• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ କରିଥିବା ନିବେଦନକୁ ସୁପ୍ରିମକୋର୍ଟ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି।

  2. 2.ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହେବ। ବିଧାନସଭାଆସନ-ମଦୁରନ୍ଥକମ-ତାମିଲନାଡୁ,ଧାରାପୁରମ-ତାମିଲନାଡୁ,ଥଟ୍ଟାଞ୍ଚାଭାଡି ପୁଡୁଚେରୀ, ରେଜିନଗର ପଶ୍ଚିମବଙ୍ଗ, ନନ୍ଦୀଗ୍ରାମ-ପଶ୍ଚିମବଙ୍ଗ, ଲୋକସଭା- ଆସନନଗାଓଁ ଆସାମ ।

  3. 3. ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ ମୃତ୍ୟୁ ପରେ ମଣିପୁରୀ ସମୁଦାୟର ଲୋକେ ଦିଲ୍ଲୀରେ କ୍ୟାଣ୍ଡେଲ୍ ମାର୍ଚ୍ଚ କରି ନ୍ୟାୟ ଦାବି କରିଛନ୍ତି।

  4. 4.ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାୟି ଆମେରିକାକୁ ଯେକୌଣସି ଆକ୍ରମଣ ବନ୍ଦ କରିବାକୁ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି।

  5. 5.ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ ୨୦୨୬ ମୁକୁଟ ବିଜୟିନୀ ହୋଇଛନ୍ତି।

  6. 6.ରାଜ୍ୟରେ ବିଦ୍ୟୁତ୍‌ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ୧୫,୯୪୮.୭୦ କୋଟି ଟଙ୍କା ପୁଞ୍ଜିନିବେଶ କରିବେ। ଶକ୍ତି କ୍ଷେତ୍ରରେ ଏହା ସର୍ବବୃହତ୍‌ ପୁଞ୍ଜିନିବେଶ ହେବ।

  7. 7. କାଂସବାହାଲ ଓ ଟିଟିଲାଗଡ଼ରେ ଆଉ ଦୁଇଟି ଗ୍ରିଡ୍‌ ସବ୍‌ଷ୍ଟେସନ୍ ଅନୁମୋଦନ ହେବା ଫଳରେ ଓଡ଼ିଶାରେ ମୋଟ ୪୦୦ କେଭି ଗ୍ରିଡ୍‌ ସବ୍‌ଷ୍ଟେସନ୍ ସଂଖ୍ୟା ୫ରୁ ବୃଦ୍ଧି ପାଇ ୧୩ରେ ପହଞ୍ଚିବ।

  8. 8.ପଞ୍ଚସଖା ଶିକ୍ଷାସେତୁ ଯୋଜନା’ରେ ରାଜ୍ୟ ସରକାର ପାଞ୍ଚ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ କରିବେ।

  9. 9.ଓଡ଼ିଶା ଜନବିଶ୍ବାସ ବିଲ୍‌, ୨୦୨୬’ ଆଜି କ୍ୟାବିନେଟ୍‌ରେ ପାରିତ ହୋଇଛି। ଏହି ବିଲ୍‌ ମାଧ୍ୟମରେ ଲାଇସେନ୍ସିଂ ଓ ଅନୁମତି ଆବଶ୍ୟକତାକୁ ସରଳ କରିବା, ଦ୍ବୈତ ଅନୁମୋଦନଗୁଡ଼ିକୁ ଦୂର କରିବା, ଶିଳ୍ପ ଲାଇସେନ୍ସ ଓ ପଞ୍ଜୀକରଣ ପାଇଁ ବୈଧତା ଅବଧି ବୃଦ୍ଧି ବ୍ୟବସ୍ଥା ପ୍ରଚଳନ କରିବାକୁ ଲକ୍ଷ୍ୟ ରଖାଯାଇଛି।

  10. 10.ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ ଯକ୍ଷ୍ମା ରୋଗ ରେ ଗତ ୬ ବର୍ଷରେ ଜିଲ୍ଲାରେ ଯକ୍ଷ୍ମାରୋଗରେ ୩୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୦୦୦ ଜଣ ସଂକ୍ରମିତ ଅଛନ୍ତି।

  11. 11.ସହରାଞ୍ଚଳରେ ରିଫିଲ୍‌ ବୁକିଂର ଅବଧିକୁ ଗତ ମାର୍ଚ୍ଚ ୧୨ରେ ୨୫ ଦିନରୁ ବଢ଼ାଇ ୪୫ ଦିନ କରାଯାଇଥିଲା। ଏବେ ଗ୍ୟାସ୍‌ ଯୋଗାଣ ସ୍ବାଭାବିକ ରହିଛି ଓ ବକେୟା ରହୁଥିବା ବୁକିଂ ପରିମାଣ ମଧ୍ୟ କମ୍‌ ହୋଇଛି। ସେଥିପାଇଁ ସରକାର ଗ୍ୟାସ୍‌ ରିଫିଲ୍‌ ବୁକିଂ ଉପରୁ କଟକଣା ପ୍ରତ୍ୟାହାର କରିଛନ୍ତି।

  12. 12.ଅନୁଗୋଳ ସ୍ମେଲଟରରେ ବାର୍ଷିକ ୦.୫ ନିୟୁତ ଟନ୍‌ ସମ୍ପ୍ରସାରଣ ପାଇଁ ନାଲକୋ  ପକ୍ଷରୁ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ର ଏମିରେଟ୍‌ସ ଗ୍ଲୋବାଲ୍‌ ଆଲୁମିନିୟମ (ଇଜିଏ) ସହ ସହଯୋଗିତା ସ୍ଥାପନ କରାଯାଇଛି। 

  13. 13.ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରାୟ ୭ ଲକ୍ଷ ପିଲା ପାଠ ପଢୁଥିବା ବେଳେ ଏମାନଙ୍କ ପାଇଁ ରହିଛି ମାତ୍ର ୮ ହଜାର ହଷ୍ଟେଲ ସିଟ୍ । ଅର୍ଥାତ ପ୍ରତି ୩୧ ଜଣ ପିଲାଙ୍କ ପାଇଁ ଗୋଟିଏ ହଷ୍ଟେଲ ସିଟ୍‌ର ବ୍ୟବସ୍ଥା ରହିଛି । 

  14. 14.ଚାଷ ଜମିକୁ ଘରବାରୀ ଜମିରେ କିସମ ପରିବର୍ତ୍ତନ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଇ ପୁରୀ ଜିଲl ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି l ସେମାନେ ହେଲେ ପିପିଲି ତହସିଲ ଅଧୀନ ଶିଉଳା ଆର୍‌ଆଇ ସର୍କଲର ରାଜସ୍ବ ଅଧିକାରୀ କଲ୍ୟାଣୀ ଜେନା ଓ ସହକାରୀ ରାଜସ୍ବ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା।

  15. 15.ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.