• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି।

  2. 2.ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଥିବାର ସୂଚନା ମିଳିଛି। 

  3. 3.ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଆଣ୍ଟାର୍କଟିକାରେ ସମ୍ପୂର୍ଣ୍ଣ ବିପରୀତ ତଥା ଅତି ମାତ୍ରାରେ ଅନୁଭୂତ ହେଉଛି ଶୀତ।

  4. 4.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନିଶାମୁକ୍ତ ଯୁବପିଢ଼ି ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନ’ – ନିଶାଦ୍ରବ୍ୟ ଅପବ୍ୟବହାର ବିରୁଦ୍ଧରେ ଏକ ସ୍ବତନ୍ତ୍ର ୧୦୦ ସପ୍ତାହ ଅଭିଯାନ – ଆରମ୍ଭ କରିବା ଅବସରରେ ଦେଶକୁ ସମ୍ବୋଧିତ କରିଥିଲେ।

  5. 5.ପାକିସ୍ତାନ ନିକଟରେ ଚୀନ୍‌ଠାରୁ ହାସଲ କରିଥିବା ୨୫୦ଟି ଅତ୍ୟାଧୁନିକ ‘ଏସଏଚ-୧୫ ୧୫ମିମି’ ଟ୍ରକ୍-ମାଉଣ୍ଟେଡ୍ ସେଲ୍ଫ-ପ୍ରୋପେଲ୍ଡ ଆର୍ଟିଲାରୀ ସିଷ୍ଟମ (ହାୱିଜର୍‌ ତୋପ)କୁ ଭାରତ ସୀମାରେ ବ୍ୟବସ୍ଥିତ ଭାବେ ମୁତୟନ କରିବା ଆରମ୍ଭ କରିଛି।

  6. 6.କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି।

  7. 7.କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ ତାଙ୍କର ମୃତ୍ୟୁ ଘଟିଛି।

  8. 8. ‘ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍’ (NBEMS) ପକ୍ଷରୁ NEET PG ୨୦୨୬ ପରୀକ୍ଷା ପାଇଁ କିଛି ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରୀକ୍ଷାକୁ ସୁରକ୍ଷିତ, ପ୍ରଶ୍ନପତ୍ରଲିକ୍ ମୁକ୍ତ ଏବଂ ନକଲ ରହିତ କରାଇବା। 

  9. 9.ଅଗଷ୍ଟ ୧ ତାରିଖରୁ, ଖୁଚୁରା ଗ୍ରାହକମାନଙ୍କଠାରୁ ଡେଲିଭରି ଦୂରତା ଏବଂ ଓଜନ ଉପରେ ଆଧାର କରି ୨୪ ସ୍ପିଡ୍ ପୋଷ୍ଟ ପାଇଁ ଶୁଳ୍କ ଆଦାୟ କରାଯିବ । ୫୦ ଗ୍ରାମ ପର୍ଯ୍ୟନ୍ତ ଜିନିଷ ପଠାଇବା ପାଇଁ ଆପଣଙ୍କୁ ୩୮ ଟଙ୍କା ଦେବାକୁ ପଡିବ । ଏବଂ ୨୫୧ ରୁ ୫୦୦ ଗ୍ରାମ ମଧ୍ୟରେ ଜିନିଷ ପଠାଇବା ପାଇଁ ଆପଣଙ୍କୁ ₹୧୪୦ ରୁ ₹୧୮୬ ଦେବାକୁ ପଡିବ ।

  10. 10.ଦିଲ୍ଲୀରେ ସଂସଦ ଭବନ ବାହାରେ ପ୍ରଥମ ଥର ପାଇଁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେଉଛି  ।

  11. 11.ଶ୍ରାବଣ ପ୍ରଥମ ସୋମବାର ବଲାଙ୍ଗୀର ଜିଲ୍ଲା ହରିଶଙ୍କରଠାରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | 

  12. 12.୫ଜି ନେଟୱର୍କରେ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଇଣ୍ଟରନେଟ୍‌ ସୁବିଧା ପ୍ରଦାନ ପାଇଁ ଟେଲିକମ୍‌ କମ୍ପାନିଗୁଡ଼ିକୁ ଅନୁମତି ଦେବା ଉପରେ ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ମତାମତ ଲୋଡ଼ିଛନ୍ତି। ଯଦି ସରକାର ନୀତିରେ ପରିବର୍ତ୍ତନ ଆଣନ୍ତି ତାହେଲେ ଗ୍ରାହକମାନେ ଅଧିକ ଅର୍ଥ ଦେଇ ଦ୍ରୁତବେଗର ଇଣ୍ଟରନେଟ୍‌ ସେବା ପାଇପାରିବେ।

  13. 13.ଭାରତରେ ପାଶ୍ଚାତ୍ୟ ମାପ ମାନଦଣ୍ଡ ଅନୁସାରେ ବିକ୍ରି ହେଉଥିବା ରେଡିମେଡ୍‌ ପୋଷାକ ପରିବର୍ତ୍ତେ ଭାରତୀୟ ମାପର ପୋଷାକ ଆଗାମୀ ଦିନରେ ବିକ୍ରି ହେବ। ବୟନଶିଳ୍ପ ମନ୍ତ୍ରଣାଳୟ ଏ ଦିଗରେ କାର୍ଯ୍ୟ କରୁଛି। ନୂଆ ଯୋଜନାକୁ କାର୍ଯ୍ୟକାରୀ କରାଗଲେ ଗୋଟିଏ ନିର୍ଦ୍ଦିଷ୍ଟ ସାଇଜ୍‌ର ପୋଷାକକୁ ନେଇ ବିଭିନ୍ନ ବ୍ରାଣ୍ଡ୍‌ ମଧ୍ୟରେ ରହୁଥିବା ଅସଙ୍ଗତି ଦୂର ହେବ।

  14. 14.ଭାରତର ସ୍ବାସ୍ଥ୍ୟଓ ଶିକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ଟାଟା ଟ୍ର‌ଷ୍ଟ୍‌ସ ଅଧିକ ସଂଖ୍ୟକ ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ ସ୍ଥାପନ ଉପରେ ଧ୍ୟାନ ଦେବ। ଆଇଆଇଏମ୍‌ ବାଙ୍ଗାଲୋର ଆଲୁମନି ଆସୋସିଏସନର ପ୍ରମୁଖ କାର୍ଯ୍ୟକ୍ରମ ଆଇଆଇଏମ୍‌ବ୍ୟୁରେ ଯୋଗଦେଇ ନୋ‌ଏଲ ଏହା କହିଛନ୍ତି।

  15. 15.ବିଦେଶୀ ନିବେଶକମାନେ ଜୁଲାଇ ମାସରେ ଭାରତର ସେୟାର ବଜାରମୁହାଁ ହୋଇଛନ୍ତି। ଜୁଲାଇରେ ସେମାନେ ନିଟ୍‌ ୨୦,୨୦୦ କୋଟି ଟଙ୍କା ମୂଲ୍ୟର ଇକ୍ବିଟି କିଣିଛନ୍ତି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.