- 1.ଭାରତର ଅର୍ଥନୀତି ଆସନ୍ତା ୨୦୨୮-୨୯ ଆର୍ଥିକବର୍ଷରେ ୫ ଟ୍ରିଲିଅନ ଡଲାର ବା ୫ ଲକ୍ଷ କୋଟି ଡଲାର ଅତିକ୍ରମ କରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପୂର୍ବରୁ ଆକଳନ କରିଛି।
-
2.କମ୍ପାନୀ ଆଇନ ସଂଶୋଧନକୁ ଅନୁଧ୍ୟାନ କରୁଥିବା ଯୁଗ୍ମ ସଂସଦୀୟ କମିଟି କମ୍ପାନିରେ ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ପରିବର୍ତ୍ତେ ୧୮ ବର୍ଷକୁ ହ୍ରାସ କରିବା ପାଇଁ ସୁପାରିସ କରିଛି। ଯୁକ୍ତରାଷ୍ଟ୍ର ଆମେରିକା, ସିଙ୍ଗାପୁର, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶରେ ରହିଥିବା ନିୟମ ଅନୁସାରେ ଏହା କରିବାକୁ କୁହାଯାଇଛି।
-
3.ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ରଥଚକ ରାଷ୍ଟ୍ରପତିଙ୍କ ଭବନରେ ପ୍ରଦର୍ଶିତ ହେବ ବୋଲି ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
-
4.ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅଗଷ୍ଟ ୩ (ସୋମବାର) କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିଛନ୍ତି। ସେ ଅଗଷ୍ଟ ୪ ତାରିଖରେ ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରି ଗଂଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିଛନ୍ତି ।
-
5.ବଲିଉଡ୍ ଏବଂ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଦମଦାର୍ ଖଳନାୟକ ଅଭିନୟ ପାଇଁ ପରିଚିତ ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି।
-
6.ସୁପ୍ରିମକୋର୍ଟ ନୂଆ କାର୍ କ୍ରୟ ସମୟରେ ତୃତୀୟ ପକ୍ଷ ବୀମା ଅବଧି ୩ ବର୍ଷ ପରିବର୍ତ୍ତେ ୪ ବର୍ଷକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ନୂଆ ବାଇକ୍ କ୍ରୟ ବେଳେ ୫ ବର୍ଷ ପରିବର୍ତ୍ତେ ୬ ବର୍ଷ ପାଇଁ ତୃତୀୟ ପକ୍ଷ ବୀମାକୁ ବାଧ୍ୟତାମୂଳକ କରିବାକୁ ଆଦେଶ ଦେଇଛନ୍ତି।
-
7. ଗାଡ଼ିରେ ପକାଯାଉଥିବା ତେଲରେ କ୍ଲୋରାଇଡ୍ ମାତ୍ରା ଅଧିକ ରହୁଥିବାରୁ ବିଭିନ୍ନ ପାର୍ଟସ୍ ଖରାପ ହେଉଛି। ତେଣୁ କ୍ଲୋରାଇଡ୍ର ଏକ ବାଧ୍ୟତାମୂଳକ ସୀମା ଧାର୍ଯ୍ୟ କରିବା ପାଇଁ ପଦକ୍ଷେପ ନେବାକୁ ସିଆମ୍ ପକ୍ଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି।
-
8.ଓଡ୍ରାଫକୁ ରାଜ୍ୟର ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ’ (ଏସ୍ଡିଆର୍ଏଫ୍) ଭାବେ ଉନ୍ନୀତ କରାଯିବ। ଓଡ୍ରାଫପାଇଁ ସ୍ୱତନ୍ତ୍ର ବାଟାଲିଅନ୍ ଗଠନ ସହିତ ଏହାର ନେତୃତ୍ୱ ଓ ପରିଚାଳନା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ ହେବେ। ଅର୍ଥାତ୍ ଏଣିକି ଓଡ୍ରାଫ୍ କେବଳ ରାଜ୍ୟର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅନ୍ୟତ୍ର କେବଳ ବିପର୍ଯ୍ୟୟ ମୁକାବିଲା ଦିଗରେ କାର୍ଯ୍ୟ କରିବ।
-
9.ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇ ଫେରାର ଥିବା ଶରଣକୁଳ ଥାନାର ପୂର୍ବତନ ଅଧିକାରୀ (IIC) ସୁଜିତ କୁମାର ଦାସ ଶେଷରେ ଆତ୍ମସମର୍ପଣ କରିଛନ୍ତି।
-
10.ଡିଏମକେ ନେତା ଏବଂ ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ବିରୋଧରେ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ କରାଯାଇଛି। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା।
-
11.ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ ଆନ୍ଦୋଳକାରୀ ଛାତ୍ରଛାତ୍ରଙ୍କ ବିରୋଧରେ ଯେଉଁ ସବୁ ମାମଲା ରହିଛି ସେଗୁଡ଼ିକୁ ରାଜ୍ୟ ସରକାର ଚାହିଁଲେ ଆଇନ ଅନୁଯାୟୀ ପ୍ରତ୍ୟାହାର କରିପାରିବେ।ଆନ୍ଦୋଳନରେ ସାମିଲ ହୋଇଥିବା ଏପରି ବ୍ୟକ୍ତି ଯେଉଁମାନଙ୍କ ବିରୋଧରେ ପୂର୍ବରୁ ଗୁରୁତର ଅଭିଯୋଗ ରହିଥିବ ସେମାନଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ମିଳିବ ନାହିଁ।
-
12.ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ ଶୀର୍ସେ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି।
-
13.ଅଗଷ୍ଟ ୧୫ ରୁ ୧୯ ଏବଂ ୨୩ ରୁ ୨୭; ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦୁଇ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ଖେଳାଯିବ।
-
14.ଭାରତୀୟ ହକି ଦଳର ଜର୍ସି ରଙ୍ଗ ବଦଳାଇବା ବିବାଦ ଏବେ ହକି ଇଣ୍ଡିଆରେ ଆଭ୍ୟନ୍ତରୀଣ ବିବାଦ ପାଲଟିଛି। ଭାରତୀୟ ଦଳର ଜର୍ସିକୁ ନୀଳରୁ କମଳା ରଙ୍ଗ କରିବା ପରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ବେଶ୍ କ୍ଷୁବ୍ଧ ହୋଇଛନ୍ତି।
-
15.ଭାରତୀୟ ବଂଶୋଦ୍ଭବ କ୍ରିକେଟର ନୀଲ୍ ପଟେଲ ଅଷ୍ଟ୍ରେଲିଆର ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି। ସେପ୍ଟେମ୍ବରରେ ଭାରତ ଆସୁଥିବା ୧୬ ଜଣିଆ ଅଷ୍ଟ୍ରେଲିଆ ଦଳରେ ତାଙ୍କୁ ସାମିଲ କରାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
