• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। ବୈଜ୍ଞାନିକ ତଥ୍ୟ ଅନୁସାରେ, ବରଂ ଏକ ଗ୍ଲେସିୟରର ଅଂଶ ତରଳିବା ପରେ ମାଟି, ପଥର ଓ ପାଣିର ଭୟଙ୍କର ପ୍ରବାହ ଯୋଗୁଁ ଏହି ବିପର୍ଯ୍ୟୟ ଘଟିଥିବା ଜଣାପଡ଼ିଛି।
  2. 2.ନେପାଳରେ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ ନେପାଳରେ ୩୮୯ ଜଣ ଏବଂ ତିବ୍ବତରେ ୩ ଜଣଙ୍କର ମୃତ୍ୟୁ ଘଟିଛି।
  3. 3.ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ମହିଳାଙ୍କ ଅଂଶଗ୍ରହଣ ହାର ଓଡ଼ିଶାରେ ସର୍ବାଧିକ ୪୦ ପ୍ରତିଶତ ରହିଛି। ଓଡ଼ିଶା ବ୍ୟତୀତ ଅପେକ୍ଷାକୃତ ଛୋଟ ରାଜ୍ୟ ମିଜୋରାମରେ ମଧ୍ୟ ସେହି ହାର ୪୦ ପ୍ରତିଶତ ରହିଛି। ଏହା ସର୍ବଭାରତୀୟ ହାର ୨୬.୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ।
  4. 4.ଦେଶରେ ପ୍ରଧାନମନ୍ତ୍ରୀ ଜନଧନ ‌ଯୋଜନା (ପିଏମ୍‌ଜେଡିୱାଇ)କୁ ୧୨ ବର୍ଷ ପୂରଣ ହୋଇଛି। ୧୨ ବର୍ଷ ମଧ୍ୟରେ ମଧ୍ୟରେ ଦେଶରେ ଏହି ଯୋଜନାରେ ଖୋଲା ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିବା ସହିତ ଜମାରାଶି ପରିମାଣ ୩.୧୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏଥିସହ ୪୧.୨୯ କୋଟି ସଂଖ୍ୟକ ରୁପେ କାର୍ଡ ପ୍ରଦାନ କରାଯାଇଛି।
  5. 5.ଉତ୍ତରପ୍ରଦେଶର ଉନ୍ନାଓ ନିକଟରେ ଗଙ୍ଗା ଏକ୍ସପ୍ରେସ୍‌ୱେର ମରାମତି କରାଯାଇଥିବା ଅଂଶରେ ପୁଣି ନୂଆ ଫାଟ ଦେଖାଦେଇଛି। 
  6. 6. କେନ୍ଦ୍ର ସରକାର ଗ୍ରାହକଙ୍କୁ ଆଜିଠାରୁ କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ବଫର୍‌ ଷ୍ଟକ୍‌ରୁ ପିଆଜ କଢ଼ାଯାଇ ଦିଲ୍ଲୀ ଗ୍ରାହକଙ୍କୁ ଏହା ବିକ୍ରି କରାଯାଇଛି। ବଜାର ଦର କିଲୋପିଛା ୬୨ ଟଙ୍କା ରହିଛି।
  7.  7.ପ୍ରେସିୟସ୍ ଲାଇଫ୍‌ସାଇନ୍ସେସ୍ ପ୍ରା. ଲିଃ. ପକ୍ଷରୁ ନୂତନ ଆୟୁର୍ବେଦିକ ନ୍ୟୁରୋଲୋଜି ଉତ୍ପାଦ ‘ଇଭି ନାଇନ୍ ପ୍ଲସ୍ ଟାବ୍‌ଲେଟ୍‌’ ଉନ୍ମୋଚନ କରାଯାଇଛି। ନ୍ୟୁରୋଲୋଜି କ୍ଷେତ୍ର ପାଇଁ ଏକ ସ୍ୱତନ୍ତ୍ର ଓ ବିଶେଷ ଫର୍ମୁଲେସନ୍ ସହିତ ଉକ୍ତ ଟାବ୍‌ଲେଟ୍‌ ପ୍ରସ୍ତୁତ କରାଯାଇଛି। 
  8. 8.ଆମେରିକାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଅଡ଼ୁଆ ବଢ଼ିବା ସମ୍ପର୍କିତ ଖବର ଆସିବା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଛି। ଆଜି ସେନ୍‌ସେକ୍ସ ୫୩୯.୩୫ ପଏଣ୍ଟ (୦.୭୦ ପ୍ରତିଶତ) ହ୍ରାସ ପାଇ ୭୬,୯୩୩.୫୯ ପଏଣ୍ଟ୍‌ରେ ବନ୍ଦ ହୋଇଛି।
  9. 9.ଦେଶର ବ୍ୟାଙ୍କିଂ ଓ କର୍ପୋରେଟ୍ ଋଣ ସମାଧାନ ବ୍ୟବସ୍ଥାରେ ଏକ ଚାଞ୍ଚଲ୍ୟକର ତଥା ବିବାଦୀୟ ନିଷ୍ପତ୍ତି ସାମ୍ନାକୁ ଆସିଛି। ଜୀ ଗ୍ରୁପ୍‌ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଥିବା ପ୍ରାୟ ୨୨,୦୦୬.୫୭ କୋଟି ଟଙ୍କାର ଦାବି ବଦଳରେ ମାତ୍ର ୬.୫ କୋଟି ଟଙ୍କା ଫେରସ୍ତ ପ୍ରସ୍ତାବକୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ମଞ୍ଜୁର କରିଛନ୍ତି।
  10. 10.ସୁନା ଦର ୬୩୭ ଟଙ୍କା ବଢ଼ି ପ୍ରତି ୧୦ ଗ୍ରାମ୍‌ ପିଛା ୧,୬୦,୩୦୦ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦର ୧,୬୬୮ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ୍‌ ପିଛା ୨,୪୧,୩୦୬ ଟଙ୍କା ହୋଇଛି।
  11. 11.ଅନଲାଇନ୍‌ରେ ୫ ଜେକିରୁ ଅଧିକ ଚିନି ମଗାଇବା ଉପରେ କଟକଣା ଲାଗିଛି। ଗ୍ରାହକମାନେ ଥରରେ ଅନଲାଇନ୍‌ରେ ୨-୫ କେଜି ପର୍ଯ୍ୟନ୍ତ ଚିନି ମଗାଇପାରିବେ।
  12. 12.ଓଡ଼ିଶା ସରକାର ଗୁରୁବାର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଏହି ତାଙ୍କ ସମ୍ପର୍କିତ ଏନଓସି (ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ) କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି ।
  13. 13.ନୂଆ ବ୍ୟବସ୍ଥା ଅନୁସାରେ Facebook ଓ Instagramକୁ ମିଶାଇ ଦିନକୁ ଦୁଇ ଘଣ୍ଟାର ଡିଫଲ୍ଟ ବ୍ୟବହାର ସୀମା ରହିବ। ଏହା ସହିତ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଶିଶୁ ଓ କିଶୋରମାନଙ୍କ ପାଇଁ ଆପ୍‌ ବ୍ୟବହାର ଉପରେ ରୋକ ଲଗାଯିବ।
  14. 14.ଇଣ୍ଡିଆ ଟୁଡେ-ସିଭୋଟର ‘ମୁଡ୍ ଅଫ୍ ଦି ନେସନ୍’ ସର୍ଭେ ଅନୁଯାୟୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ଦେଶର ତୃତୀୟ ସବୁଠାରୁ ପସନ୍ଦ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ସେ ୯.୨% ଭୋଟରଙ୍କ ପସନ୍ଦ ସାଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (୪୮.୭%) ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ (୨୭.୧%)ଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି। 
  15. 15. ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଶ୍ରୀଲଙ୍କା ୪୨୯/୯ ରନରେ ଦ୍ୱିତୀୟ ପାଳି ଘୋଷଣା କରିବା ପରେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତି କ୍ରମେ ମ୍ୟାଚ୍‌କୁ ଅମୀମାଂସିତ ଭାବେ ଶେଷ କରାଯାଇଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.