-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି।
-
2.ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ଏହି ସପ୍ତାହରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ସମ୍ମତି ସହିତ, ଏହା ଏବେ ଆଇନରେ ପରିଣତ ହୋଇଛି।
-
3. ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ତଥା ସହକାରିତା ମନ୍ତ୍ରୀ ଅମିତ ଶାହ ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି’ (SDRF) ରୁ ୨,୧୧୭.୮୫ କୋଟି ଟଙ୍କାର ଆଗୁଆ ସହାତା ରାଶି ମଞ୍ଜୁର କରିଛନ୍ତି। ଓଡ଼ିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି।
-
4.ଓଡିଶା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାସହିତ ମୋଟ୍ ୬ଟି ବିଭାଗର ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥିରେ ୫ଟି ଜିଲ୍ଲାର ୨୩ ହଜାର ୯୭୪.୪୫ ହେକ୍ଟର ଚାଷଜମିକୁ ଜଳସେଚିତ କରିବାକୁ ଯୋଜନା ହୋଇଛି।
-
5.ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ୍ ୨.୦ କାର୍ଯ୍ୟକାରୀ ହୋଇଛି। ରାଜ୍ୟ କ୍ୟାବିନେଟ୍ରେ ଏହାକୁ ଅନୁମୋଦନ ମିଳିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୮ ଲକ୍ଷ ଅନୁସୂଚିତ ଜନଜାତି ସଂପ୍ରଦାୟର ହିତାଧିକାରୀ ଉପକୃତ ହେବେ।
-
6. ଗତ ୧୨ ବର୍ଷ ମଧ୍ୟରେ ଏହି ଦୁଇ ନଦୀରେ ୨୦ଟି ଘାଇ ହୋଇଛି। ବୈତରଣୀ ନଦୀରେ ୧୭ଟି ଘାଇ ହୋଇଥିବା ବେଳେ କାଣୀ ନଦୀରେ ୩ଟି ଘାଇ ସୃଷ୍ଟି ହୋଇଛି। ଶହ ଶହ ଲୋକଙ୍କ ଘର, ଚାଷବାସ ଉଜାଡ଼ିଛି।
-
7. କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପ୍ସେଟ୍ର ଲୋକପ୍ରିୟକରଣ ଯୋଜନା ଆଉ ୫ ବର୍ଷ ପାଇଁ ବଢ଼ିଛି। ୨୦୩୦-୩୧ ଆର୍ଥିକବର୍ଷ ପର୍ଯ୍ୟନ୍ତ ଏଥିପାଇଁ ୨୨ ଶହ କୋଟି ବ୍ୟୟବରାଦ କରାଯାଇଛି। ଏହି ଅବଧିରେ ୩.୮ଲକ୍ଷ ଚାଷୀ ଉପକୃତ ହେବାର ଲକ୍ଷ୍ୟ ରହିଛି।
-
8.ଚଳିତ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨.୬୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି।
-
9.ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ବିଚାରପତି ନିଯୁକ୍ତି ସମ୍ପର୍କିତ କଲେଜିୟମ୍ ବ୍ୟବସ୍ଥାରେ ଅଧିକ ପାରଦର୍ଶିତା ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି।
-
10.ସଂସଦରେ ବିରୋଧୀ ସାଂସଦଙ୍କ ଦ୍ବାରା ଆନ୍ଦୋଳନ ସମୟରେ ସନାତନ ଧର୍ମକୁ ଅପମାନିତ କରାଯାଇଥିବା ଏବଂ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗରେ ରାହୁଲ ଗାନ୍ଧୀ ଏବଂ ସ୍ବାଧୀନ ସାଂସଦ ପପ୍ପୁ ଯାଦବ ଓ ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
-
11.ସୁରତରୁ ଅହମଦାବାଦ ଅଣାଯାଇଛି ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ। ମାତ୍ର ଅଢ଼େଇ ଘଣ୍ଟାରେ ସୁରତରୁ ଅହମଦାବାଦ ପହଞ୍ଚିଥିଲା ଜୀବନ୍ତ ହାର୍ଟ। ମିଥୁନ ସ୍ୱାଇଁଙ୍କ ହାର୍ଟକୁ ବନ୍ଦେ ଭାରତ ଟ୍ରେନ ମାଧ୍ୟମରେ ସୁରକ୍ଷିତ ଭାବେ ଅହମଦାବାଦ ପହଞ୍ଚାଇବାର ଯୋଜନା କରାଯାଇଥିଲ। ଦେଶରେ ପ୍ରଥମ ଥର ପାଇଁ ଟ୍ରେନରେ ହାର୍ଟ ପରିବହନ କରାଯାଇଛି।
-
12.ରାଜଧାନୀରେ ପ୍ରାୟ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଥାନାଞ୍ଚଳର ଜଣେ ବିଲ୍ଡରଙ୍କ ଘରୁ ଏହି ବଡ଼ ଧରଣର ଲୁଟ ହୋଇଛି।
-
13.ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ଶନିବାର ଦିନ ଯଥେଷ୍ଟ ହ୍ରାସ ପାଇଛି। ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି। ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏଫ) ମଧ୍ୟ ପ୍ରତି ଲିଟର ପ୍ରତି ୫ ଟଙ୍କା ବୃଦ୍ଧି କରାଯାଇଛି।
-
14.ଶନିବାର ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି, ଯାହା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
-
15.ଭାରତୀୟ ପାରା ଆଥଲେଟ୍ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍ସ ଦଳ ୭ ପଦକ ଜିତିଛି, ଯେଉଁଥିରେ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ରହିଛି। ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାରା ସ୍ପୋଟର୍ସ ଇତିହାସରେ ଭାରତ ପାଇଁ ସର୍ବାଧିକ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
