍ତାନର କାରାକୋରମ ପର୍ବତମାଳାରେ ଅବସ୍ଥିତ ବିଶ୍ୱର ୧୨ତମ ଉଚ୍ଚ ଶୃଙ୍ଗ ''ବ୍ରୋଡ୍ ପିକ୍''ରେ ଏକ ଭୟଙ୍କର ତୁଷାରପାତ ଯୋଗୁଁ ନେପାଳର ପ୍ରସିଦ୍ଧ ପର୍ବତାରୋହୀ ନିର୍ମଳ ପୁର୍ଜାଙ୍କ ସମେତ ୧୦ ଜଣ ପର୍ବତାରୋହୀ ନିଖୋଜ ହୋଇଯାଇଛନ୍ତି। 

  12. 12.ଭାରତୀୟ ରେଳ ପକ୍ଷରୁ ଅନଲାଇନ୍‌ ଲଗେଜ୍‌ ବୁକିଂ ସୁବିଧା ଆରମ୍ଭ କରାଯାଇଛି। ଆଗାମୀ ଦିନରେ ଯାତ୍ରୀମାନେ ଟିକଟ ବୁକିଂ ସମୟ‌ରେ ନିଜ ଲଗେଜ   ବୁକିଂ କରିପାରିବେ।

  13. 13.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

  14. 14. ରୁଷ୍‌ର ପୁଟିନ୍ ସରକାର ବାଂଲାଦେଶକୁ ଭାରତୀୟ ଟଙ୍କା (INR)ରେ ବ୍ୟାପାରିକ ନେଣଦେଣ ଏବଂ ଋଣ ପରିଶୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଅଧୀନରେ ବାଂଲାଦେଶରେ ରୁଷ୍‌ର ଏକ ବ୍ୟାଙ୍କ ଶାଖା ଖୋଲିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। 

  15. 15.ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। 

  16. 16.ପୂର୍ବ ଭାରତର ଖାଦ୍ୟ ଓ ଆତିଥ୍ୟ ଶିଳ୍ପ ପାଇଁ ଏକ ବଡ଼ ବ୍ୟବସାୟିକ ମଞ୍ଚ ‘୨୩ତମ ଇଣ୍ଟରନ୍ୟାସନାଲ୍ ଫୁଡଟେକ୍-୨୦୨୬’ ଆସନ୍ତା ୨୧ରୁ ୨୩ ପର୍ଯ୍ୟନ୍ତ କୋଲକାତାର ବିଶ୍ୱ ବାଂଲା ମିଲନ ମେଳା କମ୍ପ୍ଲେକ୍ସ (ଏସି ହଲ୍), ସାଇନ୍ସ ସିଟି ସମ୍ମୁଖରେ ଆୟୋଜନ ହେବ।

  17. 17.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ,‘ଏମାନେ ଭ୍ରଷ୍ଟ କିମ୍ବା ପଥଭ୍ରଷ୍ଟ ପିଲା, ସେମାନଙ୍କୁ ସଠିକ ପଥ ଦେଖାଇବା ଆମର କାମ; ସେମାନଙ୍କୁ ଦଣ୍ଡ ଦେବା, କୋର୍ଟ କଚେରୀ ଚକ୍କର କାଟିବାକୁ ଦେବା, ସମାଜରେ ସେମାନଙ୍କୁ ନିର୍ଯାତନା ଦେବା ଦ୍ୱାରା ଆମେ ପରିସ୍ଥିତି ବଦଳାଇ ପାରିବା ନାହିଁ, ମୁଁ ସେମାନଙ୍କୁ କ୍ଷମା କରିବାକୁ ଚାହେଁ।

  18. 18. ଇ-୨୦ ମିଶ୍ରିତ ପେଟ୍ରୋଲ ବିରୋଧରେ ବଡ଼ ବିକ୍ଷୋଭ। ଆପ୍‌ର ଆବାହକ ଅରବିନ୍ଦ କେଜ୍ରିୱାଲ ଶନିବାର ନିଜର ଜାତୀୟ ସ୍ତରୀୟ ଆନ୍ଦୋଳନକୁ ଲଞ୍ଚ କରିବେ। ସେହିପରି ସାମାଜିକ କର୍ମୀ ତେହସିନ ପୁନାୱାଲା ମଧ୍ୟ ନୀରବ ଶୋଭାଯାତ୍ରା ସାଙ୍ଗକୁ ଅନଶନ କରିବେ ବୋଲି ଆଜି ଘୋଷଣା କରିଛନ୍ତି। 

  19. 19 ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ ପାଞ୍ଚ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

  20. 20.ସୁପ୍ରିମକୋର୍ଟ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶୁକ୍ରବାର ଆହତ ହୋଇଥିବା ଭାରତୀୟଙ୍କ ପରିବାରକୁ ସହାୟତା କରିବା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.