-
1.ପଡ଼ୋଶୀ ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରୁ ଶିକ୍ଷା ନେଇ ଉତ୍ତରାଖଣ୍ଡ ସରକାର ରାଜ୍ୟର ହିମବାହ ହ୍ରଦ, ନଦୀ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜରଦାରି ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛନ୍ତି।
-
2.ନେପାଳ ଦେଶର ସେନା, ପୁଲିସ ଓ ଅନ୍ୟ ସୁରକ୍ଷା ସଂସ୍ଥା ନିଜସ୍ୱ ସାମର୍ଥ୍ୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବାକୁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ନେତୃତ୍ୱାଧୀନ ସରକାର କହିଛି। ତେବେ ବିଦେଶୀ ଦେଶଗୁଡ଼ିକର ଆର୍ଥିକ, ରିଲିଫ୍, ପୁନର୍ବାସ ଓ ପୁନର୍ନିର୍ମାଣ ସହାୟତା ଗ୍ରହଣ କରିବାକୁ ନେପାଳ ପ୍ରସ୍ତୁତ ରହିଛି।
-
3.ଗୋଟିଏ ମାସରେ ଓଡିଶାରେ୪ ଲକ୍ଷରୁ ଅଧିକ ନୂଆ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ଗ୍ରାହକ ତଥ୍ୟ ଅନୁସାରେ ଜୁଲାଇ ମାସରେ ଓଡ଼ିଶାରେ ୪ ଲକ୍ଷ ୧୨ ହଜାର ୩୯୯ ଜଣ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିହୋଇଛନ୍ତି।
-
4.ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଛି। ଅଗଷ୍ଟ ୨୧ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଏଥିରେ ୧୨.୪୨୨ ବିଲିଅନ ଡଲାର ବୃଦ୍ଧି ଘଟି ୭୨୯.୩୨୮ ବିଲିଅନ ଡଲାରରେ ପହଞ୍ଚିଛି।
-
5.ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଡିଜିଟାଲ ସର୍ଭିସ ଶାଖା ଜିଓ ପ୍ଲାଟଫର୍ମସର ପ୍ରସ୍ତାବିତ ୩.୮ ବିଲିଅନ ଡଲାର (ପ୍ରାୟ ୩୭,୭୦୦ କୋଟି ଟଙ୍କା) ଆଇପିଓକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଜି ମଞ୍ଜୁରି ପ୍ରଦାନ କରିଛି।
-
6.ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଭାଷା ଉତ୍କୃଷ୍ଟ ପୁରସ୍କାର ବର୍ଗରେ ୟୁନିୟନ ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି।
-
7.ସୁଭଦ୍ରା ମେଳାରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ହଜାର ୧୬୨ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
-
8.ସେପ୍ଟେମ୍ବର ୧, ୨୦୨୬ଠାରୁ, ମୁମ୍ବାଇରେ କ୍ଷୀର ମୂଲ୍ୟରେ ଏକ ବଡ଼ ବୃଦ୍ଧି ନେଇ ସରକାରୀ ଘୋଷଣା କରାଯାଇଛି। ସହରର ପାଇକାରୀ ଏବଂ ଖୁଚୁରା କ୍ଷୀର ଉତ୍ପାଦକମାନେ ପ୍ରତି ଲିଟରରେ ୯ ବୃଦ୍ଧି ହୋଇଛଇ।
-
9.ସଂଯୁକ୍ତ ରାଷ୍ଟ୍ର (UN) ର ଆକଳନ ଅନୁଯାୟୀ, ଗତ ୩୦ ବର୍ଷରୁ ଅଧିକ ସମୟ ମଧ୍ୟରେ ନେପାଳ ନିଜର ପ୍ରାୟ ଗୋଟିଏ ତୃତୀୟାଂଶ ବରଫ ହରାଇସାରିଛି । ଗତ ଦଶନ୍ଧିରେ ନେପାଳର ଗ୍ଲେସିୟରଗୁଡ଼ିକ ତା’ର ପୂର୍ବ ଦଶନ୍ଧି ତୁଳନାରେ ୬୫ ପ୍ରତିଶତ ଅଧିକ ଦ୍ରୁତ ଗତିରେ ତରଳିଛି ।
-
10.ନୂଆଦିଲ୍ଲୀରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଏକ ବଡ଼ ପ୍ରତିନିଧିମଣ୍ଡଳୀ ସହ ଭାରତ ଗସ୍ତରେ ଆସିପାରନ୍ତି।
-
11.ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ ଅଜିତ କୁମାର ସାହୁଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ।
-
12.ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା ଯୋଗୁ ଗାଡ଼ିରେ ତ୍ରୁଟି ଦେଖାଦେଉଥିବା ନେଇ ଅଭିଯୋଗ ମିଳୁଥିଲା। ଏହାପରେ ସରକାର ପ୍ରାଥମିକ ଭାବେ ୨,୫୭୩ଟି ରିଟେଲ ଫ୍ୟୁଏଲ ଆଉଟଲେଟ୍ରେ ପେଟ୍ରୋଲ ବିକ୍ରି ବନ୍ଦ କରିଛନ୍ତି।
-
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍:ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ ହାଉସ୍ ଇଣ୍ଡିଆ ସ୍ପଷ୍ଟ ଭାବେ ଖଣ୍ଡନ କରିଛି।
-
14.କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ।ଥାଳିରେ ମିଳିବନି ପୁରୀ-ବରା ଆଳୁଚପ। ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସଜାଗ ହୋଇଛି ଉଚ୍ଚଶିକ୍ଷା ବିଭାଗ। ରନ୍ଧନ ତେଲର ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲଗୁଡ଼ିକୁ ପରାମର୍ଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ।
-
15.ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
