• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ନେପାଳର ଉତ୍ତର ଭାଗରେ ଅବସ୍ଥିତ ରସୁୱା ଜିଲ୍ଲାର ତିବ୍ଦତ ପାର୍ଶ୍ୱରୁ ଭୋଟେକୋଶୀ ନଦୀରେ ଆସିଥିବା ଏହି ଭୟାବହ  ବନ୍ୟା‌ରେ  ୧୫୭ ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଏହାସହ ୧୩୩ ଜଣ ଭାରତୀୟଙ୍କ ସମେତ ୭୫୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି। ନେପାଳର ଅନେକ ସୀମାନ୍ତ ଗ୍ରାମ ସମ୍ପୂର୍ଣ୍ଣ ଭାସି ଯାଇଛି।

  2. 2.ନେପାଳର ୬ଟି ପ୍ରମୁଖ ଜଳବିଦ୍ୟୁତ୍‌ ପ୍ରକଳ୍ପ ଓ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାନ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ନେପାଳ ବିଦ୍ୟୁତ୍‌ ପ୍ରାଧିକରଣ (ଏନ୍‌ଇଏ) ଅନୁସାରେ, ରସୁୱାଗାଡ଼ି, ଚିଲିମେ, ତ୍ରିଶୂଳୀ ୩ଏ, ତ୍ରିଶୂଳୀ ୩ବି ହବ୍ ୨୨୦ କେଭି ସବଷ୍ଟେସନ, ତ୍ରିଶୂଳୀ ଏବଂ ଦେବୀଘାଟ ଜଳବିଦ୍ୟୁତ୍‌ କେନ୍ଦ୍ର ବନ୍ୟାପାଣିରେ ବୁଡ଼ି ଯାଇଛି। 

  3. 3.ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ।

  4. 4.କୋଟାରେ ପୁଣି ଜଣେ ୨୦ ବର୍ଷୀୟା ନିଟ୍‌ ଆଶାୟୀ ମଧ୍ୟପ୍ରଦେଶର ଖୁସବୁ ପଟେଲ ଆତ୍ମହତ୍ୟା କରିଛନ୍ତି।

  5. 5.କିଛି କିଛି ସ୍ଥାନରେ ବ୍ୟବହୃତ ପ୍ରିପୋଜିସନ୍‌ କ’ଣ ପାଇଁ ବ୍ୟବହାର ହୋଇଛି, ତାହାର ବର୍ଣ୍ଣନା ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରକାଶିତ ଦଶମ ‌ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିରେ ଏହିପରି ଏକାଧିକ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି।

  6. 6.ଆସନ୍ତା ୨୮ ତାରିଖ ଦିନ ଚଳିତବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସେହିଦିନ ସକାଳ ଭାରତୀୟ ସମୟ ସକାଳ ୬ଟା ୫୩ ମିନିଟ୍‌ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। 

  7. 7.ଓଡ଼ିଶାର ଖଣିଜ ସମ୍ପଦକୁ ନେଇ ଦେଶର ଦୁଇ ବଡ଼ କର୍ପୋରେଟ୍ ଗ୍ରୁପ୍‌ ରିଲାଏନ୍ସ ଓ ଆଦାନୀ ମଧ୍ୟରେ ପ୍ରତିଯୋଗିତାର ନୂଆ ଅଧ୍ୟାୟ ଆରମ୍ଭ ହେବାର ସଙ୍କେତ ମିଳିଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବାକୁ ବିଚାର କରୁଛି। 

  8. 8.ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଓଡ଼ିଶାରେ ନିର୍ମାଣ କରିବାକୁ ଥିବା ଇଭି ବ୍ୟାଟେରି ପ୍ରକଳ୍ପକୁ ସ୍ଥଗିତ ରଖିଛି। ଗ୍ରୁପ୍‌ର ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ପୁଅ ତଥା ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ୍‌ର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ଏହି ସୂଚନା ଦେଇଥିବା ନେଇ ‘ଦି ହିନ୍ଦୁ’ରେ ଖବର ପ୍ରକାଶ ପାଇଛି।

  9. 9.ନୂଆ ଭାରତର ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରୁଛି ଜିଓ। ୨୦୧୬ ସେପ୍ଟେମ୍ବରରେ ଦେଶରେ ଚତୁର୍ଦ୍ଦଶ କମ୍ପାନି ଭାବେ ଟେଲିକମ୍ ସେବା ଆରମ୍ଭ କରିଥିବା ନୂଆ ପିଢ଼ିର କମ୍ପାନି ଜିଓ ଆସନ୍ତାମାସରେ ୧୦ ବର୍ଷ ପୂରଣ କରିବାକୁ ଯାଉଛି। ଏହି ସମୟ ମଧ୍ୟରେ ୫୨ କୋଟିରୁ ଅଧିକ ଗ୍ରାହକଙ୍କୁ ନିଜ ନେଟୱର୍କରେ ଯୋଡ଼ି ଦେଶର ସର୍ବବୃହତ୍ ଟେଲିକମ୍ ସେବା ପ୍ରଦାନକାରୀ ପାଲଟିଛି।

  10. 10.ହୋଟେଲ ଚେକ୍‌-ଇନ୍‌ ସମୟରେ ଡକ୍ୟୁମେଣ୍ଟର ଫଟୋକପି ଦେବାର ଆବଶ୍ୟକତା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ହୋଟେଲଗୁଡ଼ିକ ଅତିଥିଙ୍କ ପରିଚୟ ଯାଞ୍ଚ ପାଇଁ QR କୋଡ୍‌ ଏବଂ OTP ଭିତ୍ତିକ ଡିଜିଟାଲ୍‌ ପଦ୍ଧତି ବ୍ୟବହାର କରିପାରିବେ।

  11. 11.ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଓଡିଶାରର ୭ ସହରର ମହିଳାମାନଙ୍କୁ ଆମ ବସ୍‌ରେ ମାଗଣା ଯାତ୍ରା କରିବାର ସୁଯାଗ ମିଳିବ । ଏହି ସହରଗୁଡ଼ିକ ହେଲା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର । ସହରାଂଚଳର ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଯାତ୍ରୀ ଉପକୃତ ହୋଇପାରିବେ ।

  12. 12.ବିଶ୍ୱ ଅର୍ଥନୀତି ଭିନ୍ନ ମୋଡ଼ ନେଇଛି । ଭାରତର ଚିନ୍ତା ଚାଉଳକୁ ନେଇ । ବିଶେଷ କରି ବାସମତୀ ଚାଉଳକୁ ନେଇ । ଚାଉଳ ରପ୍ତାନୀରେ ବିଶ୍ୱର ୧ ନମ୍ବର ଦେଶ ଭାରତର ଚାଉଳ ଉପରେ ଇରାନ ନିର୍ଭର କରୁଥିବା ବେଳେ ଆମେରିକା ନିକଟରେ ଜାରି କରିଥିବା କଟକଣା ଭାରତର ଚାଉଳ ରପ୍ତାନୀ ଉପରେ ପ୍ରଭାବ ପକାଇବାର ଆଶଙ୍କା ଦେଖା ଦେଇଛି ।

  13. 13.ନାଇଜେରିଆର ଓଗୁନ ପ୍ରାଦେଶରେ । ସ୍ଥାନୀୟ ଏକ ବଜାରରେ ଚୋରାରେ ଗଂଜେଇ ବିକିବା ଅଭିଯୋଗରେ ଏଠାକାର ଜଣେ ୧୦୧ ବର୍ଷୀୟା ବୃଦ୍ଧାଙ୍କୁ ପୁଲିସ ଗିରଫ କରିଛି । ନାଁ ତାଙ୍କର ଇସ୍ଥର ଓଗୁମାବୋ ।

  14. 14.ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ ସିଜେପି କର୍ମୀମାନେ ‘ସ୍କୁଲ ଠିକ୍‌ କରୋ’ ଅଭିଯାନରେ ଆସି ସେଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ପରେ ରାଜସ୍ଥାନ ସରକାର ସ୍କୁଲର ନୂତନ କୋଠା ନିର୍ମାଣ ପାଇଁ ମଞ୍ଜୁରି ଦେଇଛନ୍ତି।

  15. 15.ମଧ୍ୟ ଭାରତ ଉପରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ବର୍ଷା ଜାରି ରହିଛି। ଇସ୍ରୋର ଇନ୍‌ସାଟ୍‌-୩ଡିଏସ୍‌ ଉପଗ୍ରହରୁ ମିଳିଥିବା ଚିତ୍ରରେ ମଧ୍ୟ ଓ ପୂର୍ବ ଭାରତ ଉପରେ ଘନ ମେଘମାଳା ଦେଖାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.