• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୀର୍ଘ ଦୁଇ ବର୍ଷ ପରେ ସ୍ୱଦେଶ ଫେରିବା ନେଇ ବଡ଼ ଘୋଷଣା କରିଛନ୍ତି।
  2. 2.ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନ୍ତର୍ଜାତୀୟ କଞ୍ଚା ତେଲର ମୂଲ୍ୟ, ଡଲାର ତୁଳନାରେ ଟଙ୍କାର ସ୍ଥିତି, ଫ୍ରେଟ ଚାର୍ଜ, ଏକ୍ସାଇଜ ଡ୍ୟୁଟି ଏବଂ ରାଜ୍ୟ ସରକାରମାନଙ୍କ ଦ୍ୱାରା ଧାର୍ଯ୍ୟ କରାଯାଉଥିବା ଭ୍ୟାଟ (VAT) ଉପରେ ନିର୍ଭର କରେ। ଏହି କାରଣରୁ ପ୍ରତ୍ୟେକ ରାଜ୍ୟ ଏବଂ ସହରରେ ଇନ୍ଧନର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ।

  3. 3. କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି। 

  4. 4.ଅଗଷ୍ଟ  ୩ ଅର୍ଥାତ୍ ସୋମବାର ଦିନ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକର ନିୟନ୍ତ୍ରଣକୁ ନେଇ ଇଲେକ୍ଟ୍ରୋନିକ୍ସ ଏବଂ IT ମାମଲାର ସଂସଦୀୟ କମିଟି ବୈଠକରେ, କମିଟି ମେଟା ସମେତ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ପିଲା ଏବଂ ମହିଳାଙ୍କ ସହ ଜଡ଼ିତ ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

  5. 5.ଆରବିଆଇର ମୁଦ୍ରା ନୀତି କମିଟି (MPC) ବୈଠକ ସମୟରେ ଗଭର୍ଣ୍ଣର ଜଣାଇଛନ୍ତି ଯେ ପ୍ଲାଷ୍ଟିକ୍ ନୋଟ୍ ୨୦୨୮ ମସିହା ସୁଦ୍ଧା ବଜାରକୁ ଆସିଯିବ। ଆରବିଆଇର ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛି ଯେ ଆଗାମୀ ୨ ବର୍ଷ ମଧ୍ୟରେ ଏହି ନୂଆ ଏବଂ ସ୍ୱତନ୍ତ୍ର ନୋଟ୍‌ଗୁଡ଼ିକୁ ସାଧାରଣ ଜନତାଙ୍କ ହାତରେ ପହଞ୍ଚାଇ ଦିଆଯିବ।

  6. 6.କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି କରି କହିଛନ୍ତି, “ଆକାଶ ଛିଣ୍ଡି ପଡ଼ିବ ନାହିଁ।”

  7. 7.ରାଜ୍ୟ ସରକାର ଡାକ୍ତରୀ ସିଟ୍‌ ସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି। ଗତ ୨ ବର୍ଷରେ ୩୦୦ ସିଟ୍‌ ବୃଦ୍ଧି ପାଇଛି। ରାଜ୍ୟରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସିଟ୍‌ ସଂଖ୍ୟା ୧୮୦୦ରେ ପହଞ୍ଚିଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୨ହଜାରକୁ ବୃଦ୍ଧି କରିବା ଲାଗି ଆଶା କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।

  8. 8.୨୦୦୪ ମସିହାରେ ନବରଙ୍ଗପୁରରେ ଘଟିଥିବା ଏକ ଟ୍ରିପଲ୍‌ ମର୍ଡର ମାମଲାରେ ଗିରଫ ହୋଇ ୨୨ ବର୍ଷ ଧରି ଜେଲ୍‌ରେ ଥିବା ଅର୍ଜୁନ ଜାନିଙ୍କୁ ଦୋଷମୁକ୍ତ କରିଛନ୍ତି ସ‌ର୍ବୋଚ୍ଚ ଅଦାଲତ।

  9. 9. ସଂସଦରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ୍‌) ବିଲ୍‌ ପାରିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ   ସମର୍ଥନ କରିନାହାନ୍ତି।

  10. 10.ସମ୍ବଲପୁର ସହରର  ଐତିହାସିକ ରାଜାବଖରି ବା ଦଶ ମହାବିଦ୍ୟା ମହଲ। ସପ୍ତଦଶ ଶତାବ୍ଦୀର ଏହି ରାଜପ୍ରାସାଦ ସମ୍ବଲପୁର ଇତିହାସ ସାଙ୍ଗକୁ ସ୍ବାଧୀନତା ଆନ୍ଦୋଳନର ମୂକସାକ୍ଷୀ ହୋଇରହିଛି। କିନ୍ତୁ ଏହି ଐତିହ୍ୟ ବର୍ତ୍ତମାନ ଭଗ୍ନସ୍ତୂପର ରୂପ ନେବାକୁ ବସିଲାଣି। ଏହାର ପୁନରୁଦ୍ଧାର ସହିତ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପୁଣିଥରେ ଅଣ୍ଟା ଭିଡ଼ିଛି।

  11. 11.କର୍କଟ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କର୍କଟ ଯତ୍ନ ଅଭିଯାନ ଅଧୀନରେ ଅତିରିକ୍ତ ୯୧ଟି କର୍କଟ ଚିକିତ୍ସା ପ୍ୟାକେଜକୁ ଓଡ଼ିଶା ପରିପ୍ରେକ୍ଷୀରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବିପିଏମ୍‌ଜେଏୱାଇ) ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ)ରେ ସାମିଲ କରାଯାଇଛି। 

  12. 12.ହେଲିକପ୍ଟରରୁ ଫୁଲ ବର୍ଷା କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ ତାହା ଜାଣି ନିଅନ୍ତୁ | ଛୋଟ କାର୍ଯ୍ୟକ୍ରମ ଯେଉଁଥିରେ ୧୦ ରୁ ୧୫ କିଲୋଗ୍ରାମ ଫୁଲ ବ୍ୟବହାର ହୁଏ ସେଥିପାଇଁ ହେଲିକପ୍ଟର ଭଡା ବାବଦକୁ ଆପଣଙ୍କୁ ₹୭୫,୦୦୦ ରୁ ₹୧.୨୫ ଲକ୍ଷ ଖର୍ଚ୍ଚ କରିବାକୁ ପଡିବ |

  13. 13.ଅଗଷ୍ଟ ୭ ତାରିଖ ଠାରୁ ଦିଲ୍ଲୀରେ ଆସୋଚାମ ସହଯୋଗରେ ଓଡ଼ିଶା ସରକାରଙ୍କ ଦୁଇଦିନିଆ ନିବେଶ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ ‘ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬’ ଆରମ୍ଭ ହେବ। 

  14. 14.ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହଯୋଗିତାରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ସ୍ଥାପନ କରାଯାଇଥିବା ପାଞ୍ଚଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରାଯାଉଛି।

  15. 15.ଦେଶର "ଶକ୍ତି ପ୍ରଗତିର ଇଞ୍ଜିନ୍" ଭାବେ ଓଡ଼ିଶା ନିଜର ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେଉଛି। ୨୦୩୦ ସୁଦ୍ଧା ରାଜ୍ୟରେ ୧୧ ଗିଗାୱାଟ୍ (GW) ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.