• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆର୍‌ଟିଇ (ଶିକ୍ଷା ଅଧିକାର ଆଇନ), ଏନ୍‌ସିଟିଇ (ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ) ଏବଂ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ଦ୍ୱାରା ନିର୍ଦ୍ଧାରିତ ଆବଶ୍ୟକ ଯୋଗ୍ୟତା ନଥିବା କୌଣସି ବ୍ୟକ୍ତିଙ୍କୁ ଶିକ୍ଷକ ଭାବେ ନିଯୁକ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।
  2. 2.ନେପାଳ-ତିବ୍ଦତ ସୀମାରେ ବନ୍ୟା ପୀଡିତଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ନେପାଳର ପ୍ରଥମ ମହିଳା ହେଲିକପ୍ଟର କ୍ୟାପ୍ଟେନ୍ ପ୍ରିୟା ଅଧିକାରୀ ମାତ୍ର ଛଅ ଦିନରେ ପ୍ରାୟ ୧୦୦ଟି ଉଦ୍ଧାର କାର୍ଯ୍ୟ ସମାପ୍ତ କରିଛନ୍ତି। 

  3. 3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ବିକାଶିତ ଭାରତ ପାଇଁ ନମୋ” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱାଗତ ସମାରୋହ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୫,୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି।

  4. 4.ନବରଙ୍ଗପୁର-ଜୟପୁର ନୂତନ ରେଳପଥ ନିର୍ମାଣ ନିମନ୍ତେ ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ସିନ୍ଧିଗୁଡ଼ା ରାଜସ୍ୱ ସର୍କଲ ଅନ୍ତର୍ଗତ ଗାଦବାଗୁଡ଼ା ଗ୍ରାମର ୩୫ଏକର ଘରୋଇ ଜମିକୁ ରେଳ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

  5. 5.ଓଡିଶାରେ ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି।

  6. 6.ଜଷ୍ଟିସ ଅଶ୍ବିନୀ କୁମାର ମିଶ୍ର ସୋମବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟର ୩୭ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି।

  7. 7. ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ବିଜ୍ଞାପନରେ ଦେବୀ ଦୁର୍ଗାଙ୍କ ଦଶଭୁଜା (୧୦ ହାତ) ବଦଳରେ ୧୧ଟି ହାତ ଦର୍ଶାଯିବା ପରେ ଏହି ଭୁଲ୍ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି।

  8. 8.ଦାରା ସିଂଙ୍କ ଆଗୁଆ ମୁକ୍ତି ଉପରେ ରାଜ୍ୟର ‘ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ’ ତୁରନ୍ତ ଫଇସଲା ନକଲେ, ସମ୍ପୃକ୍ତ ସଚିବ ବା ଦାୟିତ୍ୱରେ ଥିବା ବରିଷ୍ଠ ଅଫିସରଙ୍କୁ କୋର୍ଟକୁ ତଲବ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

  9. 9.ଓଡିଶାରେ ଗତ ବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବାବେଳେ ଚଳିତ ବର୍ଷ ୬ ତାରିଖ ସୁଦ୍ଧା ୨୧.୪୨ ଲକ୍ଷ ଚାଷୀ ପଞ୍ଜୀକରଣ କରିସାରିଲେଣି। ତେଣୁ ପଞ୍ଜୀକରଣ ଅବଧି ଆଉ ବୃଦ୍ଧି କରାଯିବ ନାହିଁ।

  10. 10.ଅସ୍ତରଙ୍ଗ  ପୁଲିସ୍ ମଙ୍ଗଳବାର  ଦିନ ସକାଳୁ ବାହୁଡ଼ିହର ବାସୁଦେବ ବିଶ୍ୱାଳଙ୍କ ଘରୁ ୫୪ ଲକ୍ଷ ୮୦ ହଜାର ଟଙ୍କା  ଓ ଏକ କଳା ରଙ୍ଗର  ଗାଡ଼ି  ଜବତ କରି ଚର୍ଚ୍ଚାରେ ରହିଛି। ଏହି ଟଙ୍କା ଓ ଗାଡ଼ି  ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବିଶ୍ୱାଳଙ୍କର ବୋଲି ସୂଚନା ମିଳିଛି। 

  11. 11.ନିଜର ସାଥୀ କର୍ମଚାରୀଙ୍କ ଦରମା, ଅଗ୍ରିମ ଭତ୍ତା, ବଳକା ଛୁଟିକୁ ନଗଦରେ ପରିଣତ କରିବା ବିଲ୍‌ରେ ହେରଫେର କରି ୧ କୋଟି ୧୫ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେସମ୍ବଲପୁର ଜିଲ୍ଲା ଫାସିମାଲ ଓ ଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ର କନିଷ୍ଠ ସହାୟକ ମୀର ଇମ୍‌ତିଆଜ୍‌ ଅଲ୍ଲୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଗିରଫ ହୋଇଛନ୍ତି। 

  12. 12.ବାଲେଶ୍ୱର ଭୋଗରାଇ ବ୍ଲକରେ ବୃଦ୍ଧବୃଦ୍ଧାଙ୍କ ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ମୋଟ ୧୬.୭୬ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ।

  13. 13.ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଦୁର୍ବୃତ୍ତମାନେ ବ୍ୟାଙ୍କର କ୍ୟାସ କାଉଣ୍ଟରରୁ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

  14. 14.ନାରଙ୍ଗୀ ଜର୍ସିକୁ ନେଇ ବିବାଦ ସୃଷ୍ଟି ହେବା ପରେ ନିଜ ନିଷ୍ପତିରେ  ପରିବର୍ତ୍ତନ କରିଛି ହକି ଇଣ୍ଡିଆ। ଫଳରେ ଆଗାମୀ ଏସୀୟ କ୍ରୀଡ଼ାରେ ପୁଣି ପାରମ୍ପରିକ ନୀଳ ରଙ୍ଗ ଜର୍ସି ପିନ୍ଧି ଖେଳିବେ ଭାରତୀୟ ମହିଳା ଓ ପୁରୁଷ ଖେଳାଳି। 

  15. 15.ଅଷ୍ଟ୍ରେଲିଆର ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍‌ ବିବିଏଲ୍‌ (ବିଗ୍‌ ବାସ୍‌ ଲିଗ୍‌) ଖୁବ୍‌ ଶୀଘ୍ର ଘରୋଇ କରଣ ହେବାକୁ ଯାଉଛି। ଏହି ଲିଗ୍‌ରେ ଘରୋଇ ପୁଞ୍ଜି ନିବେଶ ପାଇଁ ଏହାର ଆୟୋଜକକ୍ରିକେଟ ଅଷ୍ଟ୍ରେଲିଆ (ସିଏ) ନିଷ୍ପତ୍ତିି ନେଇଥିବା ଘୋଷଣା କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.