-
1.ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC) ୩ ଜଣ ସଦସ୍ୟ ଇସ୍ତଫା ଦେଇଥିବା ବେଳେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ରାଜ୍ୟ ସରକାରଙ୍କ ସୁପାରିସ ଆଧାରରେ ସେମାନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।
-
2.ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର ଇଣ୍ଡିଆ A-୩୨୦ ବିମାନ AI-୨୩୭୯ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହି ଘଟଣା ସମୟରେ, ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ ତଳକୁ ଖସିଯାଇଥିଲା, ଯାହା ଫଳରେ ଅନେକ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଆହତ ହୋଇଥିଲେ। ଏବେ ପାଇଲଟଙ୍କ ଡ୍ରଗ୍ସ ପରୀକ୍ଷା କରାଯାଇଛି।
-
3.୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି (e-KYC) ନ କରାଇଲେ, ଆପଣଙ୍କୁ ୧୦୦୧ ଟଙ୍କାରେ ମିଳୁଥିବା ଘରୋଇ ସିଲିଣ୍ଡର ୨୯୦୦ ଟଙ୍କାରେ (କମର୍ସିଆଲ୍ ବା ବାଣିଜ୍ୟିକ ଦରରେ) ମିଳିବ।
-
4. କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।
-
5.ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ହମାସ୍ ସମ୍ପୂର୍ଣ୍ଣ ଭାବେ ଅସ୍ତ୍ର ତ୍ୟାଗ ନକରିବା ପର୍ଯ୍ୟନ୍ତ ଗାଜାରୁ ଇସ୍ରାଏଲୀ ସେନା ପଛକୁ ହଟିବ ନାହିଁ।
-
6.ଇରାନର ସୁପ୍ରିମ ଲିଡର ମୋଜତବା ଖାମେନେଇଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇପଡ଼ିଛି ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
-
7.ଗତ ପାଞ୍ଚ ମାସ ଧରି ଏହି ଯୁଦ୍ଧର ପ୍ରଭାବରେ ସାଧାରଣ ଲୋକ ମହଙ୍ଗା ମାଡ଼ ସହୁଛନ୍ତି। ଏହି ସମୟ ମଧ୍ୟରେ ରାଶନ ସାମଗ୍ରୀର ଦାମ ପ୍ରାୟ ୯୯ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିବା ଦେଖାଯାଇଛି।
-
8.ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମ୍ୱାର୍କ (IIRF) ରାଙ୍କିଂ-୨୦୨୬ରେ ରାଙ୍କିଂରେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ୧୫ତମ ସ୍ଥାନ ଅଧିକାର କରିଛି। ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ଭିମସାର, ବୁର୍ଲା ୬୪ତମ ସ୍ଥାନରେ ରହିଥିବା ବେଳେ ଏମ୍କେସିଜି ମେଡିକାଲ କଲେଜ, ବ୍ରହ୍ମପୁର ୭୪ତମ ସ୍ଥାନ ହାସଲ କରିଛି।ଅନ୍ୟପକ୍ଷରେ, ଭୁବନେଶ୍ୱରସ୍ଥିତ ଏମ୍ସ ଭୁବନେଶ୍ୱର ମଧ୍ୟ ୧୬ତମ ସ୍ଥାନରେ ରହିଛି।
-
9.ଆର୍ଜେଣ୍ଟିନାର ବିଶ୍ବବିଖ୍ୟାତ ଫୁଟ୍ବଲ ଲିଓେନଲ ମେସିଙ୍କ ତାଙ୍କ ପିତାଙ୍କୁ ହରାଇଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମେସିଙ୍କ ପିତା ଜର୍ଜ ମେସିଙ୍କୁ ୬୮ ବର୍ଷ ବୟସ ହୋଇଥିଲା।
-
1.ଆଗାମୀ ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଭାରତ ସରକାର ଅରୁଣାଚଳ ପ୍ରଦେଶର ସରକାରୀ ରାଜନୈତିକ ମାନଚିତ୍ରକୁ ସଂଶୋଧିତ କରିଛନ୍ତି।
-
11.ପାକିସ୍ତାନର ଇସଲାମାବାଦରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଜଣେ ବରିଷ୍ଠ କମାଣ୍ଡର କାରି ସଇଦ୍ ଅବଦୁଲ ଅଜିଜ୍ର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି।
-
12.ଆଇଆଇଏନ୍ଏସ୍ଏର ଜଣେ ବିଶିଷ୍ଟ ପ୍ରଫେସର ଓ ଭାରତର ସବୁଠାରୁ ସମ୍ମାନିତ ପଦାର୍ଥବିଜ୍ଞାନୀ ଦୀପକ ଧରଙ୍କୁ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରିଟାଲ୍ ଫିଜିକ୍ସ (ଆଇସିଟିପି) ଦ୍ୱାରା ୨୦୨୬ ପାଇଁ ଡିରାକ୍ ମେଡାଲ ପ୍ରଦାନ କରାଯାଇଛି।
-
13.ଲୋଭର ବଶବର୍ତ୍ତୀ ହୋଇ ଫସିଯାଇଛନ୍ତି ୩୦ରୁ ଅଧିକ ଜମାକାରୀ। ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହରାଇବା ପରେ ଆଜି କାଳିଆପାଣି ଥାନାର ଦ୍ବାରସ୍ଥ ହୋଇଛନ୍ତି। ୨୦୨୧ରୁ ୨୦୨୫ ମଧ୍ୟରେ ଫୋର୍ ଏକ୍ସ ଟ୍ରେଡିଂ କମ୍ପାନିରେ ସେମାନେ ନିଜ ସଞ୍ଚିତ ଅର୍ଥ ଲଗାଇଥିଲେ। ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ଏମାନେ ଟଙ୍କା ବିନିଯୋଗ କରି ତଳିତଳାନ୍ତ ହୋଇଛନ୍ତି।
-
14.‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି।
-
15.ମେଟଲ ମିଟ୍ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର ଡି.ଏ.ଭି. ପବ୍ଲିକ ସ୍କୁଲ, ୟୁନିଟ-୮ ଚାମ୍ପିୟନ୍ ହେବାର ଗୌରବ ଅର୍ଜନ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
