• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି।

  2. 2.ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ମାତ୍ର ସଫେଇ କର୍ମଚାରୀଙ୍କ ୨ ଦିନର ଅକ୍ଳାନ୍ତ ପରିଶ୍ରମ ଯୋଗୁ ସେହି ଟିକେଟ୍‌ଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଛି। 

  3. 3.ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ୨୦୧୩ ଯୌନ ନିର୍ଯାତନା ମାମଲାରେ ତେହେଲକା ପ୍ରତିଷ୍ଠାତା ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

  4. 4.ସିଜେପିର ଅଭିଜିତ ଦୀପକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୫ ଅଗଷ୍ଟର ଭାଷଣକୁ ନେଇ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଏଥର ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଜେନ ଜି (Gen Z) ଏବଂ ଯୁବପିଢ଼ି ବିଷୟରେ କଥା କୁହନ୍ତୁ।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ କମ୍ପ୍ରେସ୍‌ଡ ବାୟୋଗ୍ୟାସ୍‌ ପାଇଁ ଗୋବରଧନ ଯୋଜନାକୁ ଅନୁମୋଦନ କରାଯାଇଛି। ୨୦୨୬-୨୭ରୁ ୨୦୩୫-୩୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ମୋଟ୍‌ ଅଟକଳ ୨୩,୭୩୧ କୋଟି ଟଙ୍କା ରହିଛି।

  6. 6.ଦେଶରେ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ (ସିବିଜି) ଉତ୍ପାଦନକୁ ତ୍ୱରାନ୍ବିତ କରି ଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁଶନ (ସିଜିଡି) କମ୍ପାନୀଗୁଡ଼ିକ ପାଇଁ ସିଏନ୍‌ଜି ଏବଂ ଘରୋଇ ପାଇପ୍‌ ଗ୍ୟାସ୍‌ (ପିଏନ୍‌ଜି)ରେ ସିବିଜି ମିଶ୍ରଣ କରିବା ବାଧ୍ୟତାମୂଳକ କରାଯାଇଛି। ୨୦୨୭ ଆର୍ଥିକ ବର୍ଷରେ ୩%, ୨୦୨୮ରେ ୪% ଏବଂ ୨୦୨୯ରୁ ୫% ମିଶ୍ରଣ ଲକ୍ଷ୍ୟ ରଖାଯାଇଛି। 

  7. 7.ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ‘କର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌, ୨୦୨୬’ କୁ ଆଲୋଚନା ଓ ଅନୁମୋଦନ ପାଇଁ ଆଗତ କରିଥିଲେ। ଏହି ବିଲ୍‌ରେ ‘ପେମେଣ୍ଟ ଆଣ୍ଡ୍‌ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭’, ‘ଆୟକର ଆଇନ, ୨୦୨୫’ ଏବଂ ‘ଅର୍ଥ ଆଇନ, ୨୦୨୬’ର ସଂଶୋଧନ ପାଇଁ ପ୍ରସ୍ତାବ ରହିଛି।

  8. 8.ଲେବର ବ୍ୟୁରୋ ଜୁନ ୨୦୨୬ର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI-IW) ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ଏଥର ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ପ୍ରାୟ ନିଶ୍ଚିତ ହୋଇଯାଇଛି। ଅର୍ଥାତ୍‌ ବର୍ତ୍ତମାନ DA ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହୋଇଯିବ।

  9. 9.ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଏକ ପରିବାରର ଲଗେଜ୍‌ ଚୋରି ହୋଇଯାଇଥିଲା। ମାମଲା ଉପଭୋକ୍ତା କମିଶନକୁ ଯାଇଥିଲା, ଯେଉଁଠାରେ ରେଳ ବିଭାଗ ପକ୍ଷରୁ ଅବହେଳା ପ୍ରମାଣିତ ହେବା ପରେ, ପୀଡ଼ିତ ପରିବାର ସପକ୍ଷରେ ରାୟ ଦିଆଯାଇଥିଲା। କୋର୍ଟ ରେଳ ବିଭାଗକୁ ୮୦୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

  10. 10.ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର ନୂଆ ଦର ମଧ୍ୟ ପ୍ରକାଶ ପାଇଛି।

  11. 11.ସରକାରୀ ଜମିକୁ ଲିଜ୍‌ରେ ନେଇ ତାହାକୁ ଆଦୌ ବ୍ୟବହାର କରି ନଥିବା କିମ୍ବା ଅନ୍ୟ କାମରେ ବ୍ୟବହାର କରୁଥିଲେ ତାହା ସରକାରୀ ଖାତାକୁ ଫେରି ଆସିବ।

  12. 12.ନ୍ୟାୟିକ ଅଧିକାରୀମାନେ ସାଧାରଣ ସରକାରୀ କର୍ମଚାରୀ ନୁହନ୍ତି ଏବଂ ସେମାନଙ୍କ ଅବସର ବୟସ ସରକାରୀ କର୍ମଚାରୀଙ୍କଠାରୁ ଭିନ୍ନ ହୋଇପାରେ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି ।

  13. 13.ଆମେରିକାର ନ୍ୟୁ ମେକ୍ସିକୋ ଅଦାଲତ ଫେସବୁକ୍ ଓ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ବିରୋଧରେ ଏକ ଐତିହାସିକ ରାୟ ଦେଇଛନ୍ତି। ଅଦାଲତ କମ୍ପାନୀକୁ ପିଲା ଓ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଅନଲାଇନ ସୁରକ୍ଷାରେ ଅବହେଳା କରିଥିବା ଅଭିଯୋଗରେ ୫୬୭ ମିଲିୟନ ଡଲାର (ପ୍ରାୟ ୫,୪୦୦ କୋଟି ଟଙ୍କା) ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି।

  14. 14.ପରୀକ୍ଷାରେ ଅନିୟମିତତା ଓ ଯୁବପିଢ଼ିଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଥିବା କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଆସନ୍ତା ସେପ୍ଟେମ୍ବରରୁ ଦେଶବ୍ୟାପୀ ‘କ୍ୟା ବୋଲତି ପବ୍ଲିକ୍‌‘ ନାମରେ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବ ।

  15. 15.ରେଳ ମନ୍ତ୍ରଣାଳୟ ଅଧୀନସ୍ଥ ଏକ ନବରତ୍ନ କମ୍ପାନି ‘କଣ୍ଟେନର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍‌’(କଙ୍କର)ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅଜିତ କୁମାର ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି।

  16. 16.ବିମାନ ଇନ୍ଧନ ବା ଆଭିଏସନ୍ ଟର୍ବାଇନ୍ ଫୁଏଲ୍(ଏଟିଏଫ) ସହିତ ଇଥାନଲ୍ ମିଶ୍ରଣ କରିବାକୁ ସରକାର ଯୋଜନା କରୁଥିବା ନେଇ ଚାଲିଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଗୁଜବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି।

  17. 17.ଓଡିଶା ରାଜ୍ୟ‌ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍‌ ୱେ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କରେ ଦୀର୍ଘ ଯାତ୍ରା କରୁଥିବା ଗାଡ଼ିଚାଳକ ତଥା ପର୍ଯ୍ୟଟକଙ୍କୁ ରାସ୍ତାକଡ଼ରେ ସର୍ବନିମ୍ନ ସୁବିଧା ପ୍ରଦାନ କରାଯିବ। ରାସ୍ତାକଡ଼ରେ ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର (ସଡ଼କ ପାର୍ଶ୍ଵ ସୁବିଧା କେନ୍ଦ୍ର) ପ୍ରତିଷ୍ଠା ହେବ।

  18. 18.ରାଜ୍ୟରେ ବ୍ଲକଠୁ ସଚିବାଳୟ ପର୍ଯ୍ୟନ୍ତ ଅଫିସର ଓ ନେତା-ମନ୍ତ୍ରୀମାନେ ଦୁର୍ନୀତିରେ ଉବୁଟୁବୁ ହେଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିବାବେଳେ ଦୁଇବର୍ଷ ଧରି  ‘ଲୋକାୟୁକ୍ତ’କୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରି ରଖାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

  19. 19.ପ୍ରତି ନିର୍ବାଚନମଣ୍ଡଳୀରେ ଏହି ‘ଭୋଟର ସଚେତନତା କ୍ଲବ’ର ପୁନରୁଦ୍ଧାର ଓ ସୁଦୃଢ଼କୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଭିଯାନରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ ସମେତ ସମସ୍ତ କଲେଜ ଓ ୟୁନିର୍ଭସିଟିକୁ ସାମିଲ କରାଯିବ।

  20. 20.ଅଫଲାଇନରେ ସଂଗୃହୀତ  କ୍ରପ୍ କଟିଂ ରିପୋର୍ଟକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଖାରଜ କରିଦେବା ପରେ ରାଜ୍ୟ ସରକାର ୨୦୨୬ ଖରିଫ ଋତୁରୁ କ୍ରପ କଟିଂ ରିପୋର୍ଟକୁ ଶତପ୍ରତିଶତ ‘ଏଗ୍ରି ଆପ’ ମାଧ୍ୟମରେ କରାଯିବ ବୋଲି ଅଣ୍ଡରଟେକିଂ ଦେଇଥିବା ଜଣାପଡ଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.